Chief Minister: ଚାଷୀଙ୍କ ଦୁଃଖସୁଖ ସହ ସରକାର ଅଛନ୍ତି: ମୁଖ୍ୟମନ୍ତ୍ରୀ

1 hour ago 1
ARTICLE AD BOX

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି( ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ରାଶି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ଜାତୀୟ ସମାରୋହରୁ ଆଭାସୀ ମାଧ୍ୟମରେ ଏହି ସହାୟତା ରାଶି ବଣ୍ଟନ କରିଛନ୍ତି। ସମଗ୍ର ଦେଶରେ ୯.୩୪ କୋଟିରୁ ଅଧିକ ଚାଷୀଙ୍କୁ ୧୮,୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ବିଗତ ଦିନରେ ଲଗାଣ ବର୍ଷା, ବନ୍ୟା ଏବଂ ସାମ୍ପ୍ରତିକ ବାତ୍ୟା ପରବର୍ତ୍ତୀ ବର୍ଷା ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ଫସଲ ନଷ୍ଟ ହୋଇଛି। ଯେତେ ବିପତ୍ତି ଆସୁ ନା କାହିଁକି, ସରକାର ଓ ମୁଖ୍ୟମନ୍ତ୍ରୀ ସର୍ବଦା ଚାଷୀଙ୍କ ଦୁଃଖସୁଖରେ ସାଥୀ ହୋଇ ଠିଆ ହୋଇଛନ୍ତି। କ୍ଷତିଗ୍ରସ୍ତ ଫସଲର ଆକଳନ କରାଯାଇ ନିୟମାନୁଯାୟୀ ଚାଷୀମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ।

SBI: ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟର କୌଣସି ଜଣେ ବି ଯୋଗ୍ୟ କୃଷକ ଯେପରି ପିଏମ୍‌ କିଷାନ ଯୋଜନାର ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। କୃଷକମାନଙ୍କ ଉନ୍ନତି ଓ ଆର୍ଥିକ ବିକାଶ ହିଁ ଓଡ଼ିଶାର ସାମଗ୍ରିକ ବିକାଶକୁ ଆଗକୁ ନେବ। କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା ସହିତ ତାଳ ଦେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷି ପରିବାରକୁ ଜୀବନଜୀବିକା ସହାୟତା ବାବଦରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି। ସିଏମ୍ କିଷାନ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ କୃଷି ବିଦ୍ୟାନିଧି ଯୋଜନା ଅଧୀନରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଓ ଆନୁଷଙ୍ଗିକ ବୈଷୟିକ ପାଠ୍ୟକ୍ରମ ପଢ଼ିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ୨୦୨୪-୨୫ରେ ୧୩,୯୨୩ ପିଲାଙ୍କୁ ୫୩.୬୯ କୋଟି ଟଙ୍କା କୃଷି ବିଦ୍ୟାନିଧି ବୃତ୍ତି ଦିଆଯାଇଥିବା ବେଳେ ୨୦୨୫-୨୬ରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୬୮,୯୧୦ ପିଲାଙ୍କୁ ୨୯୧.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। 

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ,  ‘ଅର୍ଣ୍ଣବ’ ବାତ୍ୟା ଯୋଗୁଁ ସୃଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ କ୍ଷୟକ୍ଷତିର ଆକଳନ ଅନୁଯାୟୀ ଅତିଶୀଘ୍ର ସହାୟତା ରାଶି ଯୋଗାଇ ଦିଆଯିବ। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ସମୟରେ ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସାଥୀରେ ଅଛନ୍ତି ଏବଂ ରହିବେ।  ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ବିଭାଗୀୟ ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ସୁବ୍ରତ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଜାତୀୟ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାର ୩୫ ଲକ୍ଷ ୩୮ ହଜାରରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଭାବେ ସମୁଦାୟ ୭୦୭.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.