Child: ଶିଶୁ ଅନ୍ତଃନଳୀରେ ୨ଇଞ୍ଚ ଲୁହାକଣ୍ଟା

1 day ago 5
ARTICLE AD BOX

ବେଲଗୁଣ୍ଠା: ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଚଢ଼ିଆପଲ୍ଲୀଢେପର ତିନିବର୍ଷର ଶିଶୁର ଅନ୍ତଃନଳୀରେ ପ୍ରାୟ ମାସେ ହେଲା ଫସି ରହିଛି ଏକ ଲୁହାକଣ୍ଟା। ଦିନକୁ ଦିନ ଶିଶୁର ପେଟରେ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି। ବିଭିନ୍ନ ଚିକିତ୍ସାକେନ୍ଦ୍ରରେ ଦେଖାଇଥିଲେ ମଧ୍ୟ ଅନ୍ତଃନଳୀରୁ କଣ୍ଟା ବାହାରିପାରୁନି। ଗତ ଜୁଲାଇ ୩୦ରେ ଶିଶୁଟି ବାହାରେ ଖେଳୁଥିଲା। ଅସାବଧାନତା ବଶତଃ ପ୍ରାୟ ଦୁଇଇଞ୍ଚ ଲମ୍ବର ଏକ ଲୁହାକଣ୍ଟା ଗିଳି ଦେଇଥିଲା। ହେଲେ ସେ ଭୟରେ କାହାକୁ କିଛି କହିନଥିଲା। ଦିନେ ଦୁଇଦିନ ପରେ ପେଟରେ ଯନ୍ତ୍ରଣା ହେବାରୁ ବାପାଙ୍କୁ କଣ୍ଟା ଗିଳିଥିବା କଥା କହିଥିଲା। ଅଗଷ୍ଟ ୧ରେ ବାପା ତୋଫାନ ଜେନା ଶିଶୁକୁ ଚିକିତ୍ସା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। 

Dabur: ରାକ୍ଷୀ ପୂର୍ଣ୍ଣିମାରେ ଡାବର୍‌ର ଅଭିଯାନ

ସେଠାରେ ଆବଶ୍ୟକ ଚିକିତ୍ସା ସୁବିଧା ନଥିବାରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ୍ସ-ରେ ପରେ କଣ୍ଟାଟି ଅନ୍ତଃନଳୀ ନିକଟରେ ଅଟକିଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶରେ କିଛି ଦିନ ଔଷଧ ଦିଆଯାଇଥିଲା ଓ ଆଠ ଦିନ ପରେ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଥିଲା। ୮ ଦିନ ପରେ ଅସ୍ତ୍ରୋପଚାର ଦରକାର ନାହିଁ, କଣ୍ଟାଟି ମଳ ସହିତ ବାହାରିଯିବ ବୋଲି ଡାକ୍ତର କହିଥିଲେ। ହେଲେ ଏପର୍ଯ୍ୟନ୍ତ ତାହା ବାହାରିନଥିବା ପରିବାର ପକ୍ଷରୁ କୁହାଯାଇଛି। ଏବେ ଦିନକୁ ଦିନ ପେଟ ଯନ୍ତ୍ରଣାରେ ଶିଶୁ ଛଟପଟ ହେଉଛି। ତୋଫାନ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଉନ୍ନତ ଚିକିତ୍ସା ପାଇଁ ବାପା ମା’ ସରକାରଙ୍କ ସହାୟତା ଲୋଡ଼ିଛନ୍ତି।

Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.