China Smash: ଚାଇନା ସ୍ମାସ୍‌: ସେମିରେ ଅଟକିଲେ ମନୁଷ-ମାନବ

2 weeks ago 4
ARTICLE AD BOX

ବେଜିଂ:ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ମନୁଷ ଶାହ ଓ ମାନବ ଠକ୍କର ଏଠାରେ ଚାଲିଥିବା ବିଶ୍ବ ଟେବୁଲ ଟେନିସ (ଡବ୍‌ଲ୍ୟୁଟିଟି) ଚାଇନା ସ୍ମାସ୍‌ର ସେମିଫାଇନାଲ୍‌ରୁ ବିଦାୟ ନେଇଛନ୍ତି।

Advertisment

ଖରାପ ପ୍ରଦର୍ଶନ କରି ପରାଜୟ

ଶୁକ୍ରବାର ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସିଧାସଳଖ ୩-୦ (୮-୧୧, ୬-୧୧, ୩-୧୧)ରେ ଦକ୍ଷିଣ କୋରିଆର ଲିମ୍‌ ଜୋଙ୍ଗହୁଁ ଓ ଓହ ଜୁନ୍‌ସୁଙ୍ଗଙ୍କଠୁ ମାତ୍ର ୨୦ ମିନିଟ୍‌ରେ ହାରି ଯାଇଥିଲେ। ଏହି ଭାରତୀୟ ‌ଯୋଡ଼ି ପ୍ରଥମ ଗେମ୍‌ରେ କଡ଼ା ଟକ୍କର ଦେଇଥିଲେ। ହେଲେ ପରେ ଖରାପ ପ୍ରଦର୍ଶନ କରି ପରାଜୟ ବରଣ କରିଥିଲେ। ଏମିତିକି ଶେଷ ଗେମ୍‌ରେ ଏକଦା ୯-୧ରେ କୋରିଆ ଯୋଡ଼ି ଆଗରେ ରହି ୧୧-୩ରେ ବିଜୟୀ ହୋଇଥିଲେ।

U19 Asia Cup: ଯୁବ ଏସିଆ କପ୍‌ ନଭେମ୍ବର ୫ରୁ: ୮ରେ ଭାରତ-ପାକିସ୍ତାନ ମୁକାବିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.