Climate change: ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ଜୀବନ ଓ ଜୀବିକା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଦେଶର ବହୁସଂଖ୍ୟକ ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇଛି। ଇଣ୍ଡିଆ ଟୁଡେ-ସିଭୋଟର ‘ମୁଡ୍‌ ଅଫ୍‌ ଦି ନେସନ୍‌’ ସର୍ବେକ୍ଷଣରେ ୭୫%ରୁ ଅଧିକ ଉତ୍ତରଦାତା ଜଳବାୟୁ ପରିବର୍ତ୍ତନ ଯୋଗୁଁ ନିଜ ଜୀବନ କିମ୍ବା ଜୀବିକା ପ୍ରଭାବିତ ହୋଇଥିବା କହିଛନ୍ତି।

ସର୍ବେକ୍ଷଣ ଅନୁସାରେ, ୫୨.୭% ଉତ୍ତରଦାତା କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ଜୀବନ କିମ୍ବା ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଛି। ଅନ୍ୟ ୨୫% ଲୋକ କିଛି ପରିମାଣରେ ପ୍ରଭାବିତ ହୋଇଥିବା ଜଣାଇଛନ୍ତି। ଅର୍ଥାତ୍‌, ପ୍ରାୟ ପ୍ରତି ୧୦ ଜଣରେ ୮ ଜଣ ଭାରତୀୟ କୌଣସି ନା କୌଣସି ଭାବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭବ କରିଛନ୍ତି। ମାତ୍ର ୮.୬% ଲୋକ ଏହା ସେମାନଙ୍କ ଜୀବନ କିମ୍ବା ଜୀବିକାକୁ ପ୍ରଭାବିତ କରିନଥିବା କହିଥିବାବେଳେ ୧୩.୭% ଏ ସମ୍ପର୍କରେ କୌଣସି ମତ ଦେଇନାହାନ୍ତି କିମ୍ବା ଉତ୍ତର ଜାଣିନଥିଲେ।

ତେବେ ପରିବେଶ ସୁରକ୍ଷା ପାଇଁ ଦେଶରେ ଯଥେଷ୍ଟ ପଦକ୍ଷେପ ନିଆଯାଉଛି କି ନାହିଁ, ସେ ପ୍ରଶ୍ନରେ ମତ ଭିନ୍ନ ରହିଛି। ପ୍ରାୟ ୫୯% ଉତ୍ତରଦାତା ବର୍ତ୍ତମାନ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ବୋଲି କହିଛନ୍ତି। ଅନ୍ୟପକ୍ଷରେ ୩୪.୪% ଲୋକ ଏହି ମତ ସହ ସହମତ ନୁହନ୍ତି। ୬.୭% ଉତ୍ତରଦାତା ଏ ସମ୍ପର୍କରେ କୌଣସି ମତ ଦେଇନାହାନ୍ତି। ଚଳିତବର୍ଷ ଜାନୁଆରିରେ ୫୯.୬% ଲୋକ ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ଯଥେଷ୍ଟ ବୋଲି କହିଥିବାବେଳେ ଅଗଷ୍ଟରେ ଏହା ୫୯% ରହିଛି। ଗତବର୍ଷ ଅଗଷ୍ଟରେ ଏହି ମତ ଦେଇଥିବା ଲୋକଙ୍କ ସଂଖ୍ୟା ଥିଲା ୫୨.୭%, ଯାହା ୨୦୨୫ ଫେବ୍ରୁଆରିରେ ୪୩% ଥିଲା।

Climate panchayat: ପରିବେଶ ସୁରକ୍ଷା ବିନା ସାମଗ୍ରିକ ବିକାଶ ସମ୍ଭବ ନୁହେଁ: ହିମାଂଶୁ

ରିପୋର୍ଟରେ କୁହାଯାଇଛି, ଅନିଶ୍ଚିତ ଓ ବାରମ୍ବାର ଦେଖାଦେଉଥିବା ଚରମ ପାଣିପାଗ ଘଟଣା ଯୋଗୁଁ ଲୋକେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅଧିକ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛନ୍ତି। ୨୦୨୪ ମସିହା ଭାରତରେ ୧୯୦୧ ପରଠାରୁ ସବୁଠୁ ଉତ୍ତପ୍ତ ବର୍ଷ ଥିଲା। ସେହିବର୍ଷ ଦେଶର ବାର୍ଷିକ ହାରାହାରି ତାପମାତ୍ରା ଦୀର୍ଘକାଳୀନ ହାରାହାରିଠାରୁ ୦.୬୫ ଡିଗ୍ରି ସେଲସିୟସ ଅଧିକ ଥିଲା। ୨୦୨୫ରେ ମଧ୍ୟ ଦେଶର ଭୂପୃଷ୍ଠ ବାୟୁ ତାପମାତ୍ରା ସ୍ୱାଭାବିକଠାରୁ ୦.୨୮ ଡିଗ୍ରି ସେଲସିୟସ ଅଧିକ ରହିଥିଲା। ବଢ଼ୁଥିବା ତାପମାତ୍ରା, ଗ୍ରୀଷ୍ମଲହରି ଓ ଅନ୍ୟ ଚରମ ପାଣିପାଗ ଘଟଣା ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନକୁ ଆହୁରି ବଡ଼ ଚ୍ୟାଲେଞ୍ଜରେ ପରିଣତ କରିପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.