ARTICLE AD BOX
ଚକ୍ଷୁ ସ୍ୱାସ୍ଥ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ପାଇଁ 'ୱାକାଥନ୍' (ପଦଯାତ୍ରା) ଆୟୋଜିତ
ଭୁବନେଶ୍ୱର: ଦୀର୍ଘ ସମୟ ଧରି ମୋବାଇଲ୍ କିମ୍ବା କମ୍ପ୍ୟୁଟର୍ ସ୍କ୍ରିନ୍ ସଂସ୍ପର୍ଶରେ ରହିବା, ଆଖିର ପର୍ଯ୍ୟାପ୍ତ ଯତ୍ନ ନନେବା ଓ ପ୍ରାରମ୍ଭିକ ନକାରାତ୍ମକ ଲକ୍ଷଣଗୁଡ଼ିକୁ ଅଣଦେଖା କରିବା ଚକ୍ଷୁ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇପାରେ। ଏହି ସମସ୍ୟାଗୁଡ଼ିକର ଚିହ୍ନଟ କିମ୍ବା ଚିକିତ୍ସା କରା ନ ଯାଏ, ତେବେ ଏହା ଗୁରୁତର ଦୃଷ୍ଟିହାନୀ କିମ୍ବା ଅନ୍ଧତ୍ୱର କାରଣ ହୋଇପାରେ ବୋଲି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ ଆଶୁତୋଷ ବିଶ୍ବାସ କହିଛନ୍ତି।
Mobile: ନିମ୍ନମାନର ମୋବାଇଲ୍ ସ୍କ୍ରିନ ଗାର୍ଡ ଉପରେ ରୋକ ଲାଗିବ
ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗ ପକ୍ଷରୁ ପ୍ରତିଦିନ ପ୍ରାୟ ଅଢ଼େଇଶହରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଥାଏ। ମାସିକ ପ୍ରାୟ ପାଞ୍ଚ ହଜାରରୁ ଛଅ ହଜାର ରୋଗୀ ଏଠାକୁ ଚକ୍ଷୁ ଚିକିତ୍ସା ଏବଂ ପରାମର୍ଶ ନିମନ୍ତେ ଆସିଥାନ୍ତି। ସାଧାରଣତଃ ଆଜିକାଲି ଦେଖାଯାଉଥିବା ଚକ୍ଷୁ ସମସ୍ୟାଗୁଡ଼ିକ ମଧ୍ୟରେ ରିଫ୍ରାକ୍ଟିଭ୍ ଏରର୍ (ଦୃଷ୍ଟିଶକ୍ତି ଜନିତ ତ୍ରୁଟି), ମୋତିଆବିନ୍ଦୁ, ଡାଇବେଟିକ୍ ରେଟିନୋପାଥି, ଗ୍ଲୁକୋମା ଏବଂ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ଅନ୍ତର୍ଭୁକ୍ତ ବୋଲି ଡା ବିଶ୍ବାସ କହିଛନ୍ତି। ତଥାପି, ସମୟୋଚିତ ଚିକିତ୍ସା ମାଧ୍ୟମରେ ଅନେକ କ୍ଷେତ୍ରରେ ଦୃଷ୍ଟିଶକ୍ତି ହରାଇବାକୁ ରୋକାଯାଇପାରିବ, ଏହାର ଫଳପ୍ରଦ ପରିଚାଳନା କରାଯାଇପାରିବ କିମ୍ବା ଚିକିତ୍ସା କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।
Experts warned: ସତର୍କ କରାଇଲେ ବିଶେଷଜ୍ଞ: ଗ୍ରୀଷ୍ମ ପ୍ରବାହ ବଢ଼ାଉଛି ଚକ୍ଷୁ ସମସ୍ୟା
ଚକ୍ଷୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିବା ଏବଂ ସମସ୍ତଙ୍କ ପାଇଁ ଉନ୍ନତମାନର ଚକ୍ଷୁ ଚିକିତ୍ସା ସେବା ଉପଲବ୍ଧ କରାଇବା ଲକ୍ଷ୍ୟରେ, ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗ ପକ୍ଷରୁ 'ବିଶ୍ୱ ଦୃଷ୍ଟି ଦିବସ' ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ 'ୱାକାଥନ୍'ର ମଧ୍ୟ ଆୟୋଜନ କରାଯାଇଥିଲା।
୪% ପିଲାଙ୍କୁ ଆକ୍ରାନ୍ତ କରୁଛି ଆମ୍ବଲିଓପିଆ ଚକ୍ଷୁ ସମସ୍ୟା
ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡା ଦିଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡା ପ୍ରଭାସ ରଂଜନ ତ୍ରିପାଠୀ, ଚକ୍ଷୁ ବିଭାଗ ମୁଖ୍ୟ ଡା ସୁଚେତା ପରିଜା, ବିଭାଗୀୟ ଚିକିତ୍ସକ ଡା ସନ୍ଦୀପ ସାହୁ, ଡା ପ୍ରିୟଦର୍ଶିନୀ ମିଶ୍ର, ଡା ବି ବି ପଣ୍ଡା, ଡା ବୃତ୍ତେନ୍ଦୁ ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

2 weeks ago
6


