Congress VS BJP: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସର କଟାକ୍ଷ: କହିଲା, ବାରାଣସୀ ପରାଜୟର ଆତ୍ମସମୀକ୍ଷା କରନ୍ତୁ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ବିଧାନ ପରିଷଦ (ଏମଏଲସି) ନିର୍ବାଚନ ଫଳାଫଳକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ନିରାଶାଜନକ ପ୍ରଦର୍ଶନକୁ ନେଇ କଟାକ୍ଷ କରିବାର ଦିନକ ପରେ, ଗୁରୁବାର କଂଗ୍ରେସ ଏହାର କଡ଼ା ଜବାବ ଦେଇଛି। ଅନ୍ୟଙ୍କୁ ଉପଦେଶ ଦେବା ଏବଂ ଟ୍ରୋଲ୍ କରିବା ବନ୍ଦ କରି ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀରେ ବିଜେପିର ଶୋଚନୀୟ ପରାଜୟ ସମ୍ପର୍କରେ ଆତ୍ମସମୀକ୍ଷା କରନ୍ତୁ, ବୋଲି କଂଗ୍ରେସ ଆହ୍ୱାନ ଦେଇଛି।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ''ଏକ୍ସ'' ରେ ପୋଷ୍ଟ କରି କହିଛନ୍ତି ଯେ, ବାରାଣସୀ, ନାଗପୁର, ଲକ୍ଷ୍ନୌ, ପ୍ରୟାଗରାଜ ଓ ପାଟଣାର ନିର୍ବାଚନ ଫଳାଫଳ କେନ୍ଦ୍ର ସରକାରଙ୍କ ନୀତି ପ୍ରତି ଜନସାଧାରଣଙ୍କ ଥିବା ଅସନ୍ତୋଷକୁ ସ୍ପଷ୍ଟ ପ୍ରତିଫଳିତ କରୁଛି। କଂଗ୍ରେସର ଆସନ ଗଣିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବିବା ଉଚିତ୍ ଯେ ତାଙ୍କ ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଦୁଇଟିଯାକ ଆସନ ବିଜେପି କାହିଁକି ହାରିଲା ଏବଂ ଆରଏସଏସର ଗଡ଼ କୁହାଯାଉଥିବା ନାଗପୁରରେ କଂଗ୍ରେସ କିପରି ବିଜେପିକୁ ପରାସ୍ତ କଲା, ବୋଲି ରମେଶ ପ୍ରଶ୍ନ କରିଛନ୍ତି।

ସରକାରଙ୍କ ନୀତି ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ
ମୁଦ୍ରାସ୍ଫୀତି, ବେକାରୀ ଏବଂ ବେସରକାରୀ ପୁଞ୍ଜିନିବେଶ ହ୍ରାସ ଭଳି ଆର୍ଥିକ ସଙ୍କଟକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରି କଂଗ୍ରେସ ନେତା କହିଛନ୍ତି ଯେ, ଜନସାଧାରଣ ସରକାରଙ୍କ ନୀତି ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିସାରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ବାଲାଟ୍ ପେପର ଜରିଆରେ ହୋଇଥିବା ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନରୁ ବିଜେପି ଓ ତାଙ୍କ ମେଣ୍ଟ ୧୬ଟି ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି ୫ଟି (ବାରାଣସୀର ୨ଟି ସମେତ) ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ଇଭିଏମ୍ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଂଗ୍ରେସ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନଗୁଡ଼ିକୁ ମଧ୍ୟ ବାଲାଟ୍ ପେପରରେ କରିବାକୁ ଆହ୍ୱାନ ଦେଇଛି।

Bharat Ratna: ମୋଦୀଙ୍କୁ ଭାରତ ରତ୍ନ ମିଳୁ: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କଲେ ବିଜେପି ସାଂସଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.