Congress : ଶିକ୍ଷା ଖର୍ଚ୍ଚ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ

1 month ago 14
ARTICLE AD BOX

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଶିକ୍ଷା ଖର୍ଚ୍ଚକୁ ନେଇ ରବିବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ। ପରିବାରଗୁଡ଼ିକର ଘରୋଇ ଖର୍ଚ୍ଚ ସମ୍ପର୍କିତ ତଥ୍ୟକୁ ଆଧାର କରି ଦଳ କହିଛି ଯେ, ଶିକ୍ଷା କ୍ଷେତ୍ରରେ ସୁବିଧା ଓ ଆର୍ଥିକ ବୋଝକୁ କମ୍ କରିବା ପାଇଁ ଯୁବପିଢ଼ି ଏବଂ ସେମାନଙ୍କ ଅଭିଭାବକମାନେ ତୁରନ୍ତ ପଦକ୍ଷେପ ଦାବି କରୁଛନ୍ତି।

୫ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ସରକାର ସତର୍କ

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ନିକଟରେ ଜନ୍ତରମନ୍ତର ଓ ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ବିକ୍ଷୋଭ କେବଳ ପରୀକ୍ଷା ପ୍ରଣାଳୀର ଅନିୟମିତତା ପାଇଁ ନୁହେଁ, ବରଂ ଏହା ପଛରେ ଛାତ୍ରଛାତ୍ରୀ ଓ ପରିବାର ଉପରେ ପଡ଼ୁଥିବା ବ୍ୟାପକ ଆର୍ଥିକ ଚାପ ଅନ୍ୟତମ ମୁଖ୍ୟ କାରଣ।

ଶିକ୍ଷା ଖର୍ଚ୍ଚ ଅତ୍ୟଧିକ ବୃଦ୍ଧି ପାଇଛି

 ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି’ର ୨୦୧୪-୧୫ ରୁ ୨୦୨୫-୨୬ ବର୍ଷର ତଥ୍ୟ ଆଧାରରେ ରମେଶ ଦର୍ଶାଇଛନ୍ତି ଯେ, ଲୋକଙ୍କ ଆୟ ବୃଦ୍ଧି ତୁଳନାରେ ଶିକ୍ଷା ଖର୍ଚ୍ଚ ଅତ୍ୟଧିକ ବୃଦ୍ଧି ପାଇଛି। ବିଗତ ଦଶନ୍ଧି ମଧ୍ୟରେ ସ୍କୁଲ୍-କଲେଜ୍ ଫି, ପ୍ରାଇଭେଟ୍ ଟ୍ୟୁସନ୍, ପାଠ୍ୟପୁସ୍ତକ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ବାବଦକୁ ପରିବାରଗୁଡ଼ିକୁ ନିଜ ରୋଜଗାରର ଏକ ବଡ଼ ଅଂଶ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ତୁରନ୍ତ ସଂସ୍କାରମୂଳକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.