ARTICLE AD BOX
ଭଦ୍ରକ(ହରିହର ନାୟକ): ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ପୁଲିସ ଲଗାଇଥିବା ସଚେତନତା ବ୍ୟାନରକୁ ନେଇ ଅଶାନ୍ତି ପ୍ରକାଶ ପାଇଛି। ଛିନତାଇ ଓ ଚୋରି ରୋକିବା ପାଇଁ ଲଗାଯାଇଥିବା ବ୍ୟାନରରେ ଏହି ମାମଲାରେ ସମ୍ପୃକ୍ତ ନଥିବା ବ୍ୟକ୍ତିବିଶେଷଙ୍କ ଫଟୋକୁ ନେଇ ପ୍ରତିବାଦ କରାଯାଇଛି।
Maa Bhadrakali: ମହାକାଳୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ, ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼
ଭଦ୍ରକ ଟାଉନ ପୁଲିସ ପକ୍ଷରୁ ବାଇପାସ ଛକ, ଚରମ୍ପା ବଜାର ସମେତ ବିଭିନ୍ନ ସ୍ଥାନରେ ଛିନତାଇ ଓ ଚୋରି ରୋକିବା ଉଦ୍ଦେଶ୍ୟରେ ସଚେତନତା ବ୍ୟାନର ଲଗାଯାଇଥିଲା। ଏହି ବ୍ୟାନରରେ ଅଭିଯୁକ୍ତଙ୍କ ଫଟୋ ଲଗାଯାଇଥିଲା। ଏହି ବ୍ୟାନରେ ଭଦ୍ରକ ନାଥ ସାହିର ଯୁବକ ଆଶିଷ ନାଥ ଙ୍କର ଫଟୋ ରହିଛି।
Fake SIM Card Network ସାଇବର ଅପରାଧ: ଭଦ୍ରକରୁ ଚୀନ ଜାଲ ସିମ୍କାର୍ଡ଼ ହେଉଥିଲା ଚାଲାଣ, କ୍ରିପ୍ଟୋକରେନ୍ସିରେ ଚାଲୁଥିଲା ନେଣଦେଣ
ଆଶିଷଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ବଦନାମ କରିବା ପାଇଁ ବ୍ୟାନରରେ ତାଙ୍କ ଫଟୋ ଲଗାଯାଇଛି। ସେ ଏଭଳି କୌଣସି ମାମଲାରେ ସମ୍ପୃକ୍ତ ନାହାନ୍ତି। ବିଭିନ୍ନ ସ୍ଥାନରେ ଫଟୋ ଲଗାଇ ସୋସିଆଲ ମିଡିଆରେ ଭାଇରାଲ କରି ତାଙ୍କର ସାମାଜିକ ପ୍ରତିଷ୍ଠା ଓ ସମ୍ମାନହାନୀ କରାଯାଉଛି। ତାଙ୍କର ପୂର୍ବରୁ ମହାବିଦ୍ୟାଳୟରେ ବିବାଦ ସମ୍ପର୍କିତ ଏକ ମାମଲା ଥିଲେ ମଧ୍ୟ ଚୋରି ଛିନତାଇ କେସରେ କିପରି ଫଟୋ ଲଗାଗଲା ବୋଲି ସେ ପୁଲିସକୁ ପ୍ରଶ୍ନ କରିଛନ୍ତି।
Bhadrak Block office.: ଭଦ୍ରକ ବ୍ଲକ ଅଫିସରେ ତାଲା ଖୋଲି ପଶିଲେ ବ୍ଲକ୍ ଅଧ୍ୟକ୍ଷା
ଏହି ଘଟଣାକୁ ନେଇ ଟାଉନ ଥାନା ସାମ୍ନାରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ପୁଲିସ ପକ୍ଷରୁ ବ୍ୟାନର ସବୁ ଖୋଲାଯାଇଛି। ଏନେଇ ସିଟି ଡିଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଟାଉନଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର କହିଛନ୍ତି, ଏସଂକ୍ରାନ୍ତରେ ଜାଣିବା ପରେ ପୁଲିସ ବ୍ୟାନର ଖୋଲି ଦେଇଛି। ଆଶିଷ ନାଥ ନାଁରେ ୩୦୭ରେ ମାମଲା ରହିଛି। ପୋଷ୍ଟର ଖୋଲିବା ପରେ ମଧ୍ୟ କିଛି ଯୁବକ ଟାଉନଥାନାରେ ପାଟି ତୁଣ୍ଡ କରିଛନ୍ତି।
Projects Suspended in Bhadrak ଭଦ୍ରକରେ ୮ ପ୍ରକଳ୍ପର ଟେଣ୍ଡର ବାତିଲ, ପୁନଃ ଟେଣ୍ଡେର ଅପେକ୍ଷାରେ ୪ ପ୍ରକଳ୍ପ
ବିଜେପିର ଯୁବ ନେତା ଦେବାଂଶୁ ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଭଦ୍ରକ ଟାଉନ୍ ଆଇ ଆଇ ସି ବିଜେଡି ଏଜେଣ୍ଟ ଭଳି କାମ କରୁଛନ୍ତି । ତାଙ୍କ ଉପରେ ଦୃଢ଼ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।

1 hour ago
2


