Controversy: ନକଲି ପୋଷ୍ଟକୁ ନେଇ ବିବାଦରେ ସିଜେପିର ଦୁଇ ନେତା

16 minutes ago 1
ARTICLE AD BOX

ନୂଆଦିଲ୍ଲୀ: ମାତ୍ର ୨୪ ଘଣ୍ଟା ମଧ୍ୟରେ ନକଲି ଫଟୋ ଓ ଭିଡିଓକୁ ନେଇ ବିବାଦରେ ଫସିଛନ୍ତି କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ଦୁଇ ନେତା ସୌରଭ ଦାସ ଓ ଅଭିଜିତ୍ ଦୀପକେ। ଯାଞ୍ଚ ନ କରି ସୋସିଆଲ୍‌ ମିଡିଆରେ ନକଲି ତଥ୍ୟ ସେୟାର କରିଥିବା ଅଭିଯୋଗରେ ଉଭୟଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଉଭୟ ନିଜ ଭୁଲ୍‌ ସ୍ୱୀକାର କରି ପୋଷ୍ଟ ହଟାଇଥିଲେ ମଧ୍ୟ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ କ୍ଷମା ମାଗିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପ୍ରଥମେ ବିବାଦରେ ପଡ଼ିଥିଲେ ସୌରଭ ଦାସ। ସେ ବିଜେପି ନେତା ଗୌରବ ଭାଟିଆଙ୍କ ନାଁରେ ଏକ ମିଥ୍ୟା ବୟାନ ଥିବା ଭିଡିଓ କ୍ଲିପ୍‌ ସେୟାର କରିଥିଲେ। ଏହି କ୍ଲିପ୍‌ରେ ଏଆଇର ସାହାଯ୍ୟରେ ଭାଟିଆଙ୍କ ନାଁରେ ଏକ ଆପତ୍ତିଜନକ ବୟାନ ଯୋଡ଼ାଯାଇଥିଲା। ସୌରଭ ଏହାକୁ ‘ନୋ କମେଣ୍ଟସ ଏଗେନ୍‌’ ଲେଖି ସେୟାର କରିଥିଲେ। ଭାଟିଆ ଏହାକୁ ଫେକ୍‌ ପୋଷ୍ଟ ବୋଲି କହି ୨୪ ଘଣ୍ଟା ମଧ୍ୟରେ ପୋଷ୍ଟ ହଟାଇବା ସହ ନିଃସର୍ତ୍ତ କ୍ଷମା ମାଗିବାକୁ ଚେତାବନୀ ଦେଇଥିଲେ। ସୌରଭ ପରେ ପୋଷ୍ଟ ହଟାଇଥିଲେ, କିନ୍ତୁ କ୍ଷମା ମାଗି ନ ଥିଲେ।

CJP: ସିଜେପି ଆନ୍ଦୋଳନ: ୧୩ ଏତଲା ରଦ୍ଦ ପାଇଁ ସୁପ୍ରିମ୍‌କୋର୍ଟରେ ଦିଲ୍ଲୀ ପୁଲିସ

ଏହି ବିବାଦ ଚାଲିଥିବା ବେଳେ ଅଭିଜିତ୍ ଦୀପକେ ମଧ୍ୟ ଏକ ଫେକ୍‌ ଭିଡିଓ ଶେୟାର କରି ଅଡ଼ୁଆରେ ପଡ଼ିଥିଲେ। ସେ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ସିଇଓ ଅବସରପ୍ରାପ୍ତ ଏୟାର୍ ମାର୍ଶାଲ୍‌ ଜିତେନ୍ଦ୍ର ମିଶ୍ରଙ୍କର ବୋଲି ଦାବି କରି ଜଣେ ବ୍ୟକ୍ତିଙ୍କ ଭିଡିଓ ଶେୟାର କରିଥିଲେ। ଭିଡିଓରେ ଜଣେ ବ୍ୟକ୍ତି ମୁଣ୍ଡରେ ମଦ ଗ୍ଲାସ୍‌ ରଖି ନାଚୁଥିବା ଦେଖାଯାଉଥିଲା। ଦୀପକେ ଦାବି କରିଥିଲେ, ମିଶ୍ର ନୂଆ ଦାୟିତ୍ୱ ମିଳିବା ଖୁସିରେ ଏପରି ଉତ୍ସବ ପାଳୁଛନ୍ତି। ପରେ ଏହି ଭିଡିଓରେ ଥିବା ବ୍ୟକ୍ତି ଜିତେନ୍ଦ୍ର ମିଶ୍ର ନୁହନ୍ତି ବୋଲି ଜଣାପଡ଼ିବାରୁ ଦୀପକେ ଭିଡିଓ ହଟାଇଥିଲେ। ଏହି ଦୁଇ ଘଟଣାକୁ ନେଇ ସୋସିଆଲ୍‌ ମିଡିଆରେ ସିଜେପି ନେତାଙ୍କ ଉପରେ ପ୍ରଶ୍ନ ଉଠିଛି। କେତେକ ବ୍ୟବହାରକାରୀ ଯାଞ୍ଚ ନ କରି ଫେକ୍‌ ଫଟୋ ଓ ଭିଡିଓ ପ୍ରଚାର କରାଯିବାକୁ ଗୁରୁତର ବିଷୟ ବୋଲି କହିବା ସହ ଉଭୟଙ୍କ ବିରୋଧରେ ମାମଲା ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.