Controversy: ୪୨ ଜଣ ଜଜଙ୍କ ଖୋଲା ଚିଠି, ‘ସତ୍ୟତା ବିନା କୋର୍ଟ ବାହାରେ ଅଭିଯୋଗ ଗ୍ରହଣୀୟ ନୁହେଁ’

2 weeks ago 6
ARTICLE AD BOX

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଆୟୋଗ, ନ୍ୟାୟପାଳିକା ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିରୋଧରେ ଚାଲିଥିବା କ୍ରମାଗତ ଅପପ୍ରଚାରକୁ ନେଇ ୪୨ ଜଣ ପୂର୍ବତନ ବିଚାରପତି ଏବଂ ବରିଷ୍ଠ ଆଇନଜ୍ଞ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏକ ଖୋଲା ଚିଠି ମାଧ୍ୟମରେ ସେମାନେ ସ୍ପଷ୍ଟ କରିଛନ୍ତି ଯେ, ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକ ଉପରେ ରାଜନୈତିକ ସ୍ୱାର୍ଥ ରଖି ଆକ୍ରମଣ କରାଯାଉଛି। ଆମର ନୀରବତା କୌଣସି ନିରପେକ୍ଷ ବିକଳ୍ପ ନୁହେଁ ବୋଲି ଦର୍ଶାଇ ସେମାନେ ନିର୍ବାଚନ ଆୟୋଗକୁ ସର୍ବସାଧାରଣରେ ‘ଚୋର’ କିମ୍ବା ‘କାଠ କଣ୍ଢେଇ’ କହି ସମ୍ବୋଧନ କରିବା ଏବଂ କୌଣସି ପ୍ରମାଣ ନଥାଇ ଭୋଟ୍ ଚୋରି ଭଳି ସଙ୍ଗୀନ୍ ଅଭିଯୋଗ ଆଣିବା ଗଣତନ୍ତ୍ର ପ୍ରତି ବିପଜ୍ଜନକ ବୋଲି ଚେତାବନୀ ଦେଇଛନ୍ତି।

ଗରିମା ରକ୍ଷା କରିବାକୁ ନିବେଦନ

ସେହିପରି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଆଇନସଙ୍ଗତ ଦର୍ଶାଇ ସେମାନେ କହିଛନ୍ତି ଯେ, ୧୯୫୦ ମସିହାର ଜନପ୍ରତିନିଧିତ୍ବ ଆଇନର ଧାରା ୨୧(୩) ଅନୁଯାୟୀ ଭୋଟର ତାଲିକା ସଂଶୋଧନ କରିବା ନିର୍ବାଚନ ଆୟୋଗର ସାମ୍ବିଧାନିକ ଅଧିକାର। ମୃତ ଭୋଟର, ନକଲି ନାମ ଏବଂ ସ୍ଥାନାନ୍ତରିତ ଲୋକଙ୍କ ନାମ ବାଦ୍ ଦେଇ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୂଳ ଲକ୍ଷ୍ୟ। ଚିଠିରେ ଦର୍ଶାଯାଇଛି ଯେ, ଗଣତନ୍ତ୍ରରେ ଆକ୍ରୋଶମୂଳକ ଆକ୍ରମଣ ପରିବର୍ତ୍ତେ ଆଇନଗତ ପ୍ରମାଣ ଓ କୋର୍ଟ ମାଧ୍ୟମରେ ଅଭିଯୋଗର ସମାଧାନ କରାଯିବା ଉଚିତ୍। ଏହାସହ ଗଣମାଧ୍ୟମ ଏବଂ ସାଧାରଣ ନାଗରିକଙ୍କୁ ଗୁଜବର ଶିକାର ନହୋଇ ସତ୍ୟତା ଯାଞ୍ଚ କରିବାକୁ ଏବଂ ଆମର ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଗରିମା ରକ୍ଷା କରିବାକୁ ସେମାନେ ନିବେଦନ କରିଛନ୍ତି।

Air Chief Marshal: ‘ଅପରେସନ୍ ସିନ୍ଦୂର’ ଦେଖାଇଲା ଭାରତୀୟ ବାୟୁସେନାର ଦ୍ରୁତ ଆକ୍ରମଣ ଶକ୍ତି: ବାୟୁସେନା ମୁଖ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.