Couple Marriage: ବାହୁଡ଼ାଯାତ୍ରାରେ ବିବାହ, କାଳିଆକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେଲେ ମୋରିସସର କୁନାଲ ଓ ତୁଳସୀ

1 month ago 10
ARTICLE AD BOX

ପୁରୀ: ହଜାର ହଜାର କିଲୋମିଟର ଦୂରରେ ଘର । ହେଲେ ମନ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ। ବାହୁଡା ଯାତ୍ରାର ପବିତ୍ର ଅବସରରେ ପ୍ରଭୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି ପୁରୀରେ ସାତ ଜନ୍ମର ସାଥୀ ହୋଇଛନ୍ତି ମୋରିସସର କୁନାଲ ଓ ତୂଳସୀ । ବିଦେଶରେ ରହୁଥିଲେ ବି ଜଗନ୍ନାଥ ସଂସ୍କୃତି ପ୍ରତି ସେମାନଙ୍କର ଭକ୍ତି ଓ ଆସ୍ଥା ଏହି ବିବାହ ମାଧ୍ୟମରେ ପୁଣି ଥରେ ପ୍ରମାଣିତ ହୋଇଛି । ପେଶାରେ କୁନାଲ ଜଣେ ଇଞ୍ଜିନିୟର ହୋଇଥିବାବେଳେ ତୁଳସୀ ଜଣେ ଶିକ୍ଷୟିତ୍ରୀ। ବାହୁଡା ଯାତ୍ରାର ପବିତ୍ର ମାହୋଲ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । 

ଅଧିକ ପଢନ୍ତୁ:  Bahuda Yatra: ନୋଏଡା ସେକ୍ଟର ୬୧ର ସ୍ବର୍ଣ୍ଣ କ୍ଷେତ୍ରରେ ବାହୁଡ଼ାଯାତ୍ରା ଆୟୋଜନ

ବିଦେଶରେ ଜନ୍ମ ଓ ବଢ଼ିବା ସତ୍ତ୍ୱେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ପରମ୍ପରା ପ୍ରତି ସେମାନଙ୍କର ରହିଛି ଅଗାଧ ଶ୍ରଦ୍ଧା। ସେଥିପାଇଁ ଜୀବନର ସବୁଠୁ ବଡ଼ ମୁହୂର୍ତ୍ତ ପାଇଁ ସେମାନେ ବାଛିଛନ୍ତି ଶ୍ରୀକ୍ଷେତ୍ର ପୁରୀକୁ। ବେଦମନ୍ତ୍ର, ପାରମ୍ପରିକ ରୀତିନୀତି ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ବିବାହ। ବାହୁଡା ଯାତ୍ରା ଅବସରରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ନୂଆ ଜୀବନ ଆରମ୍ଭ କରିଥିବା ଏହି ଦମ୍ପତି କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦଠାରୁ ବଡ଼ ଉପହାର ସେମାନଙ୍କ ପାଇଁ ଆଉ କିଛି ନାହିଁ। ବିଦେଶ ମାଟିରେ ରହୁଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତିକୁ ସାରା ଜୀବନ ଆଗେଇ ନେବାକୁ ସେମାନେ ସଂକଳ୍ପ କରିଛନ୍ତି।


Read Entire Article
LEFT SIDEBAR AD

Hidden in mobile, Best for skyscrapers.