CPI Odisha State Council ସିପିଆଇ ରାଜ୍ୟ ପରିଷଦ ବୈଠକ: ଚୌକି ବଞ୍ଚାଇବାକୁ କୋଟିଆକୁ ଆନ୍ଧ୍ରପ୍ରଦେଶକୁ ଟେକିଦେଇଛି ବିଜେପି

2 days ago 7
ARTICLE AD BOX

ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ କମିଟି  ଏବଂ ରାଜ୍ୟ ପରିଷଦ ବୈଠକ ଯଥାକ୍ରମେ ୨୪ ଓ ୨୫ ଅକ୍ଟୋବର ୨୦୨୬ରେ ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ରାଜ୍ୟ ସମ୍ପାଦକମଣ୍ଡଳୀର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ଶିଥିଳତାକୁ ନେଇ ନିନ୍ଦାପ୍ରସ୍ତାବ ଆଗତ କରାଯାଇଛି। 

CPI to Intensify Protests ଗଞ୍ଜାମରେ ଆନ୍ଦୋଳନ ତୀବ୍ର କରିବ ସିପିଆଇ: ଡିସେମ୍ବର ୧ରୁ ଜେଲ୍‌ ଭରୋ ଆନ୍ଦୋଳନ
ଏହି ବୈଠକରେ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ବିବରଣୀ ଉପସ୍ଥାପନ କରିଥିଲେ। ନଭେମ୍ବର ୭ରେ ସମଗ୍ର ରାଜ୍ୟରେ ବୁଥ୍‌ସ୍ତରୀୟ ସମାବେଶ ସହ ଡିସେମ୍ବର ୧, ୨ ଓ ୩ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ନଭେମ୍ବର ମାସ ବ୍ୟାପୀ ଶାଖା ସମ୍ମିଳନୀ ଓ ‘ପରିବର୍ତ୍ତନ ଜରୁରୀ’ ପଦଯାତ୍ରା ଅଭିଯାନ ଜାରି ରଖିବାକୁ ନିଷ୍ପତ୍ତି‌ ହୋଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ୨୦୨୭ ଜାନୁଆରୀ ପହିଲାକୁ ୧୮ ବର୍ଷ ହେଉଥିବା ଓ ତଦୂର୍ଦ୍ଧ୍ୱ ବୟସର ପ୍ରତ୍ୟେକ ନାଗରିକଙ୍କ ନାମ ସଂଯୋଗ କରିବା ପାଇଁ ପାର୍ଟି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀର ସୂଚନା ଦିଆଯାଇଥିଲା।  

cpi state executive

ରାଜ୍ୟର ଡବଲ ଇଞ୍ଜିନ ସରକାର ମୋଦିଙ୍କ ଚଉକି ସୁରକ୍ଷା ପାଇଁ ଓଡ଼ିଶାର କୋଟିଆ ଅଞ୍ଚଳ ଆନ୍ଧ୍ରପ୍ରଦେଶ ନିକଟରେ ସମର୍ପଣ କରିଥିବାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି। ରାଜ୍ୟର ଗୋଟିଏ ଇଞ୍ଚ ମାଟି ଉପରେ ଅନ୍ୟ କାହାର ହସ୍ତକ୍ଷେପକୁ ସିପିଆଇ ବରଦାସ୍ତ କରିବ ନାହିଁ ବୋଲି ପ୍ରସ୍ତାବ ଗୃହୀତ ହୋଇଅଛି। 

ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ କଲେଜ ଛାତ୍ର ସଂସଦ ନିର୍ବାଚନରେ କେତେକ ପଦବୀରେ ଏଆଇଏସ୍‌ଏଫ୍‌ର ସାଥୀମାନେ ବିଜୟ ହାସଲ ଓ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ଏବଂ କଲେଜ ଛାତ୍ର ସଂସଦ ଗଠନରେ ଭାଗୀଦାର ହୋଇଥିବା ସାଥୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ରାସ୍ତାରେ ଜମି ଥିବା ନାଳପାଣିରେ ଗାଧୋଇଲେ ସିପିଆଇ ନେତା,ଭିଡ଼ିଓ ଭାଇରାଲ...
ଜାତୀୟ ପରିଷଦର ଅନ୍ୟତମ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସମଗ୍ର ଦେଶରେ ଯୁବଛାତ୍ର ଆନ୍ଦୋଳନ ବ୍ୟବସ୍ଥା ପରିବର୍ତ୍ତନ ଆନ୍ଦୋଳନର ରୂପ ନେଉଥିବା ଭୂମିକାକୁ ଅଭିନନ୍ଦନ ଜଣାଇବା ସହ ସିପିଆଇ ସମେତ ଇଣ୍ଡିଆ ବ୍ଲକ୍‌ର ଐତିହାସିକ ଭୂମିକାର ସୂଚନା ଦେଇଥିଲେ।  ସିପିଆଇ ନିଜସ୍ୱ ଗଣଭିତ୍ତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ ଆହ୍ୱାନ ଦେଇଥିଲେ।

ବିଜେଡିରେ ସିପିଆଇ ଯୁବନେତା ନରେଶ, ଯୋଗେଶଙ୍କ ଶିବିରରେ ପ୍ରବଳ ଉତ୍ସାହ
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକମଣ୍ଡଳୀ ସଦସ୍ୟ ଅଶୋକ କୁମାର ଦାଶ, ଆଶିଷ କାନୁନ୍‌ଗୋ, ବିଜୟ ଜେନା, ଦାମୋଦର ବେହେରା, ରମଣୀରଞ୍ଜନ ରାଉତରାୟ, ସୁର ଜେନା, ଶୁଭେନ୍ଦୁ ପ୍ରତାପ ମହାନ୍ତି, ନିରଞ୍ଜନ ବାରିକ, ବିଦ୍ୟାଧର ମହାନ୍ତ, ଅମରେନ୍ଦୁ ମହାନ୍ତି, ଜିନ୍ନୟୀ ସାହାଣୀ, ଅଜୟ କୁମାର ବେହେରା, ପ୍ରମୋଦିନୀ ପାଇକରାୟ, ବ୍ରଜବନ୍ଧୁ ପ୍ରଧାନ, ମହେଶ୍ୱର ରାଉତ, ସଂଘମିତ୍ରା ଜେନା, ନୀଳକଣ୍ଠ ଦାଶ, ବସନ୍ତ କୁମାର ପାଇକରାୟ, ଶଶିଭୂଷଣ ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରାଉତ, ଦେବେନ୍ଦ୍ର ସାହୁ, ବିପିନ ରାଉତ, ରାମକୃଷ୍ଣ ଦାଶ, ନମିତା ସାହୁ, ମାୟାଧର ନାୟକ, ବିଜୟ ମହାନ୍ତି, ରମେଶ ଚନ୍ଦ୍ର ପାଢ଼ୀ, ସଦାନନ୍ଦ ସାହୁ, ନାରାୟଣ ତ୍ରିପାଠୀ, ଦିଲୀପ କୁମାର ନାୟକ, କୈଳାସ ଚନ୍ଦ୍ର ପୁହାଣ, ପ୍ରସନ୍ନ କୁମାର ମହାପାତ୍ର, ପୀତାମ୍ବର ଦାସ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.