Cricket: ଖେଳିପାରନ୍ତି ଶିବମ, ବରୁଣ ଓ କୁଳଦୀପ

1 hour ago 2
ARTICLE AD BOX

ହାମିଲଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ଟ୍ବେଣ୍ଟି-୨୦ ରବିବାର ହାମିଲଟନ୍‌ର ସେଡନ୍‌ ପାର୍କରେ ଖେଳାଯିବ। ଭାରତ ପ୍ରଥମ ୩ ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇସାରିଥିବାବେଳେ ନ୍ୟୁଜିଲାଣ୍ଡ ଚତୁର୍ଥ ମ୍ୟାଚ୍‌କୁ ଜିତି ଦିନିକିଆ ଶୃଙ୍ଖଳା ପୂର୍ବରୁ ନିଜର ମନୋବଳ ଫେରିପାଇଛି। ଶୃଙ୍ଖଳା ଜିତିସାରିଥିବାରୁ ଏହି ମ୍ୟାଚ୍‌ରେ ଭାରତ ନିଜର ପରୀକ୍ଷା ନିରୀକ୍ଷା ଜାରି ରଖିବାର ସମ୍ଭାବନା ରହିଛି। ବିଶେଷକରି ଏହି ମ୍ୟାଚ୍‌ରେ ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ ଓ କୁଳଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ରହିଛି। 

Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ

ସେହିପରି ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ବି ସାମିଲ କରାଯାଇପାରେ। ଫର୍ମରେ ନଥିବା ଈଶାନ କିଶନଙ୍କୁ ବିଶ୍ରାମ ଦିଆଯାଇପାରେ। ତୃତୀୟ ଟ୍ବେଣ୍ଟି-୨୦ରେ ବୈଭବ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ଚତୁର୍ଥ ମ୍ୟାଚ୍‌ରେ ତାଙ୍କୁ ବସିବାକୁ ପଡ଼ିଥିଲା। ଏହି ଶୃଙ୍ଖଳାରେ ଭାରତୀୟ ଦଳର ବୋଲିଂ ଚିନ୍ତାର କାରଣ ହୋଇଛି। ବିଶେଷକରି ଶେଷ ଓଭରଗୁଡ଼ିକରେ ଭାରତୀୟ ବୋଲରମାନେ ରନ୍‌ ରୋକିବାକୁ ସକ୍ଷମ ହେଉନାହାନ୍ତି। ଆହୁରି ମଧ୍ୟ ଅଧିନାୟକ ଶ୍ରେୟସ୍‌ ଆୟରଙ୍କ ଦୁର୍ବଳ ଫର୍ମ ବି ଚିନ୍ତା ବଢାଇଦେଇଛି। 

ISRO: ଏନ୍‌ଭିଏସ୍‌-୦୩ ଉତ୍‌କ୍ଷେପଣ; ୩ଟି ପାଇରୋ ଭାଲ୍‌ଭ ଖୋଲା ରଖିଥିଲା ଇସ୍ରୋ

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ଗ୍ଲେନ ଫିଲିପ୍ସ, ବେଭନ ଜାକବ୍ସ ଓ ମାଇକେଲ ବ୍ରେସୱେଲ୍‌ଙ୍କ ବ୍ୟାଟିଂ ଉପରେ ନିର୍ଭର କରିବ। ସେହିପରି ବୋଲିଂରେ ମିଚେଲ୍‌ ସାଣ୍ଟନର ଓ ଜାକବ ଡଫି ଭାରତକୁ ଚାପରେ ରଖିବାକୁ ଉଦ୍ୟମ କରିବେ। 
ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ସଞ୍ଜୁ ସାମସନ୍‌ (ୱିକେଟ୍‌କିପର), ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ନମନ ଧୀର, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ମୟଙ୍କ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.