ARTICLE AD BOX
ଭଦୋଦରା: ବୈଷ୍ଣବୀ ଶର୍ମାଙ୍କ ଘାତକ ବୋଲିଂ ଏବଂ ପ୍ରତୀକା ରାୱଲ ଓ ଶେଫାଳି ବର୍ମାଙ୍କ ଦମ୍ଦାର ବ୍ୟାଟିଂ ବଳରେ ଜିମ୍ବାୱେକୁ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ୮ ୱିକେଟ୍ରେ ହରାଇଦେଇଛି ଭାରତ। ଏହି ସହଜ ବିଜୟ ସହ ସ୍ମୃତି ମନ୍ଧାନାଙ୍କ ଦଳ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି।
Sports: ଓଡ଼ିଶାରେ ଖେଳାଳିଙ୍କ ପାଇଁ ‘ଓମ୍ନିବସ୍ ବ୍ୟବସ୍ଥା’ କେବେ?
ବୁଧବାର ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୯.୫ ଓଭରରେ ମାତ୍ର ୧୩୧ ରନ୍ କରିଥିଲା। ବୈଷ୍ଣବୀ ଶର୍ମା ୩୯ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ୫ ୱିକେଟ୍ ସଫଳତା। କ୍ରାନ୍ତି ଗୌଡ଼ ଓ ସାୟଲି ସତଘରେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜିମ୍ବାୱେ ପକ୍ଷରୁ ମୋଡେଷ୍ଟର ମୁପାଚିକୱା ସର୍ବାଧିକ ୩୭ ରନ୍ କରିଥିଲେ। ୧୩୨ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୭ ଓଭରରେ ୨ ୱିକେଟ୍ ହରାଇ ହାସଲ କରିଥିଲା। ପ୍ରତୀକା ରାୱଲ ୫୬ ବଲ୍ରୁ ଅପରାଜିତ ୫୯ ରନ୍ କରିଥିବା ବେଳେ ଶେଫାଳି ବର୍ମା ମାତ୍ର ୨୬ ବଲ୍ରୁ ଅପରାଜିତ ୫୧ ରନ୍ କରିଥିଲେ। ବୈଷ୍ଣବୀ ମ୍ୟାଚ୍ର (୫/୩୯) ଓ ପ୍ରତୀକା ରାୱଲ (୨୨୦ ରନ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

39 minutes ago
1


