ARTICLE AD BOX
ଦୁବାଇ: ଭାରତୀୟ ଅଧିନାୟକ ଶ୍ରେୟସ ଆୟର ବୁଧବାର ପ୍ରକାଶିତ ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାର ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମଙ୍ଗଳବାର ମ୍ୟାଚ୍ରେ ସେ ୪୩ ବଲ୍ରୁ ୧୦ ଚୌକା ଓ ୬ ଛକା ସହାୟତାରେ ଅପରାଜିତ ୧୦୨ ରନ୍ କରିଥିଲେ। ତାଙ୍କର ଏହି ଶତକୀୟ ପାଳି ବଳରେ ଭାରତ ୩୨ ବଲ୍ ପୂର୍ବରୁ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।
ଏହି ମ୍ୟାଚ୍ ବିଜୟୀ ପାଳି ଯୋଗୁଁ ଶ୍ରେୟସ ମାନ୍ୟତାରେ ବଡ଼ ଲମ୍ଫ ଦେଇଛନ୍ତି। ସେ ୧୮ ସ୍ଥାନ ଉଠି ନିଜ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ସହ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ୧୦ରେ ୪ ଜଣ ଭାରତୀୟ ରହିଛନ୍ତି। ଈଶାନ କିଶନ ୯୦୨ ପଏଣ୍ଟ୍ ସହ ଶୀର୍ଷରେ ଥିଲା ବେଳେ ଅଭିଷେକ ଦ୍ବିତୀୟ ଓ ତିଳକ ବର୍ମା ଦଶମରେ ରହିଛନ୍ତି। ବୋଲିଂରେ ଭାରତରୁ କେବଳ ଅକ୍ଷର ପଟେଲ (ସପ୍ତମ) ଓ ଯଶପ୍ରୀତ ବୁମ୍ରା (ଦଶମ) ଶୀର୍ଷ ୧୦ରେ ରହିଛନ୍ତି। ବିଶ୍ବ ବିଜେତା ଭାରତ ପୂର୍ବ ପରି ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି।
Cricket: ଫୁଟବଲ ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ଖେଳିଲା ଉରୁଗୁଏ ଦଳ
ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ବିରାଟ କୋହଲି ଗୋଟିଏ ସ୍ଥାନ ଖସି ତୃତୀୟରେ ରହିଛନ୍ତି। ରୋହିତ ଶର୍ମା ଚତୁର୍ଥ ଓ କେଏଲ୍ ରାହୁଲ ଦଶମରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଭାରତର କୁଲଦୀପ ଯାଦବ (ଷଷ୍ଠ) କେବଳ ଶୀର୍ଷ ୧୦ ଭିତରେ ଅଛନ୍ତି।

2 weeks ago
7


