Cricket: ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ଯୁବରାଜ ସିଂହ ସାମିଲ

2 weeks ago 6
ARTICLE AD BOX

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ସହଯୋଗୀ ଓ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଅଭିଷେକ ଶର୍ମା ଓ ପ୍ରଭସିମ୍ରନ୍‌ ସିଂହଙ୍କୁ ପ୍ରଶିକ୍ଷିତ କରିଥିବା ଯୁବିଙ୍କ ଏହା ପ୍ରଥମ ଆନୁଷ୍ଠାନିକ ପ୍ରଶିକ୍ଷକ ଦାୟିତ୍ବ। ସେ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲିଙ୍କ ସହ କାର୍ଯ୍ୟ କରିବେ। 

ଯୁବି ୨୦୦୭ ଟ୍ବେଣ୍ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ। ସେ ମଧ୍ୟ ୧୩୨ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୭୫୦ ରନ୍‌ କରିବା ସହ ୩୬ ୱିକେଟ୍‌ ନେଇଛନ୍ତି।ସେ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ୪୦ ଟେଷ୍ଟ୍‌, ୩୦୪ ଦିନିକିଆ ଓ ୫୮ ଟ୍ବେଣ୍ଟି-୨୦ ଖେଳିଛନ୍ତି।

ପ୍ରଥମ କରି ସାମ୍ନାକୁ ଆସିଲା ଯୁବରାଜ ସିଂହଙ୍କ ଝିଅର ଫଟୋ, ସେୟାର କଲେ ପତ୍ନୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.