Critically injured: ବାଇକ୍ ଓ କାର୍‌ ଧକ୍କାରେ ମା’-ଝିଅ ଗୁରୁତର: ୨୦୦ ଫୁଟିଆ ରାସ୍ତା ୨ଘଣ୍ଟା ଅବରୋଧ

1 week ago 4
ARTICLE AD BOX

ଚନ୍ଦ୍ରଶେଖରପୁର: ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ଏକାମ୍ରକାନନ ୨୦୦ ଫୁଟିଆ ରାସ୍ତାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ମା-ଝିଅ ଗୁରୁତର ହୋଇଛନ୍ତି। ସ୍କୁଟିରେ ଯାଉଥିବା ମା-ଝିଅଙ୍କୁ ପ୍ରଥମେ ଏକ ବାଇକ୍‌ ଧକ୍କା ଦେଇଥିଲା ଏବଂ ସେମାନେ ତଳେ ପଡ଼ିଯିବା ପରେ ପଛରୁ ଆସୁଥିବା ଏକ କାର୍‌ ଝିଅର ଗୋଡ଼ରେ ମାଡ଼ି ଯାଇଥିଲା। ମା’ ରୁବି ଦାସ(୪୫) ଓ ଝିଅ ବେଦୀ ଦାସ(୧୯)ଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରୁ ବାଇକ୍‌ ଓ କାର୍‌ ପଳାଇଛନ୍ତି। ‌ତେଣୁ ବାଇକ୍‌ ଓ କାର୍‌କୁ ଠାବ କରିବା ଦାବିରେ ସାଲିଆସାହି ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ୨୦୦ଫୁଟିଆ ରାସ୍ତାକୁ ୨ଘଣ୍ଟା କାଳ ଅବରୋଧ କରିଥିଲେ। ପୁଲିସ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ଧାରଣାରୁ ଉଠିଥିଲେ।  

SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା

ସାଲିଆସାହି ଆଦିବାସୀ ଗାଁର ରୁବି ଓ ତାଙ୍କ ଝିଅ ଦେବୀ ସ୍କୁଟି ଯୋଗେ ୨୦୦ ଫୁଟିଆ ରାସ୍ତାରେ ଫାର୍ମାସି କଲେଜ ଛକ ଦେଇ ରାସ୍ତା ପାର ହେଉଥିଲେ। ଠିକ୍‌ ଏତିକିବେ‌ଳେ ଏକ ଦ୍ରୁତଗାମୀ ବାଇକ୍‌ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ମା’ ଓ ଝିଅ ସ୍କୁଟିରୁ ପଡ଼ିଯାଇଥିଲେ ଏବଂ କିଛି ବାଟ ଘୋଷାରି ହୋଇଯାଇଥିଲା। ଏତିକିବେଳେ ସମାନ ଦିଗରେ ଦ୍ରୁତବେଗରେ ଯାଉଥିବା ଏକ କାର୍‌ ଝିଅ ଦେବୀଙ୍କ ଗୋଡ଼ରେ ମାଡ଼ିଯାଇଥିଲା। ଛକରେ ଉପସ୍ଥିତ ଲୋକେ ଏହା ଦେଖି ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ମା-ଝିଅଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। ଜନଗହଳିପୂର୍ଣ୍ଣ ଛକରେ ଗାଡ଼ିଚାଳକମାନଙ୍କ ଏଭଳି ବେପରୁଆ ଗାଡ଼ିଚାଳନା ଦେଖି ଲୋକେ ତାତି ଉଠିଥିଲେ। ବିଶେଷକରି କାର୍‌ ଚାଳକର ଅମଣିଷପଣିଆ ଲୋକଙ୍କୁ ଉତ୍ତେଜିତ କରିଥିଲା। ମା-ଝିଅ ସାଲିଆସାହି ଅଞ୍ଚଳର ହୋଇଥିବାରୁ ଦୁର୍ଘଟଣା ଖବର ପାଇ ଶହଶହ ଲୋକ ଫାର୍ମାସି କଲେଜ ଛକକୁ ମାଡ଼ିଆସିଥିଲେ। ଆହତ ମା-ଝିଅଙ୍କୁ ଚିକିତ୍ସା ସହାୟତା ଯୋଗାଇବା ଓ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ୨ ଚାଳକଙ୍କୁ ତୁରନ୍ତ ଗିରଫ କରିବା ଦାବିକରି ଲୋକେ ରାସ୍ତା ଅବରୋଧ କରିଥିଲେ। ମୈତ୍ରୀବିହାର ଓ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଫେରାର ବାଇକ୍ ଆରୋହୀ ଓ କାର୍‌ଚାଳକକୁ ନିଶ୍ଚୟ ଚିହ୍ନଟ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.