Cursed Luxury Items: ଅଭିଶପ୍ତ ବିଳାସ ସାମଗ୍ରୀ

4 days ago 5
ARTICLE AD BOX

ଚକଚକ କରୁଥିବା ହୀରା, ଦାମୀ ଘଣ୍ଟା ଓ ମୂଲ୍ୟବାନ୍‌ ଗହଣା ସମସ୍ତଙ୍କୁ ଆକର୍ଷିତ କରେ। କିନ୍ତୁ ଏହି ଚକମକ ଦୁନିଆ ପଛରେ ଯଦି ଲୁଚି ରହିଥାଏ ରହସ୍ୟ, ଦୁର୍ଭାଗ୍ୟ ଓ ଅଭିଶାପର କାହାଣୀ, ତେବେ ତାହା ଆହୁରି ରୋଚକ ହୋଇଉଠେ। ହଲିଉଡ୍‌ ଅଭିନେତ୍ରୀ ମାରିଲିନ୍ ମନ୍‌ରୋଙ୍କ ହୀରାଠାରୁ ଆରମ୍ଭ କରି କିମ୍ କାର୍ଦସିଆନ୍‌ଙ୍କ ଦାମୀ ଘଣ୍ଟା ପର୍ଯ୍ୟନ୍ତ, ଏହି ସାମଗ୍ରୀଗୁଡ଼ିକର ଇତିହାସ ଯେତିକି ଆକର୍ଷଣୀୟ, ସେଗୁଡ଼ିକୁ ନେଇ ପ୍ରଚଳିତ ଅଭିଶାପର କାହାଣୀ ମଧ୍ୟ ସେତିକି ରହସ୍ୟମୟ।

 ହୋପ୍ ଡାଏମଣ୍ଡ୍‌: ବିଶ୍ୱର ପ୍ରସିଦ୍ଧ ନୀଳ ହୀରା ମଧ୍ୟରୁ ହୋପ୍ ଡାଏମଣ୍ଡ୍‌ ଅନ୍ୟତମ। ବିଂଶ ଶତାବ୍ଦୀର ଆରମ୍ଭରୁ ଏହାକୁ ନେଇ ଅଭିଶାପର କାହାଣୀ ପ୍ରଚଳିତ ହୋଇଥିଲା। ଫ୍ରାନ୍‌ସର ରାଜା ଲୁଇ ଷୋଡ଼ଶ ଓ ରାଣୀ ମେରି ଆଣ୍ଟୋଏନେଟ୍‌ଙ୍କ ଦୁର୍ଭାଗ୍ୟ ସହ ଏହି ହୀରାକୁ ଯୋଡ଼ାଯାଇଥାଏ। 
 ବ୍ଲାକ୍ ଓର୍ଲୋଭ୍: ଏହି କଳା ହୀରାକୁ ଭାରତରେ ବ୍ରହ୍ମାଙ୍କ ମୂର୍ତ୍ତିର ଆଖିରୁ ଚୋରି କରାଯାଇଥିବା ଲୋକକଥା ରହିଛି। ଏହାର ମାଲିକଙ୍କ ମୃତ୍ୟୁ ସହ ମଧ୍ୟ ଏହାର ଭୂମିକାକୁ ଯୋଡ଼ାଯାଏ।
 ମୁନ୍ ଅଫ୍ ବରୋଦା: ୨୪.୦୪ କ୍ୟାରେଟ୍‌ ବିଶିଷ୍ଟ ଏହି ହଳଦିଆ ହୀରା ଭାରତର ଗୋଲକୋଣ୍ଡା ଅଞ୍ଚଳରୁ ଆସିଥିବା କୁହାଯାଏ। ୧୯୫୩ରେ ହଲିଉଡ୍‌ ଅଭିନେତ୍ରୀ ମାରିଲିନ୍ ମନ୍‌ରୋ ଏହାକୁ ଏକ ଚଳଚ୍ଚିତ୍ରରେ ପିନ୍ଧିଥିଲେ। ତାଙ୍କ ମୃତ୍ୟୁ ପରେ, ଏହା ଏକ ଅଭିଶପ୍ତ ହୀରା ବୋଲି ଚର୍ଚ୍ଚା ହୋଇଆସିଛି।
 କାର୍ଟିଅର୍ ଟ୍ୟାଙ୍କ୍ ଘଣ୍ଟା: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌. ଏଫ୍‌ କେନେଡିଙ୍କ ପତ୍ନି ଜ୍ୟାକ୍‌ଲିନ୍‌ କେନେଡିଙ୍କର ଏହି ଘଣ୍ଟାକୁ ୨୦୧୭ରେ କିମ୍ କାର୍ଦାସିଆନ୍ ୩,୭୯,୫୦୦ ଡଲାରରେ କିଣିଥିଲେ। ଏହାର ପୂର୍ବତନ ମାଲିକଙ୍କ ପରିବାରରେ ଘଟିଥିବା ଦୁଃଖଦ ମୃତ୍ୟୁ ଯୋଗୁଁ ଏହା ଅଭିଶପ୍ତ ବୋଲି କୁହାଯାଏ।
 ଡେଷ୍ଟିନି ରିଙ୍ଗ୍‌: ହଲିଉଡ୍‌ ଅଭିନେତା ରୁଡଲ୍‌ଫ ଭାଲେଣ୍ଟିନୋଙ୍କ ସହ ଏହି ମୁଦିର ନାମ ଯୋଡ଼ାଯାଇଛି। ମୁଦିଟି ଅଭିଶପ୍ତ ବୋଲି ଦୋକାନୀ ଚେତାବନୀ ଦେଇଥିବା କାହାଣୀ ପ୍ରଚଳିତ। ମାତ୍ର ୩୧ ବର୍ଷ ବୟସରେ ଭାଲେଣ୍ଟିନୋଙ୍କ ମୃତ୍ୟୁ ପରେ ଏହି ମୁଦିକୁ ନେଇ ରହସ୍ୟ ଆହୁରି ବଢ଼ିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.