Cyber Fraud Arrested: ଡିଜିଟାଲ୍ ଆରେଷ୍ଟ ମାଧ୍ୟମରେ ୬ ଲକ୍ଷ ଟଙ୍କା ଠକେଇ: ଜାମ୍ମୁ-କାଶ୍ମୀର ଓ ରାଜସ୍ଥାନରୁ ୨ ସାଇବର ଅପରାଧୀ ଗିରଫ

3 weeks ago 4
ARTICLE AD BOX

ନୂଆଦିଲ୍ଲୀ: ରବିବାର ଦକ୍ଷିଣ ଦିଲ୍ଲୀର ସାଇବର ପୁଲିସ ଷ୍ଟେସନ ପକ୍ଷରୁ ''ଡିଜିଟାଲ୍ ଆରେଷ୍ଟ'' ସାଇବର ଠକେଇ ମାମଲାରେ ଜାମ୍ମୁ-କାଶ୍ମୀରରୁ ରିତିଶ କୁମାର ମେହେରା ଓ ରାଜସ୍ଥାନରୁ ମୁକେଶ କୁମ୍ଭାର ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସର ସୂଚନା ଅନୁଯାୟୀ, ନିଜକୁ ସରକାରୀ ଆଇନ ପ୍ରବର୍ତ୍ତନକାରୀ ଅଧିକାରୀ ଭାବେ ପରିଚୟ ଦେଇ ହାଟ୍ସଆପ୍ ଭିଡିଓ କଲ୍ ମାଧ୍ୟମରେ ଗିରଫ କରିବାର ଭୟ ଦେଖାଇ ଅଭିଯୁକ୍ତମାନେ ଜଣେ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହି ଘଟଣାରେ ବିଏନ୍ଏସର ବିଭିନ୍ନ ଧାରା ଅଧୀନରେ ସାଇବର ସାଉଥ୍ ଥାନାରେ ଏକ ଇ-ଏଫ୍ଆଇଆର୍ ରୁଜୁ ହେବା ପରେ ପୁଲିସ ତୁରନ୍ତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା।

ସୀଧାସଳଖ ଲିଙ୍କ୍ ଥିବା ସ୍ପଷ୍ଟ

ପୁଲିସର ଆର୍ଥିକ କାରବାର ଓ ବୈଷୟିକ ତଦନ୍ତରୁ ଜଣାପଡ଼ିଛି ଯେ ଠକେଇ ଟଙ୍କାରୁ ପ୍ରଥମେ ରାଜସ୍ଥାନ ଭିଲୱାଡ଼ାର ମୁକେଶ କୁମ୍ଭାରଙ୍କ ଆକାଉଣ୍ଟକୁ ଜମା ହୋଇଥିଲା, ଯେଉଁଥିରୁ ୫.୫ ଲକ୍ଷ ଟଙ୍କା ପରବର୍ତ୍ତୀ ସମୟରେ ଜାମ୍ମୁ-କାଶ୍ମୀର କଠୁଆର ରିତିଶ କୁମାର ମେହେରାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା। ବିଶେଷ ତଦନ୍ତକାରୀ ଟିମ୍ ପ୍ରଥମେ କଠୁଆରୁ ମେହେରାଙ୍କୁ ଏବଂ ପରେ ଭିଲୱାଡ଼ାରୁ କୁମ୍ଭାରଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ କୁମ୍ଭାରଙ୍କ ଅନ୍ୟ ଏକ ଆକାଉଣ୍ଟରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ସନ୍ଦେହଜନକ କାରବାର ଜଣାପଡ଼ିବା ସହ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ (ଏନସିଆରପି)ରେ ଦେଶର ବିଭିନ୍ନ ରାଜ୍ୟରୁ ରୁଜୁ ହୋଇଥିବା ୧୦ଟି ସାଇବର ଠକେଇ ଅଭିଯୋଗ ସହ ଏହାର ସୀଧାସଳଖ ଲିଙ୍କ୍ ଥିବା ସ୍ପଷ୍ଟ ହୋଇଛି। ବୈଷୟିକ ଅନୁସନ୍ଧାନରୁ ଏହି ଅନଲାଇନ୍ ଯୋଗାଯୋଗର ତଥ୍ୟ କାମ୍ବୋଡିଆରୁ ପରିଚାଳିତ ହେଉଥିବା ଜଣାପଡ଼ିଛି, ଯାହା ଏକ ଆନ୍ତର୍ଜାତୀୟ ସାଇବର ଗ୍ୟାଙ୍ଗର ସଂପୃକ୍ତିକୁ ପଦାକୁ ଆଣିଛି।

Medicare Payment: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ନିର୍ବାଚନୀ ଥୋପ: ବରିଷ୍ଠ ନାଗରିକଙ୍କୁ ମିଳିବ ୯୦ ଡଲାର

ପୁଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୩ଟି ମୋବାଇଲ୍ ଫୋନ୍, ୪ଟି ଏଟିଏମ୍/ଡେବିଟ୍ କାର୍ଡ, ୫ଟି ଚେକ୍ ବୁକ୍ ଏବଂ ୫ଟି ରବର ଷ୍ଟାମ୍ପ ଜବତ କରିଛି। ସାରା ଦେଶରେ ବିଭିନ୍ନ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କାରବାର ଚଲାଉଥିବା ଏହି ବୃହତ୍ ସାଇବର ନେଟୱାର୍କର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୁଲିସ ଅଧିକ ଛାନଭିନ୍ ଜାରି ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.