Cyclone Arnab and Floods ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ବିପର୍ଯ୍ୟୟ: ଗଞ୍ଜାମ ଓ ଗଜପତି ଜିଲ୍ଲାର ୧ଲକ୍ଷ ୨୦ ହଜାର ପ୍ରଭାବିତ, ୭୫ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

1 hour ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଅର୍ଣ୍ଣବ, ପରବର୍ତ୍ତୀ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ଦକ୍ଷିଣାଞ୍ଚଳର ୬ ଜିଲ୍ଲାର, ବିଶେଷ ଭାବେ ଗଞ୍ଜାମ ଓ କନ୍ଧମାଳର ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ବାତ୍ୟା ଓ ବନ୍ୟା ଯୋଗୁଁ ୭୬ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଜନଜୀବନ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି ବୋଲି  ସ୍ବତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Cyclone Arnab Damage Assessment: ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି: ତ୍ବରିତ ଆକଳନ ନିମନ୍ତେ ୬ ଜିଲ୍ଲାକୁ ନିର୍ଦ୍ଦେଶ, ପୁନରୁଦ୍ଧାର ନିମନ୍ତେ ବ୍ରହ୍ମପୁରରେ ଅତିରିକ୍ତ ୫ ଯନ୍ତ୍ରୀ ନିୟୋଜିତ
ଆଜି (ରବିବାର) ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆର୍‌ସି ଉଦ୍ଧାର, ଥଇଥାନ ଓ କ୍ଷୟକ୍ଷତିର ଆକଳନ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ବାତ୍ୟା ଓ ବନ୍ୟା ପ୍ରଭାବରେ ମୁଖ୍ୟତଃ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।  ମୋଟ ୧,୧୮,୭୩୦ ଜଣ ଜନସଂଖ୍ୟା ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୫,୮୫୫ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିଛି।  

Cyclone Arnab restoration

ସ୍ଥାନାନ୍ତରିତ ଲୋକଙ୍କ ପାଇଁ ୩୯୬ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ଏହାସହ ୮୦୭ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ୩୯୯ ଜଣ ସନ୍ତାନ ପ୍ରସବ କରିଛନ୍ତି।  ୭୫,୩୮୮ ହେକ୍ଟର ଚାଷଜମି ପ୍ରଭାବିତ ହେବା ସହ ୧,୬୭୨ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Cyclone Arnab Review: ’ବାତ୍ୟା ଅର୍ଣ୍ଣବ’ ସ୍ଥିତି ସମୀକ୍ଷା: ୧୯ ହଜାର ମାଛଧରା ଡଙ୍ଗା ଉଦ୍ଧାର, ୪ ହଜାର ଜଣ ଗର୍ଭବତୀ ମହିଳା ସୁରକ୍ଷିତ ସ୍ଥାନାନ୍ତର
ଦକ୍ଷିଣ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି। ମୋଟ ୬,୪୦୦ରୁ ଅଧିକ କର୍ମଚାରୀଙ୍କୁ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ବୌଦ୍ଧ, ମାଲକାନଗିରି, ରାୟଗଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ସହରରେ ୧୦୦% ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇସାରିଛି। ସମଗ୍ର ଭାବେ ଦକ୍ଷିଣ ଓଡ଼ିଶାରେ ୯୬%ରୁ ଅଧିକ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହୋଇଛି। 

Cyclone Arnab Aftermath: ବାତ୍ୟା ଅର୍ଣ୍ଣବର ବର୍ଷା ବିତ୍ପାତ: ଗଞ୍ଜାମ ଓ ଗଜପତିରେ ୧ହଜାର ଗାଁ ପ୍ରଭାବିତ
ସହରର ଦୈନିକ ଚାହିଦା ୯୦ନିୟୁତ ଲିଟର ଦୈନିକ(ଏମ୍‌ଏଲ୍‌ଡି) ଥିବା ବେଳେ ବର୍ତ୍ତମାନ ୭୦ ଏମ୍‌ଏଲ୍‌ଡି ଜଳ ଯୋଗାଣ କରାଯାଉଛି ଏବଂ ଅତିରିକ୍ତ ଜଳ ଯୋଗାଣ ପାଇଁ ୨୦ଟି ୱାଟର ଟ୍ୟାଙ୍କର ନିୟୋଜିତ ଅଛନ୍ତି।  ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୨,୫୭୫ଟି ନଳକୂପ ଏବଂ ୧୬୨ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ ବିଶୋଧନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି। ଏହାଛଡ଼ା ଲକ୍ଷାଧିକ ପାନୀୟ ଜଳ ବୋତଲ ଓ ପାଉଚ୍ ବଣ୍ଟନ କରାଯାଇଛି। ପାନୀୟ ଜଳ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଜାନିବାଲିରେ ଯୁଦ୍ଧକାଳୀନ ଭିତ୍ତିରେ ବାଲି ବନ୍ଧ ନିର୍ମାଣ କରାଯାଉଛି, ଯେଉଁଥିରେ ୧୨୦ ଜଣ ଶ୍ରମିକ ଓ ୩ଟି ପୋକ୍ଲେନ୍ ମେସିନ୍ ନିୟୋଜିତ ଅଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.