ARTICLE AD BOX
ଗଜପତି: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଗୁଡ଼ୁରୀଗୁଡ଼ା ବ୍ରିଜ୍ର ଗାର୍ଡୱାଲ୍ ନଦୀକୁ ଧସିପଡ଼ିଛି। ଏଥିସହ ବ୍ରିଜ୍କୁ ସଂଯୋଗ କରୁଥିବା ରାସ୍ତାର କିଛି ଅଂଶ ମଧ୍ୟ ଧସିଯାଇଥିବାରୁ ଏହି ବ୍ରିଜ୍ ଉପରେ ଯାତାୟତକୁ ନେଇ ଆଶଙ୍କା ଦେଖାଦେଇଛି। ଏହି ଘଟଣା ପରେ ଆଖପାଖର ତିନିଟି ଗାଁର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ମରାମତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି
ସୂଚନା ଅନୁଯାୟୀ, ମାତ୍ର ତିନିବର୍ଷ ତଳେ ଏହି ବ୍ରିଜ୍ଟି ବିଜୁ ସେତୁ ଯୋଜନାରେ ନିର୍ମାଣ କରାଯାଇଥିଲା। ହେଲେ ବାତ୍ୟାଜନିତ ବର୍ଷା ଓ ନଦୀରେ ଜଳପ୍ରବାହ ବୃଦ୍ଧି ଯୋଗୁଁ ବ୍ରିଜ୍ର ଗାର୍ଡୱାଲ୍ ସହ ସଂଲଗ୍ନ ରାସ୍ତା ଧସିଯାଇଛି। ଏହା ଫଳରେ ବ୍ରିଜ୍ର ସୁରକ୍ଷା ଓ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ବ୍ରିଜ୍ଟି ଉପରେ ନିର୍ଭର କରୁଥିବା ତିନିଟି ଗାଁର ଲୋକଙ୍କ ଯାତାୟତ ପ୍ରଭାବିତ ହେବା ଆଶଙ୍କା ରହିଛି। ତେଣୁ ତୁରନ୍ତ ଘଟଣାସ୍ଥଳ ଯାଞ୍ଚ କରି କ୍ଷୟକ୍ଷତିର ଆକଳନ କରିବା ସହ ଆବଶ୍ୟକ ମରାମତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି।
Theft: ହାତିଖମ୍ବାରେ ପାଗଳ ବାବାଙ୍କ ପିତଳ ମୂର୍ତ୍ତି ଚୋରି, ବାରମ୍ବାର ଚୋରି ଘଟଣାକୁ ନେଇ ଭକ୍ତଙ୍କ ଉଦ୍ବେଗ

1 hour ago
1


