ARTICLE AD BOX
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ମୁକାବିଲା ନିମନ୍ତେ ଭୁବନେଶ୍ବରସ୍ଥିତ ରାଜୀବ ଭବନର ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସ୍ଆରସି ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତା କରିଛନ୍ତି।
Cyclone Arnab Preparedness: ବାତ୍ୟା ‘ଅର୍ଣ୍ଣବ: ମାଲକାନଗିରିରେ ସରଜମିନ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ବୈଠକରୁ ମିଳିଥିବା ତଥ୍ୟାନୁସାରେ, ରାଜ୍ୟର ମୋଟ ୮ଟି ଜିଲ୍ଲାରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରୁ ମୋଟ ୪୮,୦୧୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, । ଏଥିସହିତ ସେମାନଙ୍କ ରହଣି ପାଇଁ ମୋଟ ୪୬୬ଟି ଆଶ୍ରୟସ୍ଥଳୀ (Shelters) ପ୍ରସ୍ତୁତ ରଖାଯାଇଛି। ନବରଙ୍ଗପୁର: ୧୧,୨୭୦ ଜଣ ଲୋକ ଚିହ୍ନଟ, ୧୩୪ଟି ଆଶ୍ରୟସ୍ଥଳୀ ଗଜପତି: ୧୧,୦୦୦ ଜଣ ଲୋକ ଚିହ୍ନଟ, ୧୭୫ଟି ଆଶ୍ରୟସ୍ଥଳୀ ମାଲକାନଗିରି: ୯,୮୫୦ ଜଣ ଲୋକ ଚିହ୍ନଟ, ୩୫ଟି ଆଶ୍ରୟସ୍ଥଳୀ ଗଞ୍ଜାମ: ୬,୫୦୦ ଜଣ ଲୋକ ଚିହ୍ନଟ, ୩୭ଟି ଆଶ୍ରୟସ୍ଥଳୀ କୋରାପୁଟ: ୫,୦୦୦ ଜଣ ଲୋକ ଚିହ୍ନଟ, ୪୭ଟି ଆଶ୍ରୟସ୍ଥଳୀ କଳାହାଣ୍ଡି: ୨,୪୧୫ ଜଣ ଲୋକ ଚିହ୍ନଟ, ୧୪ଟି ଆଶ୍ରୟସ୍ଥଳୀ ନୂଆପଡ଼ା: ୧,୬୭୫ ଜଣ ଲୋକ ଚିହ୍ନଟ, ୧୭ଟି ଆଶ୍ରୟସ୍ଥଳୀ ରାୟଗଡ଼ା: ୩୦୦ ଜଣ ଲୋକ ଚିହ୍ନଟ, ୭ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି।
Cyclone Arnab Preparedness ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା, ୮୩ ସେଟ୍ ଜରୁରୀକାଳୀନ ଟାୱାର ଓ ୧୧୧୫ କିମି କଣ୍ଡକ୍ଟର ମହଜୁଦ
ଏହାସହ, ଗଞ୍ଜାମ: ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍, ୨ଟି ଏନ୍.ଡି.ଆର୍.ଏଫ୍. ,୨୪ ଟି ଅଗ୍ନିଶମ ,ଗଜପତି: ଜିଲ୍ଲାରେ ୬ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୮ଟି ଅଗ୍ନିଶମ ,ରାୟଗଡ଼ା: ରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍ ଏ ଫ୍,୧୧ ଟି ଅଗ୍ନିଶମ ,କୋରାପୁଟ: ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୧୪ଟି ଅଗ୍ନିଶମ ଟିମ୍ କାର୍ଯ୍ୟରତ ଅଛନ୍ତି। ମାଲକାନଗିରି: ଏହି ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନ୍.ଡି.ଆର୍.ଏଫ୍. ଏବଂ ୯ଟି ଅଗ୍ନିଶମ ଟିମ,ନବରଙ୍ଗପୁର: ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧୨ଟି ଅଗ୍ନିଶମ ଟିମ, ନୂଆପଡ଼ା ଓ କଳାହାଣ୍ଡି ରେ ମଧ୍ୟ୍ୟ ଅଗ୍ନିଶମ ଟିମ ମୁତୟନ କରାଯାଇଛି।
Arnab Preparedness in Malkangiri ମାଲକାନଗିରିରେ ବାତ୍ୟା ଅର୍ଣ୍ଣବର ମୁକାବିଲା: ମୋଟୁ,କାଲିମେଳା ଓ ପଡିଆ ଅଂଚଳରେ ପ୍ରଶାସନର ସ୍ବତନ୍ତ୍ର ନଜର
ରାଜସ୍ୱ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ବିଶେଷ ଭାବେ ପ୍ରଭାବିତ ହେବା ଥିବା ୮ଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରାଯାଇଥିଲା । ସମସ୍ତ ଆଶ୍ରୟସ୍ଥଳୀକୁ ତୁରନ୍ତ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି l ଜନସାଧାରଣ କେବଳ ସରକାରୀ ସୂଚନାକୁ ବିଶ୍ବାସ କରିବା ସହ ପ୍ରଶାସନକୁ ସହଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି l

4 hours ago
4


