Cyclone 'Arnab': ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ମହେନ୍ଦ୍ରଗିରିରୁ ପ୍ରଖର ସ୍ରୋତରେ ମାଡ଼ି ଆସୁଛି ପାଣି

1 hour ago 1
ARTICLE AD BOX

ପାରଳାଖେମୁଣ୍ଡି: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଜପତି ଜିଲ୍ଲାରେ ମୁସଳଧାରା ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ମହେନ୍ଦ୍ରଗିରି ପର୍ବତରୁ ପ୍ରଖର ସ୍ରୋତରେ ବର୍ଷାଜଳ ତଳକୁ ମାଡ଼ି ଆସୁଛି। ଫଳରେ କଇଁପୁର-ବୁରୁଖତ ରାସ୍ତାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ରାସ୍ତାର ଏକାଧିକ ସ୍ଥାନରେ ପାଣି ପ୍ରବାହିତ ହେଉଥିବା ବେଳେ ଦୁଇରୁ ତିନୋଟି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି।

 ୨ରୁ ୩ଟି ସ୍ଥାନରେ ରାସ୍ତା ଧୋଇଗଲା

ମହେନ୍ଦ୍ରଗିରି ପର୍ବତ ଉପରେ ଅବିରତ ବର୍ଷା ହେଉଥିବାରୁ ପାହାଡ଼ରୁ ପ୍ରବଳ ବେଗରେ ପାଣି ତଳକୁ ଖସୁଛି। ଏହି ଜଳସ୍ରୋତ ରାସ୍ତା ଉପରେ ମାଡ଼ିଯିବା ସହ ମାଟି ଓ ରାସ୍ତାର କିଛି ଅଂଶକୁ ଧୋଇ ନେଉଛି। ଜଳର ପ୍ରଖର ସ୍ରୋତ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦ ଦେଖାଦେଇଛି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବାରୁ ପାହାଡ଼ିଆ ଅଞ୍ଚଳରେ ଜଳପ୍ରବାହ ଆହୁରି ବଢ଼ିବା ଆଶଙ୍କା ରହିଛି।

ଏସୀୟ ପାରା କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ନୀରଜଙ୍କ ଦେହାନ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.