ARTICLE AD BOX
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବାତ୍ୟା ଓ ପବନର ପ୍ରଭାବରେ ଗଛ ଉପୁଡ଼ି ପଡ଼ି ଘର ଓ ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି। ଆର୍. ଉଦୟଗିରି ବ୍ଲକ୍ର ତୁଙ୍ଗୁରୁ ଗ୍ରାମରେ ଏକ ବଡ଼ ଗଛ ଉପୁଡ଼ି ଜଣଙ୍କ ଘର ଉପରେ ପଡ଼ିଥିଲା। ଖବର ପାଇ ଆର୍. ଉଦୟଗିରି ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି।
ବର୍ଷା ସାଙ୍ଗକୁ ହାଲକା ପବନ ଜାରି
ସେହିପରି ମୋହନାଠାରୁ ପ୍ରାୟ ୫ କିଲୋମିଟର ଦୂରରେ ମୋହନା-ରାୟଗଡ଼ା ରାସ୍ତା ଉପରେ ଏକ ଗଛ ଭାଙ୍ଗି ପଡ଼ିବାରୁ ରାଜ୍ୟ ରାଜପଥ ଅବରୋଧ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗଛକୁ କାଟି ହଟାଇବା ଫଳରେ ଯାତାୟାତ ସ୍ୱାଭାବିକ ହୋଇଛି। ଗତକାଲି ଠାରୁ ଏଯାବତ ବର୍ଷା ସାଙ୍ଗକୁ ହାଲକା ପବନ ଜାରି ରହିଛି। ଆଜି ବର୍ଷାର ପରିମାଣ ବୃଦ୍ଧି ପାଇବା ଆଶଙ୍କା ରହିଛି।
Cyclone: ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି, ଲୋକେ ଚିନ୍ତା କରନ୍ତୁ ନାହିଁ: ମନ୍ତ୍ରୀ

49 minutes ago
2


