Cyclone: ବାତ୍ୟା 'ଅର୍ଣ୍ଣବ'ର ତାଣ୍ଡବ: କଳିଙ୍ଗା ଘାଟିରେ ଭୁସ୍ଖଳନ ସହ ଘୁ.ଉଦୟଗିରିରେ ରେକର୍ଡ ବର୍ଷା

1 hour ago 1
ARTICLE AD BOX

ବାତ୍ୟା 'ଅର୍ଣ୍ଣବ'ର ତାଣ୍ଡବ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି | କନ୍ଧମାଳର କଳିଙ୍ଗା ଘାଟିରେ ବାତ୍ୟା 'ଅର୍ଣ୍ଣବ' ତାଣ୍ଡବ ରଚିଛି। ବହୁ ସ୍ଥାନରେ ଭୁସ୍ଖଳନ ଘଟି ବଡ଼ ବଡ଼ ପଥର ରାସ୍ତା ଉପରେ ପଡିବା ସହ ଗଛ ଉପୁଡି ପଡିଛି।

 କଳିଙ୍ଗା ଘାଟିରେ ଭୁସ୍ଖଳନ ସହ ଘୁ.ଉଦୟଗିରିରେ ରେକର୍ଡ ବର୍ଷା

ଜି.ଉଦୟଗିରି: ବାତ୍ୟା 'ଅର୍ଣ୍ଣବ'ର ତାଣ୍ଡବ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି | କନ୍ଧମାଳର କଳିଙ୍ଗା ଘାଟିରେ ବାତ୍ୟା 'ଅର୍ଣ୍ଣବ' ତାଣ୍ଡବ ରଚିଛି। ବହୁ ସ୍ଥାନରେ ଭୁସ୍ଖଳନ ଘଟି ବଡ଼ ବଡ଼ ପଥର ରାସ୍ତା ଉପରେ ପଡିବା ସହ ଗଛ ଉପୁଡି ପଡିଛି।ଅନ୍ଧାରକୋଟରେ ପ୍ରଖର ସ୍ରୋତରେ ଗର୍ଜି ଜଳ ପ୍ରବାହିତ ହେଉଛି। ଦୀର୍ଘ ୩୭ଦିନ ହେଲା କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ବନ୍ଦ ରହିଛି। ସେହିପରି ଘୁ.ଉଦୟଗିରିରେ ରେକର୍ଡ ପରିମାଣର ବର୍ଷା ହୋଇଛି। ୪୬୨.୪୦ମିମି ବର୍ଷା ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲାର ସର୍ବାଧିକ ବର୍ଷା ଘୁ.ଉଦୟଗିରି ଅଞ୍ଚଳରେ ହୋଇଛି | ମିଳିଥିବା ସୂଚନା ମୁତାବକ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବଡ଼ ଧରଣର ଭୁସ୍ଖଳନ ହୋଇଥିବାବେଳେ ମାତ୍ର ଦୁଇ ମିନିଟରେ ଧସିଯାଇଛି ସମ୍ପୂର୍ଣ୍ଣ ପାହାଡ଼ |

ଆହୁରି ପଢନ୍ତୁ :PM Modi: ‘ବାରାଣସୀରୁ ନାଗପୁର’ ମୋଦୀଙ୍କ ନୀତିକୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ: କଂଗ୍ରେସ

 ଆଉ ପାହାଡ ଧସିବା ଫଳରେ ଶହ ଶହ ଏକର ଜମିରେ ଗଦା ହୋଇଯାଇଛି ପଥର ଓ ମାଟି ଅତଡା। ଏଥିଯୋଗୁଁ ବ୍ୟାପକ ଫସଲ ନଷ୍ଟ ସହ ମାଟିରେ ମିଶିଯାଇଛି ଜମି। ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ବଲିଙ୍ଗିଆ ଗ୍ରାମର ଏକ ପାହାଡ଼ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଆଉ ଏଥିପାଇଁ ଶହ ଶହ ଏକର ଜମି ମାଟିରେ ମିଶିଯିବା ସହ ସମ୍ପୂର୍ଣ୍ଣ ଅଞ୍ଚଳ ପଥର ମାଟି ଅତଡାରେ ପରିପୂର୍ଣ୍ଣ ହୋଇଯାଇଛି। ଆଜି ସକାଳ ୯.୫୯ ମିନିଟ ସମୟରେ ଏହି ଘଟଣା ଘଟିଥିବାବେଳେ ମନ୍ତ୍ରୀ ରବି ନାଏକ ଘଟଣାସ୍ଥଳକୁ ପରିଦର୍ଶନରେ ଯାଇଥିବା ସୂଚନା ମିଳିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.