ARTICLE AD BOX
ଦିନ ଥିଲା ବାତ୍ୟାର ନାମକରଣ ହେଉ ନ ଥିଲା। ତଥାପି ବଡ଼ ବଡ଼ ବାତ୍ୟା ସବୁକୁ ମନେ ରଖିଥିବା ଲୋକେ କହନ୍ତି ଅମୁକ ମସିହା ବାତ୍ୟା, ସମୁକ ମସିହା ବାତ୍ୟା। କିନ୍ତୁ, ଏବେ ସାରା ବିଶ୍ବରେ ବାତ୍ୟାଗୁଡ଼ିକର ନଁା ଦିଆଯାଉଛି। ବିଶ୍ବ ପାଣିପାଗ ସଙ୍ଗଠନ ଏବଂ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଥିବା ଜାତିସଂଘର ଆର୍ଥିକ ଓ ସାମାଜିକ କମିସନ୍ ବାତ୍ୟା ନଁା ଦେବାରେ ସହଯୋଗ କରୁଛନ୍ତି। ସେମାନେ ଆଗୁଆ ବାତ୍ୟାଗୁଡ଼ିକର ନାମ ତାଲିକା କରି ରଖିଛନ୍ତି। ଏଥିରେ ଥିବା ନାଁଗୁଡ଼ିକ ବିଭିନ୍ନ ଦେଶ ଦେଇଛନ୍ତି। ଏଥିରେ ସମ୍ଭାବ୍ୟ ବାତ୍ୟାଗୁଡ଼ିକ ପାଇଁ ପୁରୁଷ ଓ ମହିଳାମାନଙ୍କ ନଁା ରହିଛି।
Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି
ଦିନ ଥିଲା କେବଳ ମହିଳାମାନଙ୍କ ନାମାନୁସାରେ ବାତ୍ୟା ନଁା ଦିଆଯାଉଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ‘ନ୍ୟାସ୍ନାଲ୍ ୱେଦର୍ ସର୍ଭିସ୍’ ୧୯୫୩ ମସିହାରୁ ଆରମ୍ଭ କରି ୨୬ ବର୍ଷ ଯାଏଁ ଏହି ଧାରା ଚଳାଇଥିଲା। ତେବେ ନାମକରଣର କୌଣସି ବିଧିବଦ୍ଧ ପ୍ରକ୍ରିୟା ନଥିଲା। ଆମେରିକାର ଆର୍ମି ଏୟାର୍ କର୍ପସ୍ ଏବଂ ନେଭିରେ ଥିବା ପାଣିପାଗ ବିଶେଷଜ୍ଞମାନେ ବାତ୍ୟାଗୁଡ଼ିକୁ ସେମାନଙ୍କ ସ୍ତ୍ରୀ ଓ ବାନ୍ଧବୀମାନଙ୍କ ନାଁ ଦେଇଦେଉଥିଲେ। ୧୯୮୦ ଦଶକରେ ପାଣିପାଗ ବିଶେଷଜ୍ଞ କ୍ଲେମେଣ୍ଟ ରାଗ୍ ବାତ୍ୟା ନାମକରଣ ପ୍ରକ୍ରିୟାକୁ ସୁଧାରିଥିଲେ। କେବଳ ମହିଳାଙ୍କ ଅନୁୟାୟୀ ବାତ୍ୟା ନାଁ ଦିଆଯିବା ଭେଦଭାବପୂର୍ଣ୍ଣ ହୋଇଯାଉଛି ବୋଲି ସେ କହିଲେ। ତେଣୁ, ସେ ଗ୍ରୀକ୍ ବର୍ଣ୍ଣମାଳା ଓ ତା’ପରେ ଗ୍ରୀକ୍ ଓ ରୋମାନ୍ ପୁରାଣରେ ଥିବା ଚରିତ୍ରମାନଙ୍କ ନାଁ ଅନୁଯାୟୀ ବାତ୍ୟା ନାଁ ଦେଲେ। ପରେ ସେ ପୁଣି ବାତ୍ୟା ପାଇଁ ମହିଳା ଓ ରାଜନେତାଙ୍କ ନାଁ ବାଛିଲେ।
US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା
ଏହାପରେ ପୁଣିଥରେ ବାତ୍ୟା ନାମକରଣ ବ୍ୟବସ୍ଥାରେ ସୁଧାର ଅଣାଗଲା। ବିଶ୍ବରେ ଥିବା ଛଅଟି ‘ରିଜିଓନାଲ୍ ସ୍ପେସାଲାଇଜ୍ଡ ମେଟେରୋଲୋଜିକାଲ୍ ସେଣ୍ଟର୍’ ଓ ପାଞ୍ଚଟି ‘ରିଜିଓନାଲ୍ ଟ୍ରପିକାଲ୍ ସାଇକ୍ଲୋନ୍ ୱାର୍ଣ୍ଣିଙ୍ଗ୍ ସେଣ୍ଟର୍’ ବାତ୍ୟା ଓ ପାଣିପାଗ ବିଭ୍ରାଟ ଉପରେ ଦୃଷ୍ଟି ରଖିଲେ। ସେମାନେ ବାତ୍ୟାଗୁଡ଼ିକର ନଁା ଦେଲେ ଏବଂ ସତର୍କସୂଚନା ଜାରିକଲେ। ସେଥିରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ରହିଛି। ଉତ୍ତର ଭାରତୀୟ ମହାସାଗର ଅବବାହିକା ଅଞ୍ଚଳରେ ହେବାକୁ ଥିବା ବାତ୍ୟା ନାଁ ଦେବା ଅଧିକାର ପାଇଛନ୍ତି ୧୩ଟି ଦେଶ। ସେ ଦେଶଗୁଡ଼ିକ ହେଉଛନ୍ତି- ଭାରତ, ବାଂଲାଦେଶ, ପାକିସ୍ତାନ, ଇରାନ, ମାଳଦ୍ବୀପ, ମ୍ୟାମାର, ଓମାନ, କତର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ ଓ ୟେମେନ।

46 minutes ago
1


