DA: ଜୁଲାଇରେ ମହଙ୍ଗା ଭତ୍ତା ୩% ବଢ଼ିପାରେ

1 month ago 21
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ୍‌ଭୋଗୀମାନଙ୍କର ଜୁଲାଇ ମାସର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିବା ସମ୍ଭାବନା ରହିଛି। ଦେଶରେ ବର୍ତ୍ତମାନ ଦେଖାଦେଇଥିବା ମୁଦ୍ରାସ୍ଫୀତି ବୃଦ୍ଧି ଧାରା ଅନୁସାରେ ବିଶେଷଜ୍ଞମାନେ ଏଭଳି ଆକଳନ କରିଛନ୍ତି। ଶିଳ୍ପ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ମୂଲ୍ୟସୂଚୀ ଆଧାରିତ ଜୁନ୍‌ ମାସର ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହେବ। 

ଚଳିତମାସ ୧୩ ତାରିଖରେ ଏହି ତଥ୍ୟ ପ୍ରକାଶ ପାଇବା ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀମାନଙ୍କ ମହଙ୍ଗାଭତ୍ତା ବର୍ଷକୁ ଦୁଇଥର ସଂଶୋଧିତ ହୋଇଥାଏ। ପ୍ରଥମ ସଂଶୋଧନ ଜାନୁଆରି ପହିଲାରେ ଓ ଦ୍ବିତୀୟ ସଂଶୋଧନ ଜୁଲାଇ ପହିଲାରେ ହୋଇଥାଏ। ଜାନୁଆରି ସଂଶୋଧନ ଅନୁଯାୟୀ, କର୍ମଚାରୀ ଓ ପେନସନଭୋଗୀମାନେ ଏବେ ୬୦ ପ୍ରତିଶତ ମହଙ୍ଗାଭତ୍ତା ପାଉଛନ୍ତି। ୩ ପ୍ରତିଶତ ବଢ଼ିଲେ ଏହା ୬୩ ପ୍ରତିଶତରେ ପହଞ୍ଚିବ।

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢ଼ିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.