Data Protection Law: ତଥ୍ୟ ସୁରକ୍ଷା ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ନୋଟିସ୍‌; ଗୋପନୀୟତା ଓ ଗଣମାଧ୍ୟମ ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ଜରୁରି

46 minutes ago 3
ARTICLE AD BOX

ନୂଆଦିଲ୍ଲୀ: ନାଗରିକମାନଙ୍କ ଗୋପନୀୟତା ଅଧିକାର ଏବଂ ଗଣମାଧ୍ୟମର ଅନୁସନ୍ଧାନ ଓ ରିପୋର୍ଟ କରିବାର ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (ଡିପିଡିପି) ଆଇନ, ୨୦୨୩ ଏବଂ ୨୦୨୫ ମସିହାରେ ଏହା ଅଧୀନରେ ପ୍ରଣୟନ କରାଯାଇଥିବା ନିୟମାବଳୀର ବିଭିନ୍ନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ‘ଡିଜିଟାଲ ନ୍ୟୁଜ୍ ପବ୍ଲିସର୍ସ ଆସୋସିଏସନ’ (ଡିଏନ୍‌ପିଏ) ପକ୍ଷରୁ ଦାୟର କରାଯାଇଥିବା ଏକ ଆବେଦନ ଉପରେ ଅଦାଲତ କେନ୍ଦ୍ର ସରକାରଙ୍କୁ  ନୋଟିସ୍‌ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସଂଗଠନର ଅନ୍ତରୀଣ ରୋକ୍‌ ଆବେଦନ ଉପରେ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ  ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ନଭେମ୍ବର ୧୭ ତାରିଖକୁ ଧାର୍ଯ୍ୟ କରିଛନ୍ତି।

FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍‌ଟ୍ୟାଗ୍‌ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି

ଖଣ୍ଡପୀଠ ଡିଏନ୍‌ପିଏ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ମାଧବୀ ଦିବାନଙ୍କୁ କହିଛନ୍ତି ଯେ ଏହାର କୌଣସି ଅପବ୍ୟବହାର ଯେପରି ନହେବ ତାହା ଆପଣ କିଭଳି ସୁନିଶ୍ଚିତ କରିବେ, ସେ ନେଇ କେନ୍ଦ୍ର ସରକାର ଏବଂ ଆମକୁ ପରାମର୍ଶ ଦେବା ପାଇଁ ଆପଣ ହିଁ ସବୁଠାରୁ ଉପଯୁକ୍ତ ବ୍ୟକ୍ତି। ଗଣମାଧ୍ୟମର ସାମ୍ବିଧାନିକ ସ୍ୱାଧୀନତା ସହିତ ସାଧାରଣ ନାଗରିକମାନଙ୍କ ଗୋପନୀୟତା ଅଧିକାରକୁ ମଧ୍ୟ ସୁରକ୍ଷିତ ରଖିବାକୁ ହେବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ନିରୀହ ନାଗରିକଙ୍କର ମଧ୍ୟ ଅଧିକାର ରହିଛି ଏବଂ ଆପଣଙ୍କର ମଧ୍ୟ ଅଧିକାର ରହିଛି। ତେଣୁ ଏହି ଦୁଇଟି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ହେବ। ରିପୋର୍ଟିଂ ପାଇଁ ବ୍ୟକ୍ତିଗତ ସୂଚନା ସଂଗ୍ରହ କିମ୍ବା ପ୍ରକ୍ରିୟାକରଣ କରିବା ପୂର୍ବରୁ ମିଡିଆ ସଂସ୍ଥାଗୁଡ଼ିକୁ ସମ୍ମତି ନେବା ପାଇଁ ବାଧ୍ୟ କରି ଏହି ଆଇନ ସାମ୍ବାଦିକତାର ମୂଳ ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।

Cyclone: ସ୍ଥାନାନ୍ତର ୧୭୨ ଗର୍ଭବତୀଙ୍କ ମଧ୍ୟରୁ ୪୫ ମହିଳାଙ୍କ ପ୍ରସବ

ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଯଦି ଅନୁମତି ଓ ସମ୍ମତି ମାଗିବାକୁ ପଡ଼ିବ, ତେବେ ଖବରର ଗୁରୁତ୍ୱ କଣ ରହିବ ବୋଲି ଦିବାନ ପ୍ରଶ୍ନ କରିବା ସହ ଏହି ବ୍ୟବସ୍ଥା ଦ୍ୱାରା ଖବରକାଗଜ କାର୍ଯ୍ୟାଳୟଗୁଡ଼ିକ ସରକାରୀ କର୍ମଚାରୀ ଓ ସରକାରୀ କାର୍ଯ୍ୟାଳୟ ସହ ଜଡ଼ିତ ଖବର ସଂଗ୍ରହ କରିବାରେ ଅସମର୍ଥ ହେବେ ବୋଲି କହିଥିଲେ। ଏହା ପରୋକ୍ଷରେ ପ୍ରି-ସେନ୍ସରସିପ୍ ବା ପ୍ରକାଶନ-ପୂର୍ବ କଟକଣା ଆଣିଦେବ। ଜନସ୍ୱାର୍ଥରେ କରାଯାଉଥିବା ସାମ୍ବାଦିକତାକୁ ବ୍ୟକ୍ତିଗତ ତଥ୍ୟର ଅନ୍ୟାନ୍ୟ ପ୍ରକ୍ରିୟାକରଣଠାରୁ ପୃଥକ କରିବାରେ ଏହି ତଥ୍ୟ ସୁରକ୍ଷା ଆଇନ ବିଫଳ ହୋଇଛି ବୋଲି ଆବେଦନରେ ଦର୍ଶାଯାଇଛି। ଏଭଳି ପାର୍ଥକ୍ୟ ନରହିଲେ ଦୁର୍ନୀତି, କର୍ପୋରେଟ୍ ବେଆଇନ କାର୍ଯ୍ୟକଳାପ କିମ୍ବା ସରକାରୀ ଅଧିକାରୀଙ୍କ ବେଆଇନ ଓ ଅନୈତିକ କାର୍ଯ୍ୟ ସମ୍ପର୍କିତ ଅନୁସନ୍ଧାନମୂଳକ ଖବର ପ୍ରକାଶ ବେଳେ ମଧ୍ୟ ସାମ୍ବାଦିକମାନଙ୍କୁ ସମ୍ମତି ମାଗିବା, ସମ୍ମତି ପ୍ରତ୍ୟାହାର କରିବା କିମ୍ବା ବ୍ୟକ୍ତିଗତ ସୂଚନା ହଟାଇବା ପାଇଁ ଦାବିର ସମ୍ମୁଖୀନ ହେବାକୁ ପଡ଼ିବ।  ଡିଏନ୍‌ପିଏ ଦର୍ଶାଇଛି ଯେ ଏହି ଆଇନ ସମ୍ବିଧାନର ଧାରା ୧୯(୧)(ଏ) ଅଧୀନରେ ଥିବା ବାକ୍, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଧାରା ୧୪ ଅଧୀନରେ ଥିବା ସମାନତା ଅଧିକାରକୁ ବିପନ୍ନ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.