ARTICLE AD BOX
ବେଙ୍ଗାଲୁରୁ: ବେଙ୍ଗାଲୁରୁର ପ୍ରସିଦ୍ଧ ପାଞ୍ଚତାରକା ହୋଟେଲ ''କନରାଡ୍'' ର ସ୍ୱିମିଂ ପୁଲରେ ବିଦ୍ୟୁତ୍ ଆଘାତ ଲାଗି ଦୁଇଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ବେଳେ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଜର୍ମାନୀ ନାଗରିକ ଆଲେକଜାଣ୍ଡାର୍ ମାକ୍ସିମିଲିଆନ୍ ଥାଇସ୍ (୫୭) ଓ ସ୍ଲୋଭାକିଆ ନାଗରିକ ୟୁରାଜ୍ ହୋରଭାଟ୍ (୪୫)।
ପୁଲିସର ତଦନ୍ତ ଆରମ୍ଭ
ମୃତ ଥାଇସ୍ ଲୁଫଥାନସା ଆୟାରଲାଇନ୍ସର କ୍ରୁ ମେମ୍ବର ଥିବା ବେଳେ ହୋରଭାଟ୍ ଆଇବିଏମ୍ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ହୋଟେଲର ତୃତୀୟ ମହଲାରେ ଥିବା ସ୍ୱିମିଂ ପୁଲକୁ ଉଭୟ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ସେମାନଙ୍କୁ ପୁଲରୁ ଉଦ୍ଧାର କରିବାକୁ ଯାଇ ହୋଟେଲରେ ରହୁଥିବା ୪୧ ବର୍ଷୀୟ ଆମେରିକୀୟ ନାଗରିକ ମାଥ୍ୟୁ ଡେସାଣ୍ଟିସ୍ ଏବଂ ହୋଟେଲର ୨୮ ବର୍ଷୀୟ ପୁଲ୍ ଆଟେଣ୍ଡାଣ୍ଟ ରାହୁଲ ତିୱାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ବିପଦମୁକ୍ତ ଥିବା ଜଣାପଡ଼ିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Trump Administration: ରୁଷ ଉପରେ କଟକଣା ହଟାଇବା ଦିଗରେ ଟ୍ରମ୍ପ ପ୍ରଶାସନ: ବନ୍ଦୀ ମୁକ୍ତି ପରେ କଡ଼ା ପ୍ରତିକ୍ରିୟା

44 minutes ago
1


