ARTICLE AD BOX
ପାଟଣା: କେନ୍ଦୁଝର ଜିଳ୍ଲା ପାଟଣା ତହସିଲ ଅନ୍ତର୍ଗତ ଟାଙ୍ଗରପଡା ଆର୍.ଆଇ ଅଫିସ୍ ସମ୍ମୁଖ ପାହଚ ତଳେ ଅଭାବନୀୟ ଘଟଣା କ୍ରମେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଘର ଭୁଶୁଡ଼ିପଡ଼ିଥିବାରୁ ମଙ୍ଗଳବାର ଆର ଅଫିସ୍ କୁ ପଲିଥିନ୍ ପାଲ ପାଇଁ ଆସି ଟଳି ପଡ଼ିଥିଲେ । ମୃତ ବୃଦ୍ଧ ଜଣକ ହେଇଛନ୍ତି ଟାଙ୍ଗରପଡା ଗ୍ରାମ ବାଦୁଡ଼ିଘେରା ସାହିର କାଇଆ ନାଏକ।
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ଗତ ଅଗଷ୍ଟ ୨୫ତାରିଖରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଇଆଙ୍କ ମାଟି କାନ୍ଥ ଓ ଖପର ଘର ଭୁଶୁଡ଼ି ପଡ଼ିଥିଲା। ଲଘୁଚାଜନିତ କ୍ଷତିଗ୍ରସ୍ତ ହୋଇଥିବା ୪୦ଜଣ ଲୋକଙ୍କୁ ଆର ଆଇ ଅନିତା ନାଏକ ପଲିଥିନ୍ ଦେବା ପାଇଁ ଡକାଇ ଥିଲେ। ପ୍ରତି ବଣ୍ଡଲରେ ୫ ଜଣ ଭାଗ କରି ନେବାକୁ କହିଥିଲେ। ତେବେ ପଲିଥିନ୍ ପାଇଁ କାଈଆ ଆର ଆଈ ଅଫିସ ବାରଣ୍ଡା ପାହଚ ତଳେ ଠିଆ ହୋଇଥିବା ବେଳେ ଟଳି ପଡ଼ିଥିଲେ। ଆର ଆଇ ଏକ ଅଟୋ ଯୋଗେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

1 month ago
17


