Death: ପୁଅର ମୃତ୍ୟୁ ଖବର ଶୁଣି ମା ମୃତ

5 days ago 3
ARTICLE AD BOX

ପୁଅର ମୃତ୍ୟୁ ଖବର ଶୁଣି ମାଆଙ୍କର ହୃଦଘାତରେ ହେଲା ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଗ୍ରାମରେ । ମୃତକ ପୁଅ ହେଲେ କଣ୍ଟିଆପଡା ଗ୍ରାମର ଦାମୋଦର ମହାକୁଡ଼( ୩୯) ଓ ମା ହେଲେ  ମରୁଆ ମହାକୁଡ଼ (୬୦) ।

 (sambad.in) Mother dies after son’s death Photograph: (sambad.in)

ପାଟଣା: ପୁଅର ମୃତ୍ୟୁ ଖବର ଶୁଣି ମାଆଙ୍କର ହୃଦଘାତରେ ହେଲା ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଗ୍ରାମରେ। ମୃତକ ପୁଅ ହେଲେ କଣ୍ଟିଆପଡା ଗ୍ରାମର ଦାମୋଦର ମହାକୁଡ଼( ୩୯) ଓ ମା ହେଲେ  ମରୁଆ ମହାକୁଡ଼ (୬୦) । କିଛିଦିନ ହେଲା ପୁଅ ଦାମୋଦର  ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଗତକାଲି ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝରରୁ କଟକ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶବ ନିଜ ଗାଁ କୁ ଆଣି ଶବ ସତ୍କାର କରାଯାଇଛି।

ଘଟଣା ପାଇଁ  ଅଞ୍ଚଳରେ ଶୋକ

ସତ୍କାର କାମ ସାରି ଗାଧୋଇବାକୁ ଯିବା ପାଇଁ ଆତ୍ମୀୟମାନେ ଡକାହକା ହେବା ସମୟ ତାଙ୍କ ମାଙ୍କୁ ଡକା ଯାଇଥିଲା। ହେଲେ ପୁଅର ମୃତ୍ୟୁର ଦୁଃଖରେ ମ୍ରିୟମାଣ ହୋଇ ପଡିଥିବା ମା କାନ୍ଦି କାନ୍ଦି ବେହୋସ ହୋଇ ଯାଇଥିଲେ।। ତାଙ୍କୁ ଉଠାଇବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିବା ଜାଣି ଆତ୍ମୀୟମାନେ ଆବାକ ହୋଇଯାଇଥିଲେ। ଏହି ଘଟଣା ପାଇଁ  ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

Health: ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତିର ତଦାରଖ ପାଇଁ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ନିୟୋଜିତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.