ARTICLE AD BOX
୧୯୮୯ ବ୍ୟାଚ୍ କେରଳ କାଡର୍ର ଆଇଏଏସ୍ ଅଫିସର ସିଂହଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’କୁ ପ୍ରୋତ୍ସାହନ ଦେବା ସଂକ୍ରାନ୍ତ ତାଙ୍କ କାର୍ଯ୍ୟ ଏବଂ ଭାରତକୁ ଆତ୍ମନିର୍ଭରଶୀଳ କରିବାପାଇଁ ଡିଆର୍ଡିଓରେ ଆଣିଥିବା ସଂସ୍କାର ପାଇଁ ତାଙ୍କର କାର୍ଯ୍ୟକାଳ ଅପ୍ରତ୍ୟାଶିତ ଭାବେ ବୃଦ୍ଧି କରାଯାଇଛି ।
Defense Secretary Photograph: (Sambad)ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳ ୧ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ରାଜେଶ କୁମାରଙ୍କ ୨ ବର୍ଷର କାର୍ଯ୍ୟକାଳ ଅକ୍ଟୋବର ୩୧ରେ ଶେଷ ହୋଇଥାନ୍ତା । କିନ୍ତୁ ଏହାର ସପ୍ତାହକ ପୂର୍ବରୁ ସରକାର ତାଙ୍କ କାର୍ଯ୍ୟକାଳ ବର୍ଷକ ପାଇଁ ବୃଦ୍ଧି କରିଛନ୍ତି । ଏଥିସହ ତାଙ୍କ କାର୍ଯ୍ୟକାଳ ୨୦୨୭ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରହିବ ।
Amit Shah: ଆଇନ ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ଗୃହମନ୍ତ୍ରୀ
୧୯୮୯ ବ୍ୟାଚ୍ କେରଳ କାଡର୍ର ଆଇଏଏସ୍ ଅଫିସର ସିଂହଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’କୁ ପ୍ରୋତ୍ସାହନ ଦେବା ସଂକ୍ରାନ୍ତ ତାଙ୍କ କାର୍ଯ୍ୟ ଏବଂ ଭାରତକୁ ଆତ୍ମନିର୍ଭରଶୀଳ କରିବାପାଇଁ ଡିଆର୍ଡିଓରେ ଆଣିଥିବା ସଂସ୍କାର ପାଇଁ ତାଙ୍କର କାର୍ଯ୍ୟକାଳ ଅପ୍ରତ୍ୟାଶିତ ଭାବେ ବୃଦ୍ଧି କରାଯାଇଛି । ଉଲ୍ଲେଖଯୋଗ୍ୟ ରାଜେଶ କୁମାର ସିଂହ ୨୦୨୪ ନଭେମ୍ବର ୧ ତାରିଖରେ ୪୦ତମ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଚଳିତ ବର୍ଷ ମେ’ ୩୧ ତାରିଖରୁ ସେ ଡିଆର୍ଡିଓ ( ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ବିଭାଗ)ର ଅତିରିକ୍ତ ସଚିବ ଏବଂ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
7


