Delhi Air Pollution: ଦିଲ୍ଲୀରେ ୨୮୭ ଦିନରେ ସବୁଠୁ ଅଧିକ ପ୍ରଦୂଷଣ: ଏକ୍ୟୁଆଇ ୩୫୦ରେ ପହଞ୍ଚିଲା

54 minutes ago 2
ARTICLE AD BOX

ନୂଆଦିଲ୍ଲୀ: ରାଜଧାନୀଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୫୦ରେ ପହଞ୍ଚିଛି। ଯାହାକି ଗତ ୨୮୭ ଦିନ ମଧ୍ୟରେ ସବୁଠୁ ଅଧିକ। ଚଳିତ ବର୍ଷ ଜାନୁଆରି ୨୦ରେ ଏକ୍ୟୁଆଇ ୩୭୮ ରେକର୍ଡ ହୋଇଥିଲା।

ନଭେମ୍ବର ୬ ପର୍ଯ୍ୟନ୍ତ ସ୍ଥିତି ଅତି ଖରାପ ରହିପାରେ

ସହରର ୫୭ଟି ବାୟୁ ମାନ ଯାଞ୍ଚ କେନ୍ଦ୍ର ମଧ୍ୟରୁ ୧୦ଟିରେ ଅତି ଭୀଷଣ ପ୍ରଦୂଷଣ ରହିଛି। ୩୫ଟି କେନ୍ଦ୍ରରେ ବାୟୁ ମାନ ଅତି ଖରାପ ଓ ୧୨ଟିରେ ଖରାପ ରେକର୍ଡ ହୋଇଛି। ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ୪୬୨ରେ ପହଞ୍ଚିବା ସହ ସବୁଠୁ ଅଧିକ ପ୍ରଦୂଷଣ ଦେଖାଦେଇଛି। ବାୟୁରେ ଥିବା ଅତି ସୂକ୍ଷ୍ମ ଧୂଳିକଣା ପିଏମ୍‌୨.୫ ପ୍ରଦୂଷଣର ମୁଖ୍ୟ କାରଣ। ଏହି କଣିକା ଫୁସ୍‌ଫୁସ୍‌ର ଗଭୀର ଭାଗକୁ ପ୍ରବେଶ କରି ରକ୍ତରେ ମଧ୍ୟ ମିଶିପାରେ।
ବାୟୁ ମାନ ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୬ ପର୍ଯ୍ୟନ୍ତ ସ୍ଥିତି ଅତି ଖରାପ ରହିପାରେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନ୍‌ସିଆର୍‌ରେ ସୋମବାରଠାରୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଗ୍ରାପ୍‌-୨ ନିୟମ ଲାଗୁ ହୋଇଛି। ସେପଟେ ନଡ଼ା ଜାଳିବା ଯୋଗୁଁ ପ୍ରଦୂଷଣ ବଢ଼ିବା ଆଶଙ୍କା ରହିଛି। ଏହି ସମୟରେ ଘରୋଇ ଗାଡ଼ି ବଦଳରେ ସାଧାରଣ ପରିବହନ ବ୍ୟବହାର ବଢ଼ାଇବାକୁ ଦିଲ୍ଲୀ-ମୀରଟ ନମୋ ଭାରତ କରିଡରରେ ଏନ୍‌ସିଆରଟିସି (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍‌ ପରବିହନ ନିଗମ) ପକ୍ଷରୁ ୨୦ଟି ଅଧିକ ଯାତ୍ରା ଯୋଡ଼ାଯାଇଛି।

Passes Away: ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ପରଲୋକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.