Delhi High Court: ଦିଲ୍ଲୀ ହାଇକୋର୍ଟରେ ଚାକିରି ସୁଯୋଗ

1 month ago 10
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ସୁଯୋଗ ଆସିଛି। ହାଇକୋର୍ଟରେ ସିନିୟର ପର୍ସନାଲ ଆସିଷ୍ଟାଣ୍ଟ (ଏସପିଏ) ଓ ପର୍ସନାଲ ଆସିଷ୍ଟାଣ୍ଟ (ପିଏ) ପଦବି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଅକ୍ଟୋବର ୫ ରହିଛି।

ଆବେଦନ ପାଇଁ ଯୋଗ୍ୟତା

୧. ପ୍ରାର୍ଥୀଙ୍କ ପାଖରେ ସ୍ନାତକ ଡିଗ୍ରି ସହ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ। ବୟସ ସୀମାର ଗଣନା ୨୦୨୬ ଜାନୁଆରି ୧ ଅନୁସାରେ କରାଯିବ। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୩୨ ବର୍ଷ ରହିଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।

ଆବେଦନ ଶୁଳ୍କ

ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୫୦୦ ଟଙ୍କା ରହିଛି। ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କୁ ୧୩୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ।

କିପରି କରିବେ ଆବେଦନ

୧. ଦିଲ୍ଲୀ ହାଇକୋର୍ଟର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ।
୨. ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଓ ଅନଲାଇନ୍ ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ।
୩. ଆବଶ୍ୟକ ତଥ୍ୟ ଦେଇ ପଞ୍ଜୀକରଣ କରନ୍ତୁ।
୪. ଆବେଦନ ଫର୍ମରେ ଶିକ୍ଷାଗତ ଓ ବ୍ୟକ୍ତିଗତ ତଥ୍ୟ ପୂରଣ କରନ୍ତୁ।
୫. ଆବଶ୍ୟକ ଦଲିଲ ଅପଲୋଡ୍ କରି ଆବେଦନ ଶୁଳ୍କ ଦାଖଲ କରନ୍ତୁ।
୬. ଫର୍ମ ଦାଖଲ କରିବା ପରେ ଏହାର ପ୍ରିଣ୍ଟଆଉଟ୍ କିମ୍ବା ପିଡିଏଫ୍ ସୁରକ୍ଷିତ ରଖନ୍ତୁ।

ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.