Delhi: ଦିଲ୍ଲୀରେ ଅଜବ ହତ୍ୟାକାଣ୍ଡ: ୩ ଅଭିଯୁକ୍ତ ଗିରଫ, ହେଲେ ମିଳିପାରୁନି ମୃତକଙ୍କ ପରିଚୟ

2 days ago 3
ARTICLE AD BOX

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ହତ୍ୟା ମାମଲା ସାମ୍ନାକୁ ଆସିଛି, ଯାହା ପୋଲିସକୁ ବି ଚକିତ କରିଦେଇଛି। ପୁଲିସହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିସାରିଛି, ହେଲେ ଯେଉଁ ବ୍ୟକ୍ତିଙ୍କର ହତ୍ୟା ହୋଇଛି ତାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଆହୁରି ପଢନ୍ତୁ :Akbar: ମୋଗଲ ସମ୍ରାଟ ଆକବରଙ୍କ ଏହି ଭୁଲ ପାଇଁ ପ୍ରାଣ ହରାଇଥିଲେ ବୀରବଲ

ବାସ୍ତବରେ ଅଗଷ୍ଟ ୧୭ ତାରିଖରେ ପଶ୍ଚିମ ଦିଲ୍ଲୀର ନାରାୟଣ ବିହାର ଅଞ୍ଚଳରେ ରାସ୍ତା କଡ଼ରୁ ଜଣେ ୩୦-୩୫ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଚିହ୍ନ ଥିଲା। ଘଟଣାସ୍ଥଳରୁ ମୋବାଇଲ୍, ୱାଲେଟ୍ କିମ୍ବା କୌଣସି ପରିଚୟ ପତ୍ର ମିଳିନଥିଲା। ଏନେଇ ପୁଲିସ ସୂଚନା ପାଇବା ପରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା |

ଆହୁରି ପଢନ୍ତୁ :Oceans Hit Highest Temperature: କେବଳ ପୃଥିବୀ ନୁହେଁ ସମୁଦ୍ର ବି ତାତୁଛି: ପ୍ରଦୂଷଣ ଯୋଗୁଁ ଅଗଷ୍ଟ ମାସରେ ତାପମାତ୍ରାର ନୂଆ ରେକର୍ଡ

ଏହାପରେ ପୁଲିସ ସିସିଟିଭି ଫୁଟେଜ୍‌କୁ ଆଧାର କରି ଏକ ସନ୍ଦିଗ୍ଧ ଗାଡ଼ି (ଇକୋ ଭ୍ୟାନ୍‌) କୁ ଚିହ୍ନଟ କରି ଗାଡ଼ି ଚାଳକ ରାଜେନ୍ଦ୍ର କୁମାର (୫୯), ତାଙ୍କ ସ୍ତ୍ରୀ କାମିନୀ (୫୦) ଓ ପୁଅ ଲକ୍ଷ୍ୟ (୨୮) ଙ୍କୁ ଗିରଫ କରିଥିଲା। ଏହାପରେ ପୁଲିସ ପଚରାଉଚରା ବେଳେ ଗାଡ଼ି ଚାଳକ କହିଥିଲେ ଯେ, ଗୁରୁଗ୍ରାମରୁ ଉକ୍ତ ଯୁବକଙ୍କୁ ଗାଡ଼ିରେ ବସାଇବା ପରେ ଭଡ଼ା ଟଙ୍କା (ପ୍ରାୟ ୧୫୦୦ ଟଙ୍କା) କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ଇଟାରେ ଛେଚି ତାଙ୍କୁ ହତ୍ୟା କରିଥିଲେ। ପରେ ନିଜ ସ୍ତ୍ରୀ ଓ ପୁଅଙ୍କ ସହ ମିଶି ମୃତଦେହକୁ ଦିଲ୍ଲୀରେ ଫିଙ୍ଗି ଦେଇଥିଲେ | ତେବେ ଯୁବକଙ୍କ ବାବଦରେ ଅଭିଯୁକ୍ତ କୌଣସି ସୂଚନା ଦେଇପାରିନଥିଲେ |

ଆହୁରି ପଢନ୍ତୁ :Arrested: ୬ ଆନ୍ତଜିଲ୍ଲା ଚୋର ଗିରଫ: ୨ ଲକ୍ଷ ୭୦ ହଜାର ନଗଦ ରାଶି, ୭୨ ଗ୍ରାମ ସୁନା ଜବତ

ତେବେ ମୃତକ ଜଣକ କିଏ, ତାଙ୍କୁ ଚିହ୍ନଟ ପାଇଁ ଏବେ ପୁଲିସ ପ୍ରୟାସ କରୁଛି | ମୃତକଙ୍କ ବାମ ହାତରେ ଏକ ହୃଦୟ ଆକୃତିର ଟାଟୁ ରହିଛି, ଯେଉଁଥିରେ ଆନନ୍ଦ ଓ ରେଣୁ ନାମ ଲେଖାହୋଇଛି। ଏହି ଟାଟୁକୁ ହିଁ ପୁଲିସ୍ ବର୍ତ୍ତମାନ ସବୁଠାରୁ ବଡ଼ ସୁରାକ ଭାବେ ନେଇ ମୃତକଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.