ARTICLE AD BOX
ନୂଆଦିଲ୍ଲୀ: ନେପାଳ ବନ୍ୟାରେ ୩୨୦ ଭାରତୀୟ ଏବେବି ନିଖୋଜ ଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନେପାଳ ବନ୍ୟାରେ ୫୪୭ ଲୋକଙ୍କ ମୃତ୍ୟୁ ଓ ୧୪୦୦ ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ନେପାଳରେ ୨୯୦ ଜଣ ଭାରତୀୟ ନାଗରିକଙ୍କ ସହିତ କୌଣସି ସମ୍ପର୍କ ନାହିଁ। ତ୍ରିଶୁଲି -୧ ପ୍ରକଳ୍ପର ୬୩ ଜଣ ଓ ତାମିଲନାଡୁର ୨୧ ଜଣ ଶ୍ରମିକଙ୍କ ସମେତ ୮୪ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ମାନସରୋବର ଯାତ୍ରାରେ ଯାଉଥିବା ପ୍ରାୟ ୨୦୦ ଜଣ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି। ନେପାଳରେ ମୋଟ ୫୧୭ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୯୧୦ ଜଣଙ୍କ ଯୋଗାଯୋଗରେ ହୋଇପାରିନାହିଁ।ଶୁକ୍ରବାର ନେପାଳରେ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତରିତ ଭାରତୀୟ ପର୍ଯ୍ୟଟକଙ୍କୁ ଭେଟିଛନ୍ତି। ଭାରତୀୟ ଦୂତାବାସର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଶୁକ୍ରବାର ଅପରାହ୍ଣରେ ଇଣ୍ଡିଗୋ ବିମାନ (୬ଇ୧୨୫୪) ଯୋଗେ କାଠମାଣ୍ଡୁ ଛାଡିଥିବା ଭାରତୀୟ ନାଗରିକମାନଙ୍କୁ ବିଦାୟ ଦେବା ପାଇଁ ଶ୍ରୀବାସ୍ତବ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ପରିଦର୍ଶନ କରିଥିଲେ।
ପ୍ରାୟ ୪୦୦ ଭାରତୀୟ ନାଗରିକ ଅଛନ୍ତି ସୁରକ୍ଷିତ
ନେପାଳ ପର୍ଯ୍ୟଟନ ବୋର୍ଡ ଶୁକ୍ରବାର କହିଛି ଯେ, ଭୟଙ୍କର ବନ୍ୟା ପରେ ନେପାଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୮୫ ଜଣ ଭାରତୀୟଙ୍କ ସମେତ ଅନ୍ୟୂନ ୧୨୧ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା ପ୍ରଭାବିତ ନେପାଳରୁ ଉଦ୍ଧାର ହେବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀ ବିମାନବନ୍ଦରରେ ତାମିଲନାଡୁର ୨୧ ଜଣ ଭାରତୀୟ ନାଗରିକଙ୍କୁ ସ୍ୱାଗତ କରିଥିଲେ। ବିଦେଶ ମନ୍ତ୍ରଣାଳୟ ପ୍ରମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଚୀନ୍ ପାର୍ଶ୍ୱରେ ପ୍ରାୟ ୪୦୦ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି। ସେଠାରେ ଫସି ରହିଥିବା ୯୬ ଜଣ ଭାରତୀୟ ସ୍ଥଳପଥ ଦେଇ ନେପାଳରେ ପ୍ରବେଶ କରିଛନ୍ତି।
ଶିକ୍ଷକଙ୍କୁ ନିଲମ୍ବନ କରି କର୍ଣ୍ଣାଟକ ସରକାର ପ୍ରତିଶୋଧ ପରାୟଣତା ପ୍ରଦର୍ଶନ କରିଛନ୍ତି: ପ୍ରହଲ୍ଲାଦ ଯୋଶୀ

1 hour ago
2


