Dhanteras: କାହିଁକି ପାଳନ ହୁଏ ଧନତେରସ? ଜାଣନ୍ତୁ ଏହାର ଇତିହାସ ଓ ମହତ୍ତ୍ୱ

28 minutes ago 2
ARTICLE AD BOX

ଆଲୋକର ପର୍ବ ଦୀପାବଳିର ଆଗମନୀ ବାର୍ତ୍ତା ନେଇ ଆସେ ଧନତେରସ। ହିନ୍ଦୁ ଧର୍ମରେ ଏହି ପର୍ବର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। କେବଳ ସୁନା, ରୁପା କିମ୍ବା ନୂଆ ବାସନକୁସନ କିଣିବାର ପରମ୍ପରା ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ, ସମ୍ପତ୍ତି, ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନାର ଏକ ପବିତ୍ର ପର୍ବ। କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଏ।

'ଧନ' ଅର୍ଥ ସମ୍ପତ୍ତି ଏବଂ 'ତେରସ' ଅର୍ଥ ତ୍ରୟୋଦଶୀ ତିଥି। ଏହି ଦିନ ଭଗବାନ ଧନ୍ୱନ୍ତରୀ, ମା' ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ଏଥିସହ ଅକାଳ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଯମରାଜଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବାର ମଧ୍ୟ ପରମ୍ପରା ରହିଛି।

ସମୁଦ୍ର ମନ୍ଥନରୁ ମା' ଲକ୍ଷ୍ମୀ ଆବିର୍ଭାବ
ଧନତେରସ ପାଳନ ପଛରେ ରହିଛି ଅନେକ ପୌରାଣିକ କାହାଣୀ। ସେଥିମଧ୍ୟରୁ ସମୁଦ୍ର ମନ୍ଥନ ସହ ଜଡ଼ିତ କାହାଣୀ ଅନ୍ୟତମ। ପୁରାଣ ଅନୁସାରେ, ଅମୃତ ପ୍ରାପ୍ତି ଆଶାରେ ଦେବତା ଓ ଅସୁରମାନେ ମିଳିତ ଭାବେ କ୍ଷୀରସାଗର ମନ୍ଥନ କରିଥିଲେ। ଏହି ସମୟରେ ହାତରେ ଅମୃତ କଳସ ଧରି ଭଗବାନ ଧନ୍ୱନ୍ତରୀ ଆବିର୍ଭାବ ହୋଇଥିଲେ। ତାଙ୍କୁ ଦେବତାଙ୍କ ବୈଦ୍ୟ ଏବଂ ଆୟୁର୍ବେଦର ଅଧିଷ୍ଠାତା ଦେବତା ଭାବେ ପୂଜା କରାଯାଏ। ତେଣୁ ଏହି ଦିନକୁ ଧନ୍ୱନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ସେହିପରି ସମୁଦ୍ର ମନ୍ଥନରୁ ମା' ଲକ୍ଷ୍ମୀ ମଧ୍ୟ ଆବିର୍ଭାବ ହୋଇଥିଲା। ମା' ଲକ୍ଷ୍ମୀ ଧନ, ଐଶ୍ୱର୍ଯ୍ୟ, ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ଘରେ ସୁଖଶାନ୍ତି ଓ ସମୃଦ୍ଧି ବଜାୟ ରହିବା ପାଇଁ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ କାମନା କରନ୍ତି। ଏଥିସହ ଧନର ରକ୍ଷକ ଭାବେ ପରିଚିତ ଭଗବାନ କୁବେରଙ୍କୁ ମଧ୍ୟ ପୂଜା କରାଯାଏ। ଧନ କେବଳ ସଞ୍ଚୟ କରିବା ନୁହେଁ, ଏହାର ସଠିକ୍ ଓ ସୁବିନିଯୋଗ କରିବାର ବାର୍ତ୍ତା ମଧ୍ୟ କୁବେରଙ୍କ ଆରାଧନାରେ ନିହିତ ରହିଛି।

ଯମରାଜଙ୍କୁ ଦୀପ ଅର୍ପଣ
ଧନତେରସ ସହ ଜଡ଼ିତ ଆଉ ଏକ ଲୋକପ୍ରିୟ କାହାଣୀ ରହିଛି ଯମଦୀପଦାନକୁ ନେଇ। କିମ୍ବଦନ୍ତୀ ଅନୁସାରେ, ଜଣେ ରାଜକୁମାରଙ୍କ ଜନ୍ମକୁଣ୍ଡଳୀରେ ବିବାହର ଚତୁର୍ଥ ରାତିରେ ସର୍ପଦଂଶନ ଯୋଗୁଁ ମୃତ୍ୟୁ ହେବାର ଭବିଷ୍ୟବାଣୀ ଥିଲା। ଏହା ଜାଣିବା ପରେ ତାଙ୍କ ପତ୍ନୀ ସ୍ୱାମୀଙ୍କୁ ରାତିସାରା ଶୋଇବାକୁ ଦେଇ ନ ଥିଲେ। ଘରର ମୁଖ୍ୟ ଦ୍ୱାରରେ ସୁନା, ରୁପା, ଅଳଙ୍କାର ଓ ମୁଦ୍ରା ରଖିବା ସହ ଚାରିଆଡ଼େ ଅନେକ ଦୀପ ଜାଳି ଦେଇଥିଲେ। ରାତିସାରା ଗୀତ ଗାଇବା ଓ କାହାଣୀ କହି ସ୍ୱାମୀଙ୍କୁ ଜାଗ୍ରତ ରଖିଥିଲେ। କିମ୍ବଦନ୍ତୀ ଅନୁସାରେ, ଯମରାଜ ସର୍ପ ରୂପରେ ସେଠାରେ ପହଞ୍ଚିଥିଲେ। କିନ୍ତୁ ଦୀପର ଉଜ୍ଜ୍ୱଳ ଆଲୋକ ଓ ସୁନାରୁପାର ଚମକ ଯୋଗୁଁ ଘର ଭିତରକୁ ପ୍ରବେଶ କରିପାରି ନ ଥିଲେ। ଶେଷରେ ସକାଳ ହେବା ପରେ ସେଠାରୁ ଫେରିଯାଇଥିଲେ। ଫଳରେ ରାଜକୁମାରଙ୍କ ଜୀବନ ରକ୍ଷା ପାଇଥିଲା ବୋଲି ବିଶ୍ୱାସ କରାଯାଏ। ଏହି କାହାଣୀରୁ ଧନତେରସରେ ଯମଦୀପଦାନ ପରମ୍ପରା ଆରମ୍ଭ ହୋଇଥିବା ମାନ୍ୟତା ରହିଛି। 'ଯମ' ଅର୍ଥ ମୃତ୍ୟୁର ଦେବତା ଏବଂ 'ଦୀପଦାନ' ଅର୍ଥ ଦୀପ ଅର୍ପଣ କରିବା। ଏହି ଦିନ ଘରର ବାହାରେ, ବିଶେଷକରି ଦକ୍ଷିଣ ଦିଗକୁ ମୁହଁ କରି ଦୀପ ଜାଳି ଯମରାଜଙ୍କୁ ଅର୍ପଣ କରାଯାଏ। ପରିବାରର ସଦସ୍ୟମାନଙ୍କ ସୁସ୍ଥ ଜୀବନ, ଦୀର୍ଘାୟୁ ଓ ଅକାଳ ମୃତ୍ୟୁରୁ ସୁରକ୍ଷା ପାଇଁ ଏହି ପରମ୍ପରା ପାଳନ କରାଯାଏ।

କେଉଁ ଦେବଦେବୀଙ୍କୁ ପୂଜା କରାଯାଏ?
ଭଗବାନ ଧନ୍ୱନ୍ତରୀ: ସ୍ୱାସ୍ଥ୍ୟ, ଚିକିତ୍ସା ଓ ଆୟୁର୍ବେଦର ଦେବତା। ଉତ୍ତମ ସ୍ୱାସ୍ଥ୍ୟ, ଆରୋଗ୍ୟ ଓ ଦୀର୍ଘାୟୁ କାମନା କରି ତାଙ୍କୁ ପୂଜା କରାଯାଏ।
ମା' ଲକ୍ଷ୍ମୀ: ଧନ, ସୌଭାଗ୍ୟ ଓ ସମୃଦ୍ଧିର ଦେବୀ। ପରିବାରର ସୁଖଶାନ୍ତି, ଆର୍ଥିକ ଉନ୍ନତି ଓ ଗୃହର ମଙ୍ଗଳ କାମନା କରି ତାଙ୍କ ଆରାଧନା କରାଯାଏ।
ଭଗବାନ କୁବେର: ଧନସମ୍ପତ୍ତି ଓ ଭଣ୍ଡାରର ଅଧିପତି। ଆର୍ଥିକ ସ୍ଥିରତା, ଧନର ସୁରକ୍ଷା ଓ ସମ୍ପତ୍ତିର ସଦୁପଯୋଗ ପାଇଁ ତାଙ୍କୁ ପୂଜା କରାଯାଏ।
ଭଗବାନ ଯମରାଜ: ମୃତ୍ୟୁ ଓ କାଳର ଦେବତା। ଅକାଳ ମୃତ୍ୟୁରୁ ରକ୍ଷା, ପରିବାରର ସୁରକ୍ଷା ଓ ଦୀର୍ଘାୟୁ କାମନା କରି ତାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ।

Dhanteras 2026: ନଭେମ୍ବର ୬ ଶୁକ୍ରବାରରେ ଧନତେରସ, ଖାସ୍ ହେବ ଏହି ପର୍ବ: ଜାଣନ୍ତୁ କିଣାକିଣିର ଶୁଭ ମୁହୂର୍ତ୍ତ

ଦୀପାବଳି ଅବସରରେ ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଉଥିବାରୁ ତାଙ୍କ ଆଗମନ ପୂର୍ବରୁ ଘରକୁ ସଫାସୁତୁରା କରି ସୁନ୍ଦର ଭାବେ ସଜାଯାଇଥାଏ। ମା'ଙ୍କ ସ୍ୱାଗତ ଓ ତାଙ୍କ କୃପାଲାଭ ପାଇଁ ଧନତେରସଠାରୁ ହିଁ ବିଭିନ୍ନ ପୂଜାର୍ଚ୍ଚନା କରାଯିବା ସହ ଗୃହକୁ ପବିତ୍ର ଓ ମଙ୍ଗଳମୟ କରିବାର ପରମ୍ପରା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.