Dhauli Group Attack Case: ଧଉଳିରେ ସଂଘବଦ୍ଧ ଆକ୍ରମଣ ମାମଲା, ଧରାପଡ଼ିଲେ ୩, ଆହୁରି ଅଛନ୍ତି ଥୋକାଏ

1 week ago 5
ARTICLE AD BOX

ଧଉଳି:  ଚଳିତ ମାସ ୧୩ ତାରିଖ ଅପରାହ୍ଣରେ ଧଉଳିଗିରି ନିକଟରେ ସ୍ଥାନୀୟ ଯୁବକ ରଜନୀକାନ୍ତ ନାୟକଙ୍କୁ କେତେକ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଗତକାଲି (ରବିବାର) ପୁଲିସ ତୃତୀୟ ଅଭିଯୁକ୍ତକୁ ଗିରଫକରିଛି। ଏହାପରେ ଗିରଫ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତନାଘନା କରାଯାଉଛି, ଗିରଫ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ତଦନ୍ତ କରୁଥିବା ପୁଲିସ କହିଛି। 

Gang Rape Main Accused Arrested ଧଉଳି ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ଗତକାଲି ଗିରଫ ହୋଇଥିବା ତୃତୀୟ ଅଭିଯୁକ୍ତ ହେଲେ, ଧଉଳି ଥାନା ଅଧୀନ କୌଶଲ୍ୟାଗଙ୍ଗ ଫାଣ୍ଡି ଉତ୍ତରାଶାସନ ବେହେରାସାହିର ବାପୁନ ଦାସ(୧୮)। ଏହା ପୂର୍ବରୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୁଡ଼ୁ ଓ ସ୍ବାଗତକୁ ଗିରଫ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ପୁଲିସ ଗିରଫ କରିବା ଲାଗି ଚଢ଼ଉ ଚଳାଇଛି।

Sunday rush in the dhauli: ଧଉଳିରେ ରବିବାରିଆ ଭିଡ଼: କଲବଲ କଲା ଟ୍ରାଫିକ୍‌ ଯନ୍ତ୍ରଣା

ମାମଲାର ବିବରଣୀରୁ ଜଣାଯାଇଛି, ମଙ୍ଗଳବବାର ଧଉଳି ପାନ୍ଥନିବାସ ନିକଟରେ ୧୫ରୁ ଅଧିକ ଯୁବକ ଭୋଜି କରୁଥିଲେ। ମୁଖ୍ୟ ଅଭିଯୁକ୍ତ ବିଶ୍ୱମୋହନ ପ୍ରଧାନ ଓରଫ ଗୁଡୁ ଭୋଜିସ୍ଥଳକୁ ବୁଲେଟ୍ ନେଇ ଯିବା ବେଳେ ବାଟରେ ଅନ୍ୟ ଜଣେ ଯୁବକ ରଜନୀକାନ୍ତଙ୍କ ସହ ବଚସା ହୋଇଥିଲା। ବଚସାର କାରଣ ପୂର୍ବ ଶତ୍ରୁତା ଥିଲା। ରଜନୀକାନ୍ତ ରାଗରେ ଗୁଡ଼ୁର ବୁଲେଟ୍‌କୁ ଗୋଇଠା ମାରିଥିଲେ। ଗୁଡ଼ୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଜର ସାଙ୍ଗସାଥିଙ୍କୁ ଡାକି ଆଣିଥିଲେ।  ସାଙ୍ଗମାନଙ୍କ ସହ ଖୋଜାଖୋଜି କରିବାରେ ରଜନୀକାନ୍ତଙ୍କୁ ନିକଟସ୍ଥ ଏକ ଭେରାଇଟି ଷ୍ଟୋର ନିକଟରେ ପାଇଥିଲେ।  ରଜନୀକାନ୍ତଙ୍କୁ ଦେଖୁଦେଖୁ ଗୁଡ଼ୁ ଗ୍ୟାଙ୍ଗ ଘେରି ଯାଇଥିଲେ ଏବଂ ଲୁହାରଡ୍‌, ଲାଠି, ପାଇପ୍‌, କାଠଫାଳିଆ ଓ ମଦବୋତଲରେ ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ରଜନୀକାନ୍ତ ତଳେ ପଡ଼ିଯିବା ପରେ ସେମାନେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ରଜନୀକାନ୍ତଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଏନେଇ ରଜନୀକାନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.