Digital Arrest: ଡିଜିଟାଲ୍ ଆରେଷ୍ଟ ଠକେଇ: ୮ ମାସରେ ୨୧,୯୦୦ରୁ ଅଧିକ ଅଭିଯୋଗ

4 days ago 4
ARTICLE AD BOX

ନୂଆଦିଲ୍ଲୀ: ଦେଶରେଡିଜିଟାଲ୍ ଆରେଷ୍ଟ ଠକେଇ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଚଳିତ ବର୍ଷ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ଏହି ଠକେଇ ସଂକ୍ରାନ୍ତରେ ୨୧,୯୦୦ରୁ ଅଧିକ ଅଭିଯୋଗ ପଞ୍ଜୀକୃତ ହୋଇଛି। ଏଥିରେ ୬୪୭ କୋଟି ଟଙ୍କାରୁ ଅଧିକ ଅର୍ଥ ଠକେଇ ହୋଇଥିବା ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ଓ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ସୁପ୍ରିମ୍‌କୋର୍ଟରେ ଦାଖଲ କରିଥିବା ସ୍ଥିତି ରିପୋର୍ଟରେ ଦର୍ଶାଯାଇଛି। ଡିଜିଟାଲ୍ ଆରେଷ୍ଟ ଠକେଇ ରୋକିବା, ପୀଡ଼ିତଙ୍କ ଅର୍ଥ ଫେରାଇବା ଓ ଏପରି ଅପରାଧ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ପୁଲିସ, ବ୍ୟାଙ୍କ ଓ ଅନ୍ୟ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଠକମାନେ ଲୋକଙ୍କୁ ଭୟଭୀତ କରିଥାନ୍ତି। ମାମଲାରେ ଫସାଇଦେବା କିମ୍ବା ଗିରଫ କରିବାର ଧମକ ଦେଇ ଭିଡିଓ କଲ୍‌ ମାଧ୍ୟମରେ ଲୋକଙ୍କୁ ଦୀର୍ଘ ସମୟ ନିୟନ୍ତ୍ରଣରେ ରଖି ଟଙ୍କା ଆଦାୟ କରାଯାଏ। ଏହାକୁ ଡିଜିଟାଲ୍ ଆରେଷ୍ଟ ଠକେଇ କୁହାଯାଉଛି। ୨୦୨୪ରେ ଏପରି ଠକେଇ ସଂକ୍ରାନ୍ତରେ ୧,୨୩,୬୭୨ଟି ଅଭିଯୋଗ ହୋଇଥିଲା ଏବଂ ଠକେଇର ପରିମାଣ ୧,୯୩୫ କୋଟି ଟଙ୍କା ଥିଲା। ୨୦୨୫ରେ ଅଭିଯୋଗ ସଂଖ୍ୟା ୫୮,୨୩୯କୁ ହ୍ରାସ ପାଇଥିବାବେଳେ ଠକେଇର ପରିମାଣ ୧,୨୧୧ କୋଟି ଟଙ୍କା ରହିଥିଲା।

ସୁପ୍ରିମ୍‌କୋର୍ଟରେ ଗୃହ ମନ୍ତ୍ରଣାଳୟର ରିପୋର୍ଟ

ଠକେଇର ଶିକାର ଲୋକଙ୍କୁ ସହାୟତା ପାଇଁ ଗୃହ ମନ୍ତ୍ରଣାଳୟ ଫେବ୍ରୁଆରିରେ ଅଭିଯୋଗ ସମାଧାନ ପୋର୍ଟାଲ୍‌ ଆରମ୍ଭ କରିଥିଲା। ଏହା ଏପ୍ରିଲ୍‌ରୁ ସାରା ଦେଶରେ କାର୍ଯ୍ୟକ୍ଷମ ହୋଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଏହି ବ୍ୟବସ୍ଥାରେ ୧୦୯ଟି ବ୍ୟାଙ୍କ ଓ ୧.୨୮ ଲକ୍ଷ ଶାଖାକୁ ସାମିଲ କରାଯାଇଥିଲା। ସାଇବର ଅପରାଧ ଓ ଠକେଇ ସମ୍ପର୍କିତ ୯୩,୦୪୧ଟି ଅଭିଯୋଗ ମଧ୍ୟରୁ ୬୦,୬୩୮ଟି ଉପରେ ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥା ପଦକ୍ଷେପ ନେଇଛନ୍ତି। ଅର୍ଥ ଫେରସ୍ତ ପୋର୍ଟାଲ୍‌ ମାଧ୍ୟମରେ ୬ ଲକ୍ଷରୁ ଅଧିକ ଆବେଦନ ମଧ୍ୟରୁ ୪.୬୯ ଲକ୍ଷ ମାମଲାରେ ଅର୍ଥ ଫେରସ୍ତ ପାଇଁ ଆଦେଶ ଦିଆଯାଇଛି। ଏହାଦ୍ୱାରା ମୋଟ ୩୩୨.୭ କୋଟି ଟଙ୍କା ଫେରସ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି। ସୁପ୍ରିମ୍‌କୋର୍ଟ ୨୦୨୫ ଅକ୍ଟୋବର ୧୭ରେ ହରିୟାଣାର ଜଣେ ବୟସ୍କ ଦମ୍ପତିଙ୍କ ଅଭିଯୋଗ ପରେ ଏହି ପ୍ରସଙ୍ଗକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଥିଲେ। ଠକମାନେ ସିବିଆଇ ଓ ଇଡି ଅଧିକାରୀଙ୍କ ପରିଚୟ ଦେଇ ଦମ୍ପତିଙ୍କଠାରୁ ୧ କୋଟି ଟଙ୍କାରୁ ଅଧିକ ଠକିଥିଲେ। ଆସନ୍ତା ୨୯ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ଫେରି ଆସିଲେ ସ୍ୱାମୀ! ୭୫ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିବାକୁ ମନା କଲେ ୩୦ ବର୍ଷୀୟା ବ୍ଲଗର

Read Entire Article
LEFT SIDEBAR AD

Hidden in mobile, Best for skyscrapers.