Digital Revolution: ଡିଜିଟାଲ୍‌ ବିପ୍ଳବରେ ଜିଓର ନୂଆ ଅଧ୍ୟାୟ: ୫ଜି, ବ୍ରଡ୍‌ବ୍ୟାଣ୍ଡ ଓ କୃତ୍ରିମ ବୁଦ୍ଧିମତ୍ତାରୁ ଅଭିବୃଦ୍ଧି ଆଶା

1 week ago 7
ARTICLE AD BOX

ଭୁବନେଶ୍ବର: ଜିଓ ପ୍ଲାଟଫର୍ମସ ଲିମିଟେଡ୍‌ ଭାରତର ସର୍ବବୃହତ ଡିଜିଟାଲ୍‌ ଯୋଗାଯୋଗ କମ୍ପାନି ଭାବେ ବିବେଚିତ ହେଉଛି। ଅନେକ ବ୍ରୋକରେଜ୍‌ ଫାର୍ମର ଗବେଷଣା ଅନୁଯାୟୀ, ଏହି କମ୍ପାନିର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ଆହୁରି ଅଧିକ ହେବ। ଜିଓ ପ୍ଲାଟଫର୍ମସ ଲିମିଟେଡ୍‌ର ଆଇପିଓ (ପ୍ରାରମ୍ଭିକ ପବ୍ଲିକ ଅଫର୍‌) ଅକ୍ଟୋବର ୨୧ ତାରିଖରେ ଆସିବ। ୩୦,୨୧୩ କୋଟି ଟଙ୍କା ମୂଲ୍ୟର ଉକ୍ତ ଆଇପିଓ ଆରମ୍ଭ ପୂର୍ବରୁ ଜିଇପିଏଲ୍‌ କ୍ୟାପିଟାଲ, ଭେଞ୍ଚୁରା ସିକ୍ୟୁରିଟିଜ୍‌ ଏବଂ ଏସ୍ଏମ୍‌ସି ଗ୍ଲୋବାଲ ଭଳି ବ୍ରୋକରେଜ୍‌ ସଂସ୍ଥା କମ୍ପାନିର ଏକାଧିକ ଅଭିବୃଦ୍ଧି ଇଞ୍ଜିନକୁ ସାମନାକୁ ଆଣିଛନ୍ତି। ସେଗୁଡ଼ିକ ହେଲା ୨ଜିରୁ ବହୁସଂଖ୍ୟକ ଗ୍ରାହକ ୪ଜି/୫ଜିକୁ ଗ୍ରାହକ ଯିବା, ଘରୋଇ ବ୍ରଡବ୍ୟାଣ୍ଡ, ଏଣ୍ଟରପ୍ରାଇଜ୍‌ କ୍ଲାଉଡ୍ ଏବଂ ଏଆଇର ସମ୍ପ୍ରସାରଣ। ଏଥିସହିତ ବିଦେଶୀ ଟେଲିକମ୍‌ କମ୍ପାନିଙ୍କୁ ଜିଓର ନିଜସ୍ବ ପ୍ରଯୁକ୍ତି ବିକ୍ରି କମ୍ପାନି ପାଇଁ ବିକାଶ ଇଞ୍ଜିନର ଅନ୍ୟତମ ଆଧାର ହେବ। 

Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

୨୦୨୬ ଜୁନ୍‌ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୫୩.୩୩ କୋଟିରେ ପହଞ୍ଚିଛି। ଅନ୍ୟପଟେ ଦେଶରେ ଏବେ ବି ପ୍ରାୟ ୨୬.୧ କୋଟି ଗ୍ରାହକ ୨ଜି ନେଟ୍‌ୱର୍କ ବ୍ୟବହାର କରୁଛନ୍ତି। ତେଣୁ ଏ କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ୭୯୯ ଟଙ୍କାରେ ଜିଓ ଭାରତ ଫୋନ୍‌ ସହ ଡିଜିଟାଲ୍‌ ସେବାକୁ ଯୋଡ଼ିପାରିଛି ଏବଂ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ସେବା ଯୋଗାଇ ନୂଆ ଗ୍ରାହକ ସୃଷ୍ଟି ଲାଗି ପର୍ଯ୍ୟାପ୍ତ ସୁଯୋଗ ରଖିଛି। ଗ୍ରାହକମାନେ ଏବେ ଫୋନ୍‌ରେ ଅଧିକ ଖର୍ଚ୍ଚ କରୁଛନ୍ତି। ଗ୍ରାହକ ପିଛା ହାରାହାରି ରାଜସ୍ବ (ଏଆର୍‌ପିୟୁ) ୨୦୨୩-୨୪ରେ ୧୮୧ ଟଙ୍କା ୭୦ ପଇସା ଥିବାବେଳେ ୨୦୨୬-୨୭ର ପ୍ରଥମ ତ୍ରୈମାସରେ ଏହା ୨୧୫ ଟଙ୍କା ୬୦ ପଇସାରେ ପହଞ୍ଚିଛି। ଏଥିସହିତ ଗ୍ରାହକମାନଙ୍କ ମାସିକ ହାରାହାରି ଡାଟା ବ୍ୟବହାର ବଢ଼ିଛି। ମାସକୁ ସେମାନେ ହାରାହାରି ୪୩.୭ ଜିବି ଡାଟା ବ୍ୟବହାର କରୁଛନ୍ତି।

ଜିଇପିଏଲ୍‌ର କହିବାନୁଯାୟୀ, କମ୍ପାନି ଏହାର ଏଆର୍‌ପିୟୁ ବଢ଼ାଇବା ଯୋଜନା ରଖିଛି। ସମୟକୁ ସମୟ ଶୁଳ୍କ ବୃଦ୍ଧି, ପ୍ରିମିୟମ ପ୍ଲାନ୍‌କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଯୋଜନାରେ ଓଟିଟି ଏଣ୍ଟରଟେନମେଣ୍ଟ, କ୍ଲାଉଡ୍‌ ଷ୍ଟୋରେଜ୍‌, ଗେମିଂ ଓ ଏଆଇଭିତ୍ତିକ ସେବାସହ ଯୋଡ଼ି ଆଗକୁ ବଢ଼ିବ। ୨୦୨୬ ଜୁନ୍‌ ସୁଦ୍ଧା ଜିଓଫାଇବର୍‌ ଓ ଜିଓ ଏୟାରଫାଇବର୍‌ ମିଶାଇ କମ୍ପାନିର ଘରୋଇ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୨.୮୬ କୋଟିରେ ପହଞ୍ଚିଛି। ତେଣୁ ଏ କ୍ଷେତ୍ରରେ କମ୍ପାନି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଦେଶରେ ଫିକ୍ସଡ ବ୍ରଡବ୍ୟାଣ୍ଡ ସାନ୍ଦ୍ରତା ଗତ ଆର୍ଥିକବର୍ଷରେ ପ୍ରାୟ ୨୧ ପ୍ରତିଶତ ଥିବାବେଳେ ୨୦୩୦-୩୧ ବେଳକୁ ଏହା ୪୬ ପ୍ରତିଶତରେ ପହଞ୍ଚିବ ‌ବୋଲି ଆକଳନ କରାଯାଉଛି। 

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ଜିଓ କେବଳ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନି ଭାବେ ସୀମିତ ରହିବାକୁ ଚାହୁଁନାହିଁ। ଏହା ଏକ ପ୍ରଯୁକ୍ତି ପ୍ଲାଟଫର୍ମରେ ପରିଣତ ହୋଇଛି। କମ୍ପାନି ଏଆଇ, କ୍ଲାଉଡ୍‌ କମ୍ପ୍ୟୁଟିଂ ଓ ଡିଜିଟାଲ୍‌ ବ୍ୟାବସାୟିକ ସମାଧାନ କ୍ଷେତ୍ରରେ  ନିଜର ସ୍ଥିତିକୁ ସୁଦୃଢ଼ କରୁଛି। ଭେଞ୍ଚୁରା ସିକ୍ୟୁରିଟିଜ୍‌ର ରିପୋର୍ଟ ଅନୁଯାୟୀ ଜିଓ ନିଜସ୍ୱ ୫ଜି ଷ୍ଟାଣ୍ଡଏଲୋନ୍‌ ପ୍ରଯୁକ୍ତି ବିକଶିତ କରିଛି। ଏଥିସହ ୪ଜି, ୫ଜି, ୬ଜି, ଏଆଇ ଓ ଡିଜିଟାଲ୍‌ ପ୍ରଯୁକ୍ତି କ୍ଷେତ୍ରରେ ୭,୨୨୦ଟି ପେଟେଣ୍ଟ ଆବେଦନ କରିଛି ଏବଂ ସେଥିରୁ ୧୦୪୩ଟିକୁ ମଞ୍ଜୁରି ମିଳିଛି। ଜିଓର ନିଜସ୍ୱ ଏଆଇ ପ୍ଲାଟଫର୍ମ ‘ଜିଓବ୍ରେନ୍‌’କୁ ନେଟ୍‌ୱର୍କ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏହି ପ୍ରଯୁକ୍ତି ଭବିଷ୍ୟତରେ କମ୍ପାନିକୁ ପାରମ୍ପରିକ ଟେଲିକମ୍‌ ସେବା ବାହାରେ ନୂଆ ଆୟର ସୁଯୋଗ ଦେବାର ଅନେକ ସମ୍ଭାବନା ରହିଛି। ଜିଓ ନିଜସ୍ୱ ପ୍ରଯୁକ୍ତିକୁ ଅନ୍ୟ ଦେଶର ଟେଲିକମ୍‌ କମ୍ପାନିଗୁଡ଼ିକୁ ଯୋଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ୫ଜି କୋର୍‌ ନେଟ୍‌ୱର୍କ, କ୍ଲାଉଡ୍‌ ଆଧାରିତ ରେଡିଓ ଆକ୍ସେସ୍‌ ନେଟ୍‌ୱର୍କ, ନେଟ୍‌ୱର୍କ ପରିଚାଳନା ସଫ୍ଟୱେର୍‌ ଏବଂ ଫିକ୍ସଡ୍‌ ଓୟାରଲେସ୍‌ ପ୍ରଯୁକ୍ତି ମାଧ୍ୟମରେ ଅନ୍ତର୍ଜାତୀୟ ବଜାରରେ ବ୍ୟବସାୟ ବଢ଼ାଇବାର ଯୋଜନା ରହିଛି। ଏହାଦ୍ୱାରା ଭାରତ ବାହାରେ ପ୍ରତ୍ୟେକ ବଜାରରେ ନୂଆ ଭିତ୍ତିଭୂମି ନିର୍ମାଣ ନକରି ମଧ୍ୟ କମ୍ପାନି ନିଜର ପ୍ରଯୁକ୍ତି ଓ ସେବାକୁ ବିସ୍ତାର କରିପାରିବ।

Weekly Horoscope 2026 October 18 to 24: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏସ୍‌ଏମ୍‌ସି ଗ୍ଲୋବାଲ ମତରେ ଭାରତର ଟେଲିକମ୍ ଓ ଡିଜିଟାଲ୍‌ ଡାଟା ସେବା ଶିଳ୍ପ ବିଶ୍ବର ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଭାରତରେ ଡାଟା ବ୍ୟବହାର ଅଧିକ ମାତ୍ରାରେ ହେଉଛି। ୫ଜି ସେବାର ଦ୍ରୁତ ସମ୍ପ୍ରସାରଣ ହେଉଛି। ଏଥସହିତ ଫାଇବର ବ୍ରଡବ୍ୟାଣ୍ଡ ସଂଖ୍ୟା ମଧ୍ୟ ବଢ଼ୁଛି। ଜିଇପିଏଲ୍‌ର କହିବାନୁଯାୟୀ ଭାରତରେ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ ଏଆର୍‌ପିୟୁ ୨୦୩୦-୩୧ ବେଳକୁ ୩୨୬ ଟଙ୍କା ୪୦ ପଇସା ସ୍ତରକୁ ବଢ଼ିବ। ୨୦୨୫-୨୬ରେ ଏହା ୧୯୯ ଟଙ୍କା ୫୦ ପଇସା ସ୍ତରରେ ରହିଥିଲା। ମୋଟାମୋଟି ଦେଖିଲେ ଜିଓ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି, ଏଆରପିୟୁରେ ଉନ୍ନତି, ଡିଜିଟାଲ୍‌ ସେବା ସାନ୍ଦ୍ରତାକୁ ବଢ଼ାଇବା ସହ ଉଦ୍ୟୋଗ ଏବଂ ଅନ୍ତର୍ଜାତୀୟ ପ୍ରଯୁକ୍ତି ଜରିଆରେ ରାଜସ୍ବ ଆୟକୁ ବ୍ୟାପକ କରିବାକୁ ଯାଉଛି। ଏହା କମ୍ପାନିର ରାଜସ୍ବ ଓ ଦୀର୍ଘମିଆଦୀ ଲାଭକୁ ଆଗକୁ ନେବ ବୋଲି ଜିଇପିଏଲ୍‌ ମତ ଦେଇଛି। ଜିଓ ପ୍ଲାଟଫର୍ମସ୍‌ର ଆଇପିଓ ଆବେଦନ ନିବେଶକମାନେ ଅକ୍ଟୋବର ୨୧ରୁ ୨୩ ତାରିଖ ମଧ୍ୟରେ  କରିପାରିବେ। ପ୍ରତି ସେୟାରର ମୂଲ୍ୟ ସୀମା ୧,୦୬୫ରୁ ୧,୧୧୯ ଟଙ୍କା ଧାର୍ଯ୍ୟ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.