ARTICLE AD BOX
ଲଣ୍ଡନ:ଭାରତୀୟ ମିଶ୍ରିତ ଦିବ୍ୟାଙ୍ଗ କ୍ରିକେଟ୍ ଦଳ ଐତିହାସିକ ଲର୍ଡ୍ସରେ ବିଜୟ ବାନା ଉଡ଼ାଇଛି। ଗୁରୁବାର ଇଂଲଣ୍ଡ ବିପକ୍ଷ ସପ୍ତମ ତଥା ଶେଷ ଦିବ୍ୟାଙ୍ଗ ଟ୍ବେଣ୍ଟି-୨୦କୁ ଭାରତ ୧୧୮ ରନ୍ରେ ଜିତି ନେଇଥିଲା। ଏହି ସାନ୍ତ୍ବନାମୂଳକ ବିଜୟ ପାଇବାରେ ଭାରତୀୟ ଦଳ ଲର୍ଡସ ବାଲକୋନିରେ ସାର୍ଟ ଖୋଲି ଏହାକୁ ହଲାଇ ଉତ୍ସବ ପାଳିଥିଲେ। ଯାହା ୨୦୦୨ରେ ନାଟ୍ୱେଷ୍ଟ୍ ଟ୍ରଫି ବିଜୟ ପରେ ଲର୍ଡସ ବାଲକୋନିରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଜୟ ଉତ୍ସବ ପାଳନକୁ ଉଜ୍ଜୀବିତ କରିଥିଲା।
ବିଜୟ ସତ୍ତ୍ବେ ଭାରତ ଶୃଙ୍ଖଳାରେ ହାରିଥିଲା
ଗୁରୁବାର ପ୍ରଥମ ବ୍ୟାଟିଂ କରିଥିବା ଭାରତ ଅର୍ଜୁନ ଗାୱରେଙ୍କ ୬୮ (୪୪ ବଲ୍) ଓ ଅଧିନାୟକ ମଜିଦ ଭାଗ୍ରେ ୬୩ (୧୯ ବଲ୍) ରନ୍ ବଳରେ ୨୦୬/୪ କରିଥଇଲା। ଜବାବରେ ହିଲାଇ ଅହମଦ ୱାନି (୪/୨୧) ଓ ଜୟେଶ ପରମାର (୩/୧୪)ଙ୍କ ବୋଲିଂକୁ ସାମ୍ନା କରି ନପାରି ଇଂଲଣ୍ଡ ମାତ୍ର ୮୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସତ୍ତ୍ବେ ଭାରତ ଶୃଙ୍ଖଳା ୩-୪ରେ ହାରିଥିଲା।
Manav Suthar: ୯୩ ବର୍ଷ ତଳର ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ସୁଥାର
ଡିସିସିଆଇ ପକ୍ଷରୁ ଲର୍ଡ୍ସ ଉତ୍ସବ ପାଳନର ଭିଡିଓ ସାମାଜିକ ଗଣମାଧ୍ୟ ‘ଏକ୍ସ’ରେ ପୋଷ୍ଟ କରି ଏହାର ଶିରୋନାମରେ ଲେଖାଯାଇଛି, ‘‘ଲର୍ଡ୍ସରେ ଭାରତ ଜିତିଲେ, ଅଲଗା ପ୍ରକାରର ଉତ୍ସବ ପାଳନ ହୋଇଥାଏ। ଲର୍ଡ୍ସ ବାଲକୋନିରେ ଏହା ପ୍ରକୃତ କ୍ରିକେଟ୍ ଆନନ୍ଦର ମୁହୂର୍ତ୍ତ। ଉତ୍ସାହ ଶୀର୍ଷରେ ରହି ଗର୍ବର ସହ କୋଟ୍ ଖୋଲି, ତ୍ରିରଙ୍ଗା ଉଡ଼ାଇଲୁ। ୧୧୮ ରନ୍। ଗୋଟିଏ ଅଭୁଲା ଉତ୍ସବ।’’ ସୂଚନାଯୋଗ୍ୟ ଯେ ମିଶ୍ରିତ-ଦିବ୍ୟାଙ୍ଗ ଫର୍ମାଟ୍ରେ ଶାରୀରିକ, ଶ୍ରବଣ ଓ ଶିକ୍ଷଣ ସମସ୍ୟା ସହ ବିଭିନ୍ନ ପ୍ରକାରର ଅକ୍ଷମତା ଥିବା ଖେଳାଳିମାନେ ଏକାଠି ଖେଳିଥାନ୍ତି।

1 week ago
3


