Dog Grabs Meat: ଦୋକାନୀ ହାତରୁ ମାଂସ ଛଡ଼ାଇନେଲା କୁକୁର !

2 weeks ago 5
ARTICLE AD BOX

ଗ୍ରାହକଙ୍କ ସୁସ୍ୱାଦୁ ଶ୍ୱରମା ରୋଲ୍‌ ରନ୍ଧା ହେବା ପାଇଁ ଟଙ୍ଗା ହୋଇଥିଲା ମାଂସ । ହେଲେ ମଣିଷ ଖାଇବ କଣ ଏଠି ଆଖି ପିଛୁଳାକେ ମାଂସ ଝାମ୍ପିନେଲା ବୁଲା କୁକୁର। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଗ୍ରାହକଙ୍କ ସୁସ୍ୱାଦୁ ଶ୍ୱରମା ରୋଲ୍‌ ରନ୍ଧା ହେବା ପାଇଁ ଟଙ୍ଗା ହୋଇଥିଲା ମାଂସ । ହେଲେ ମଣିଷ ଖାଇବ କଣ ଏଠି ଆଖି ପିଛୁଳାକେ ମାଂସ ଝାମ୍ପିନେଲା ବୁଲା କୁକୁର । ଦୋକାନୀ ଆସିବା ପୂର୍ବରୁ ମାଂସ ଧରି ଚମ୍ପଟ ମାରିଲା କୁକୁର । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଷ୍ଟ୍ରିଟ୍ ଫୁଡ୍‌ର ଚାହିଦା ଆଜିକାଲି ବେଶ୍ ବଢ଼ିଛି । ସନ୍ଧ୍ୟା ହେଲେ ସାଙ୍ଗସାଥୀଙ୍କ ସହ ବାହାରକୁ ଯାଇ ମନପସନ୍ଦର ଖାଦ୍ୟ ଖାଇବାକୁ ଅନେକ ପସନ୍ଦ କରନ୍ତି। ବିଶେଷ କରି ଆମିଷ ଉପରେ ସମସ୍ତଙ୍କର ଟାର୍ଗେଟ । ଚିକେନ୍‌, ମଟନ ଉପରେ ନାନାଦି ଆଇଟମ୍‌ ଖାଇବାକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି । ଆଉ ଚିକେନ ରୋଲ୍‌ ତ ସମସ୍ତଙ୍କ ପସନ୍ଦ । ମନେ କରନ୍ତୁ ଆପଣ ଗୋଟିଏ ରୋଲ୍‌ ଅର୍ଡର କରିଥିବେ, କିନ୍ତୁ ହଠାତ ଆପଣଙ୍କ ଆଖି ସାମ୍ନାରୁ କୁକୁର ଚିକେନ୍‌ ଭିଡ଼ି କରି ନେଇଯିବ । ସେତେ ବେଳେ ଆପଣ କଣ କରିବେ । କିଛି ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.