Donald Trump : ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆ‌ଣିଲେ ମଡେଲ୍‌ ବିଟ୍ରିସ୍‌ କିଉଲ୍‌

3 hours ago 7
ARTICLE AD BOX

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୂର୍ବତନ ମିସ୍‌ ସ୍ୱିଜରଲାଣ୍ଡ ତଥା ମଡେଲ୍‌ ବିଟ୍ରିସ୍‌ କିଉଲ୍‌। ୧୯୯୩ ମସିହାରେ ଆମେରିକାର ନ୍ୟୁୟର୍କସ୍ଥିତ ପ୍ଲାଜା ହୋଟେଲରେ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଆମେରିକା ପ୍ରତିନିଧି ସଭାର ନ୍ୟାୟିକ କମିଟିର ଡେମୋକ୍ରାଟ୍‌ ସଦସ୍ୟମାନେ ଅକ୍ଟୋବର ୨୬ରେ ପ୍ରକାଶ କରିଥିବା ୫୩ ପୃଷ୍ଠାର ଏକ ରିପୋର୍ଟରେ ଏହି ଅଭିଯୋଗ ସ୍ଥାନ ପାଇଛି। ତେବେ ହ୍ୱାଇଟ୍‌ ହାଉସ୍‌ ଏହି ଅଭିଯୋଗକୁ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହି ଖଣ୍ଡନ କରିଛି।

ରିପୋର୍ଟ ଅନୁଯାୟୀ, ୧୯୯୩ ନଭେମ୍ବରରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ୨୪ ବର୍ଷୀୟା କିଉଲ୍‌ଙ୍କ ସହ ଟ୍ରମ୍ପଙ୍କ ପରିଚୟ ହୋଇଥିଲା। ସେତେବେଳେ ଟ୍ରମ୍ପ ନ୍ୟୁୟର୍କର ପ୍ଲାଜା ହୋଟେଲର ମାଲିକ ଥିଲେ। କିଉଲ୍‌ଙ୍କ ଅଭିଯୋଗ ଅନୁସାରେ, ଟ୍ରମ୍ପ ତାଙ୍କୁ ଆମେରିକାର ଭିସା କରାଇଦେବା ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଉଲ୍‌ଙ୍କ ସହ ଦୋଷୀ ସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କର ମଧ୍ୟ ସାକ୍ଷାତ୍ ହୋଇଥିଲା। ଏପ୍‌ଷ୍ଟିନ୍‌ ନିଜକୁ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ବୋଲି ପରିଚୟ ଦେଇଥିବା କିଉଲ୍‌ ଦାବି କରିଛନ୍ତି।

କିଉଲ୍‌ଙ୍କ ବୟାନ ଅନୁଯାୟୀ, ପରେ ଟ୍ରମ୍ପଙ୍କ ଜଣେ ପ୍ରତିନିଧି ତାଙ୍କୁ ହୋଟେଲର ଉପର ମହଲାରେ ଥିବା ଏକ କୋଠରିକୁ ଡାକିଥିଲେ। ସେଠାରେ ଟ୍ରମ୍ପ ପଛପଟୁ ତାଙ୍କୁ ଧରି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ବୋଲି ସେ ଆମେରିକାର ସଂସଦୀୟ କମିଟିର କର୍ମଚାରୀଙ୍କୁ ଦେଇଥିବା ବୟାନରେ କହିଛନ୍ତି। ଏହି ଘଟଣାରେ ତାଙ୍କ ପୋଷାକ ଚିରିଯାଇଥିବା ସହ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହୋଇଥିଲା ଏବଂ କ୍ଷତ ଚିହ୍ନ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଘଟଣା ପରେ ଟ୍ରମ୍ପ ତାଙ୍କୁ ଚୁପ୍‌ ରହିବାକୁ କହିବା ସହ ଭିସା ଓ ବିଶ୍ୱବିଦ୍ୟାଳୟରେ ନାମଲେଖା ସମ୍ପର୍କିତ ପ୍ରତିଶ୍ରୁତି ଦୋହରାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଟ୍ରମ୍ପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ

କିଉଲ୍‌ ୨୦୨୪ରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। କିନ୍ତୁ ସେତେବେଳେ ଘଟଣାଟି ଦୁଷ୍କର୍ମ ପର୍ଯ୍ୟନ୍ତ ଯାଇ ନଥିବା ସେ କହିଥିଲେ। ଏବେ ସଂସଦୀୟ କମିଟିକୁ ଦେଇଥିବା ବୟାନରେ ସେ ଅଧିକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏପ୍‌ଷ୍ଟିନ୍‌ଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ଆମେରିକାରେ ଚର୍ଚ୍ଚା ଜାରି ରହିଥିବାବେଳେ ଡେମୋକ୍ରାଟ୍‌ ସଦସ୍ୟମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ନ୍ୟାୟିକ କମିଟିର ଡେମୋକ୍ରାଟ୍‌ ସଦସ୍ୟ ଜେମି ରାସ୍କିନ୍‌ ଟ୍ରମ୍ପଙ୍କ ସହ ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କ ଏବଂ ଯୌନ ଶୋଷଣ ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ଜଣେ ସ୍ୱାଧୀନ ବିଶେଷ ଓକିଲ ନିଯୁକ୍ତ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ହ୍ୱାଇଟ୍‌ ହାଉସ୍‌ ଏହି ଅଭିଯୋଗଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛି। ଟ୍ରମ୍ପ ଏପ୍‌ଷ୍ଟିନ୍‌ଙ୍କ ସହ ଥିବା ସମ୍ପର୍କକୁ ନେଇ ଭୁଲ୍‌ କାର୍ଯ୍ୟ କରିଥିବା ଅଭିଯୋଗକୁ ଅସ୍ୱୀକାର କରିଆସିଛନ୍ତି। କିଉଲ୍‌ଙ୍କ ଅଭିଯୋଗ ସଂକ୍ରାନ୍ତରେ ଟ୍ରମ୍ପଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରୁଜୁ ହୋଇଥିବା ସୂଚନା ନାହିଁ।

ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ୮ ଜିଲ୍ଲାର ୪୬୬ଟି ଆଶ୍ରୟସ୍ଥଳୀ, ୪୮ହଜାର ସ୍ଥାନାନ୍ତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.