Donald Trump: ନେତାନ୍ୟାହୁଙ୍କ ପ୍ରଦର୍ଶନ ପାଇଁ ଶ୍ରେୟ ନେଲେ ଟ୍ରମ୍ପ: କହିଲେ ଏବେ ମେଣ୍ଟ ଆଲୋଚନା ଉପରେ ରଖିଛି ନଜର

56 minutes ago 1
ARTICLE AD BOX

ୱାସିଂଟନ: ପୂର୍ବରୁ ବିଶ୍ବରେ ୮ ଯୁଦ୍ଧ ବନ୍ଦ କରିଥିବାର ଶ୍ରେୟ ନେଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଇସ୍ରାଏଲ ନିର୍ବାଚନ ପାଇଁ ନିଜ ମୁହଁରେ ନିଜର ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରଦର୍ଶନର ଶ୍ରେୟ ନେଇ କହିଛନ୍ତି ଯେ, ମୋ ସମର୍ଥନ ଯୋଗୁଁ ବିବିଙ୍କ ପ୍ରଦର୍ଶନ ବେଶ୍ ଭଲ ହୋଇଛି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ସେ ଇସ୍ରାଏଲରେ ମେଣ୍ଟ ସରକାର ଗଠନ ପ୍ରୟାସରେ ସାମିଲ ହେବା ବିଷୟରେ ବିଚାର କରିବେ। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି, ନେତାନ୍ୟାହୁଙ୍କ ଦଳ ବିରୋଧୀ ଦଳଠାରୁ ଆଗରେ ଭଲ ସ୍ଥିତିରେ ଅଛି। ତେବେ କୌଣସି ପକ୍ଷ ସଂସଦୀୟ ବହୁମତ ହାସଲ କରି ନାହାନ୍ତି।

ମୁଁ ଶୁଣୁଛି ମୋର ସମର୍ଥନ ବିବିଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଛି। ହ୍ୱାଇଟ୍ ହାଉସ୍ ମେଣ୍ଟ ଆଲୋଚନାରେ ହସ୍ତକ୍ଷେପ କରିବ କି ନାହିଁ ତାହା ନିଷ୍ପତ୍ତି ନେଇନାହିଁ। ପ୍ରାୟ ୯୩% ଭୋଟ ଗଣତି ପରେ ନେତାନ୍ୟାହୁଙ୍କ ଦଳ ଲିକୁଡ୍ ପାର୍ଟି ୧୨୦ ସଦସ୍ୟ ବିଶିଷ୍ଟ ନେସେଟରେ ୫୩ଟି ଆସନ ଜିତି ଆଗରେ ରହିଛି। ଗାଦି ଆଇଜେନକୋଟଙ୍କ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୪୮ଟି ଆସନ ପାଇଛି। ତେବେ ବହୁମତ ପାଇଁ ଆବଶ୍ୟକ ୬୧ ଆସନ ଉଭୟ ଦଳ ହାସଲ କରିପାରି ନାହାନ୍ତି।

ଆରବ ଦଳଗୁଡ଼ିକ ୧୯ଟି ଆସନରେ ଆଗୁଆ

ଆରବ ଦଳଗୁଡ଼ିକ ୧୯ଟି ଆସନରେ ଆଗୁଆ ରହିଛନ୍ତି। ସରକାର ଗଠନରେ କରିବାରେ ଆରବ ଦଳଗୁଡ଼ିକ କିଙ୍ଗ୍ ମେକର ହୋଇ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ଭୋଟ୍ ପୂର୍ବରୁ ଟ୍ରମ୍ପ ନେତାନ୍ୟାହୁଙ୍କୁ ସମର୍ଥନ କରି ଇସ୍ରାଏଲୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଦୁଇ ଦେଶକୁ ଆମେ ଆରମ୍ଭ କରିଥିବା କାମ ସମାପ୍ତ କରିବାକୁ ପଡିବ।

Naseeruddin Shah: ‘ମୁଁ ଦିମାଗୀ ନକ୍ସଲ’: ସରକାର ଓ ମିଡିଆକୁ କଡ଼ା ସମାଲୋଚନା କଲେ ଅଭିନେତା ନସୀରୁଦ୍ଦୀନ୍ ଶାହ

ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ତାଙ୍କର ସମର୍ଥନକୁ ପ୍ରଶଂସା କରି ଦାବି କରିଛନ୍ତି ଯେ ଏହା ନେତାନ୍ୟାହୁଙ୍କ ପାଇଁ ସମ୍ଭାବ୍ୟ ପରାଜୟ ଭାବରେ କୁହାଯାଉଥିବା ନିର୍ବାଚନକୁ ଏକ ଝୁଲା ସ୍ଥିତିକୁ ନେଇ ଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.