ARTICLE AD BOX
ପନ୍ନା: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଦେବେନ୍ଦ୍ରନଗର ଥାନା ଅଞ୍ଚଳର ଦେବେନ୍ଦ୍ରନଗର-ବାରାଗାଓଁ ଡ୍ୟାମ୍ରେ ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପାଣିକୁ ମୂର୍ତ୍ତି ବୋହି ନେଉଥିବା ସମୟରେ ଦୁଇ ଜଣ ଯୁବକ ବୁଡ଼ି ଯାଇଛନ୍ତି। ଅନ୍ୟ ତିନି ଜଣ ଆହତ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଏହି ଘଟଣା ପରେ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି। ଡ୍ୟାମ୍ରେ ଦୁର୍ଗାମୂର୍ତ୍ତି ବିସର୍ଜନ କରାଯାଉଥିଲା। ପାଣିକୁ ମୂର୍ତ୍ତି ବୋହି ନେଉଥିବା ସମୟରେ ଦୁଇ ଯୁବକ ଗଭୀର ପାଣିରେ ପଶି ବୁଡ଼ିବାକୁ ଲାଗିଲେ। ସ୍ଥାନୀୟ ବୁଡ଼ାଳିମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ଉଭୟ ଯୁବକ ଗଭୀର ପାଣିରେ ବୁଡ଼ି ଯାଇଥିଲେ।
Boat Capsized: ଦୁର୍ଗା ମୂର୍ତ୍ତି ବିସର୍ଜନବେଳେ ଡଙ୍ଗା ବୁଡ଼ିଗଲା: ୨ ମୃତ, ୨ ନିଖୋଜ
ବିସର୍ଜନ ପାଇଁ ଶୋଭାଯାତ୍ରାରେ ଯାଇଥିବା ଅନ୍ୟ ତିନି ଜଣ ସାଥୀ ମଧ୍ୟ ପାଣିରେ ବୁଡ଼ି ଯିବା ଅବସ୍ଥାରେ ଥିଲେ। କିନ୍ତୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାରେ ତିନି ଜଣ ଯୁବକ ଆହତ ହୋଇଛନ୍ତି। ମୃତକ ହେଲେ ଆୟୁଷ ଅଗ୍ରୱାଲ (୧୮) ଏବଂ କୃଷ୍ଣ ସୋନି (୨୫)।

5 days ago
6


