Durga puja 2026: ଷୋଳ ପୂଜା ପାଇଁ ଖିଲାମୁଣ୍ଡା କାଠିରେ ଆସିଲେ ରାଜବାଟୀକୁ ଆସିଲେ ମା’

3 weeks ago 7
ARTICLE AD BOX

ରଣପୁର (ବିଶ୍ୱରଂଜନ ଆଚାର୍ଯ୍ୟ): ନୟାଗଡ଼ ଜିଲ୍ଲା ରଣପୁର ରାଜା ଓ ଅଂଚଳବାସୀଙ୍କ ଆରାଧ୍ୟ ଦେବୀ ହେଉଛନ୍ତି ମା’ ଖିଲାମୁଣ୍ଡା। ରଣପୁର ରାଜ ପରିବାର ଇତିହାସ ଅନୁଯାଇ ପୁରୀଗଜପତି ରାଜା ରଣପୁର ରାଜା ନାରାୟଣ ନରେନ୍ଦ୍ରଙ୍କ ସମୟରେ ରଣପୁରକୁ ଆକ୍ରମଣ କରିଥିଲେ। ରଣପୁର ରାଜା ନାରାୟଣ ନରେନ୍ଦ୍ର ପରାଜିତ ହୋଇ ଘଞ୍ଚ ବନାନୀରେ ଆତ୍ମଗୋପନ କରିଥିଲେ। ପରେ ମା ଖିଲାମୁଣ୍ଡାଙ୍କ ଠାରୁ ବରପ୍ରାପ୍ତ ହୋଇ ଶଙ୍ଖଯୋଡ଼ି ଶଙ୍ଖୁଆମାନଙ୍କୁ ଧରି ପୁଣି ରଣପୁର ରାଜ୍ୟ ଦଖଲ କରିଥିଲେ। 

ସେହି ରାଜା ରାଜୁଡା ଅମଳରୁ ସେହି ଘଞ୍ଚ ଅରଣ୍ୟ ରାଆଁଳା ପୀଠ ରୁ ମା ଖିଲାମୁଣ୍ଡା ପ୍ରତିବର୍ଷ ଶାରଦୀୟ ଷୋଳ ପୂଜା ପାଇଁ ଦ୍ଵିତୀୟା ଓଷା ଦିନ ମା ଙ୍କ ଆଜ୍ଞାମାଳ କାଠିରେ ସବାର ହୋଇ ରଣପୁର ରାଜବାଟୀକୁ ଆସିଥାନ୍ତି। ରାଜବାଟୀରେ ମା’ ମଣିନାଗ ଓ ନାରାୟଣୀଙ୍କ ସହ ଷୋଳ ପୂଜା ପାଇ ବିଜୟା ଦଶମୀ ଦଶହରାରେ ମହାସମାରୋହରେ ରାଜବାଟୀରୁ ଦଶହରା ପଡ଼ିଆକୁ ଯାଇ ପୂଜାର୍ଚନା ପରେ ତୋପ ସାଲାମୀ ଗ୍ରହଣ କରି ପାରା ପକ୍ଷୀରେ ସବାର ହୋଇ ନିଜ ଆସ୍ଥାନ ଘଞ୍ଚ ଅରଣ୍ୟକୁ ଫେରି ଯାନ୍ତି। 

ଚଳିତ ବର୍ଷ ସେହି ମାହୋଲ ଆରମ୍ଭ ହୋଇଯାଇଛି। ଶୁକ୍ରବାର ରାତିରେ କାଠିଆମାନେ ରାଜବାଟୀ ରୁ କାଠି ନେଇ ଘଞ୍ଚ ଅରଣ୍ୟରେ ଥିବା ମାଙ୍କ ପୀଠକୁ ଯାଇଥିଲେ। ଶନିବାର ସକାଳୁ ମା’ଙ୍କ ପୀଠରେ ନୀତିକାନ୍ତି ଅନୁଯାଇ ପୂଜାର୍ଚନା କରାଯାଇଥିଲା। ଅଧିଆ ପଢିଥିବା ଭକ୍ତ ମାନଙ୍କୁ ମାଙ୍କ ଯାନୀ ମାଙ୍କ ଆଶୀର୍ବାଦ ପ୍ରଦାନ ପରେ କାଳସୀ ଯାନୀ ମା’ ଖିଲାମୁଣ୍ଡା ବୁଢା ରୂପରେ ରାଜବାଟୀକୁ ଯାଉଛନ୍ତି ବୋଲି ଘୋଷଣା କରି ମା’ଙ୍କ ଆଜ୍ଞାମାଳ କାଠିରେ ପ୍ରଦାନ କରିଥିଲେ। 

Lord Jagannath: ରଣପୁରରେ ପ୍ରଭୁଙ୍କ ରୁପାବେଶ ସହ ବିଷ୍ଣୁ ସହସ୍ର ନାମ ପଠନ

କାଠିଆମାନେ କାଠି କାନ୍ଧରେ ଧରି ରାଆଁଳା, ସାନ ଚାଁଚୁଣ୍ଡା୍ଝର, ଭେଟବର, ଯଶୋଦାପୁର, ଟାଇଲଖୋଲା ଛକ ଦେଇ, ଧମଡ଼ା, କଳାମାଟିଆ,ଡ଼ୁବୁରୀଗଡ, ସୁରୁକାବାଡ଼ି, ନୂଆ ନନ୍ଦପୁର,ଗାଁ ବାଣିକିଲୋ ଶ୍ରୀହରିପୁର, ଢିପସାହି, ବସନ୍ତପୁର, ଆଖୁପଦର, ଲାଖପଡା, ନୂଆଗାଁ, ଆରଡ଼ା, ବଳାମୁକୁଳି ଜୟ ଦ୍ୱାର ଦେଇ ରଣପୁରଗଡ଼ ରେ ପ୍ରବେଶ  କରି ସବୁ ଗାଁ ରେ ଭୋଗ ଖାଇ ରାଜବାଟୀ କୁ ଫେରିଥିବା ଜଣା ପଡିଛି। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ନିର୍ଜଳ କାଠି ଉପବାସ ପରେ ଖିଲାମୁଣ୍ଡାଙ୍କ ଦର୍ଶନ ଓ ପ୍ରସାଦ ସେବନ ପରେ ଭୋଜନ କରିଥିଲେ। ରଣପୁର ଅଞ୍ଚଳରେ ଶାରଦୀୟ ପୂଜା ମାହୋଲ ଆରମ୍ଭ ହୋଇଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.