ARTICLE AD BOX
କୋଲକାତା: ଅଣଓସାରିଆ ରାସ୍ତା, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଅଭାବ ତଥା ‘ପେଣ୍ଡାଲ ଭୁଶୁଡ଼ି ପଡ଼ିବ, ଚାଲିଯାଅ’ ଘୋଷଣା ଯୋଗୁଁ ପଶ୍ଚିମବଙ୍ଗର କୋଲକାତାସ୍ଥିତ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଘଟିଲା ବୋଲି କୋଲକାତା ପୁଲିସ ଅନୁମାନ କରୁଛି। ଶନିବାର ଘଟିଥିବା ଦଳାଚକଟାରେ ଅତି କମ୍ରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମଣ୍ଡପ ଭୁଶୁଡ଼ି ପଡ଼ିବ ବୋଲି ଘୋଷଣା ହେବା ପରେ ହ୍ବିସିଲ୍ ବାଜିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ପୁଲିସ ସନ୍ଦେହ କରୁଛି।
୧୯ ଜଣଙ୍କ ମୃତ୍ୟୁ
ପୁଲିସର ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପରେ ମଣ୍ଡପରେ ଭିଡ଼ ବଢ଼ିଥିଲା। ଏହି ସମୟରେ ଲୋକଙ୍କୁ ମଣ୍ଡପ ଛାଡ଼ିବାକୁ ଘୋଷଣା କରାଯାଇଥିଲା। ଘୋଷଣାରେ ମଣ୍ଡପ ଭୁଶୁଡ଼ି ପଡ଼ିବାର ଆଶଙ୍କା ପ୍ରକାଶ କରାଯାଇଥିବା ଏକ ଭିଡିଓରୁ ଜଣାପଡ଼ିଛି। ତେବେ ଏହି ଘୋଷଣା କିଏ ଓ କାହିଁକି କରିଥିଲେ, ତାହାର ତଦନ୍ତ ଚାଲିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ପ୍ରାରମ୍ଭିକ ତଦନ୍ତ ବିଷୟରେ ସୀମିତ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏକ ସାର୍ବଜନୀନ ଘୋଷଣା ଓ ହ୍ବିସିଲ୍ ବାଜିବା ପରେ ଦଳାଚକଟା ହୋଇଥିଲା ବୋଲି ଅନୁମାନ କରାଯାଉଛି।
ମୃତକଙ୍କ ପରିବାରକୁ ୨୫ ଲକ୍ଷ ଘୋଷଣା
ମଣ୍ଡପରେ ପର୍ଯ୍ୟାପ୍ତ ପୁଲିସ ଓ ସୁରକ୍ଷାକର୍ମୀ ନିୟୋଜିତ ନଥିବା ତଦନ୍ତରୁ ଜଣାପଡ଼ିଛି। ମଣ୍ଡପର ପ୍ରବେଶ ଓ ପ୍ରସ୍ଥାନ ପଥ ସଂକୀର୍ଣ୍ଣ ଥିବାରୁ ଲୋକଙ୍କୁ ବାହାରିବାରେ ସମସ୍ୟା ହୋଇଥିଲା। ଘଟଣାରେ ପୂଜା କମିଟିର ସଦସ୍ୟଙ୍କ ସମେତ ଅତି କମ୍ରେ ୭ ଜଣଙ୍କୁ ପୁଲିସ ଗିରଫ କରିଛି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଚାକିରି ଏବଂ ଆହତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି। ସମସ୍ତ ଆହତଙ୍କ ଚିକିତ୍ସାର ସମ୍ପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି।
Accident: ଜାତୀୟ ରାଜପଥରେ ଛାତିଥରା ଦୁର୍ଘଟଣା; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

1 week ago
5


