ARTICLE AD BOX
ଭୁବନେଶ୍ବର: ଦୈନିକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ସମ୍ମିଳନୀର ଉଦ୍ଯାପନୀ ଦିବସରେ ସେସନ୍ ୱାଚ୍ର ପ୍ରତିଷ୍ଠାତା ଡ. ଗୀତା ରାମସ୍ବାମୀ କହିଛନ୍ତି, ସାଧାରଣ ଲୋକଙ୍କ ଦ୍ୱାରା ମିଳିଥିବା ତଥ୍ୟକୁ ଅନ୍ୟମାନଙ୍କ ଦ୍ୱାରା ଯାଞ୍ଚ କରାଯାଇଥାଏ। କୌଣସି ବ୍ୟକ୍ତି କିଛି ଦାବି କରିଥିଲେ କିମ୍ବା କିଛି ଦେଖିଥିବା କଥା କହିଥିଲେ, ତାହା ପ୍ରକୃତରେ ସଠିକ୍ କି ନାହିଁ ତାହା ଜାଣିବା ଜରୁରୀ ଅଟେ।
ଅନେକ ଗଛ ଧୀରେ ଧୀରେ କମିବାରେ ଲାଗିଲାଣି
ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ସଭାଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର ଅଧିବୋନରେ ଶ୍ରୀମତୀ ରାମସ୍ବାମୀ ଶନିବାର କହିଛନ୍ତି, ଅନେକ ସମୟରେ ବୈଜ୍ଞାନିକମାନେ ନାଗରିକ ବିଜ୍ଞାନ ପ୍ଲାଟଫର୍ମରୁ ଆସୁଥିବା ତଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରନ୍ତି ନାହିଁ। କାରଣ ଏହା ମେନ୍ଷ୍ଟ୍ରିମ୍ ବୈଜ୍ଞାନିକ ତଥ୍ୟ ପରି ସେତେ କଠୋର କିମ୍ବା ବିସ୍ତୃତ ହୋଇନଥାଏ। ନାଗରିକ ବିଜ୍ଞାନରେ ଏପରି କିଛି କୌଶଳ ବା ମେକାନିଜିମ୍ ରହିଛି, ଯାହା ମାଧ୍ୟମରେ ସେହି ତଥ୍ୟକୁ ମେନ୍ଷ୍ଟ୍ରିମ୍ ବିଜ୍ଞାନ ତଥ୍ୟ ସହିତ ତୁଳନାତ୍ମକ କରାଯାଇପାରିବ।
ସେ କହିଛନ୍ତି, ଆଜିର ଦିନରେ ଆମ୍ବ-ପଣସ ଭଳି ଅନେକ ଗଛ ଧୀରେ ଧୀରେ କମିବାରେ ଲାଗିଲାଣି ଏହା ପଛରେ ବଡ଼ କାରଣ ହେଉଛି ‘ଜଳବାୟୁ ପରିବର୍ତ୍ତନ‘। ଅନେକ ସମୟରେ ବୈଜ୍ଞାନିକମାନେ ନାଗରିକ ବିଜ୍ଞାନ ପ୍ଲାଟଫର୍ମରୁ ଆସୁଥିବା ତଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରନ୍ତି ନାହିଁ। କାରଣ ଏହା ମେନ୍ଷ୍ଟ୍ରିମ୍ ବୈଜ୍ଞାନିକ ତଥ୍ୟ ପରି ସେତେ କଠୋର କିମ୍ବା ବିସ୍ତୃତ ହୋଇନଥାଏ। ନାଗରିକ ବିଜ୍ଞାନରେ ଏପରି କିଛି କୌଶଳ ବା ମେକାନିଜିମ୍ ରହିଛି, ଯାହା ମାଧ୍ୟମରେ ସେହି ତଥ୍ୟକୁ ମେନ୍ଷ୍ଟ୍ରିମ୍ ବିଜ୍ଞାନ ସହ ତୁଳନାତ୍ମକ କରାଯାଇପାରିବ।
Earth Again Conference 2026: ‘ବିଜ୍ଞାନ କେବଳ ଧଳା କୋଟ୍ ପିନ୍ଧା ପ୍ରୟୋଗଶାଳା ନୁହେଁ’
ଶ୍ରୀମତୀ ରାମସ୍ବାମୀ କହିଛନ୍ତି, ଗଛର ଫଟୋ ଉଠାଇ ଇଣ୍ଟରନେଟ୍ରେ ଥିବା ଏକ୍ସପର୍ଟଙ୍କ ସାହାଯ୍ୟରେ ସେହି ଗଛ କଣ ଜାଣିହେବ। ଗଛର ଋତୁକାଳୀନ ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ ଆପ୍ରେ ରେଜିଷ୍ଟର କରି ସପ୍ତାହାନ୍ତରେ ତଥ୍ୟ ରିପୋର୍ଟ କରାଯାଇପାରବ। ଭାରତର ଶହଶହ ଲୋକ ଯେତେବେଳେ ଏହିପରି ଛୋଟ ଛୋଟ ତଥ୍ୟ ବା ସୂଚନା ଯୋଗଦାନ କରନ୍ତି, ସେତେବେଳେ ଏହା ଏକ ବିରାଟ ଜ୍ଞାନର ସମୁଦ୍ରରେ ପରିଣତ ହୋଇଥାଏ।

3 weeks ago
5


