ARTICLE AD BOX
ଭୁବନେଶ୍ବର: ଆଜି ‘ପୁନଶ୍ଚ ପୃଥିବୀ’ର ତୃତୀୟ ଦିନ। ଏଥିରେ ଆଲୋଚନାର ବିଷୟ ରହିଛି ‘ଜଳବାୟୁ ପ୍ରଶାସନ’। ଏଥିରେ ଆଲୋଚକ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୂର୍ବତନ PCCF ସୁଶାନ୍ତ ନନ୍ଦ। କାର୍ଯ୍ୟକ୍ରମର ସଞ୍ଚାଳନ କରୁଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର।
ଏହି ଆଲୋଚନାରେ ବିଜୟ ପଟ୍ଟନାୟକ କହିଛନ୍ତି, ଅଧିକ ଅଣପାରଂପାରିକ ଶକ୍ତିର ବ୍ୟବହାର କରାଯିବା ଉଚିତ। ଓଡ଼ିଶାର ଶିଳ୍ପାୟନ, କାର୍ବନ ଫୁଟପ୍ରିଣ୍ଟ ଏବଂ ନବୀକରଣଯୋଗ୍ୟ ଶକ୍ତି ନୀତି ଉପରେ ଗୁରୁତ୍ୱାରୋପ କରି ମତ ରଖିଛନ୍ତି। ଶିଳ୍ପକୁ ଆମେ ବନ୍ଦ୍ କରିପାରିବା ନାହିଁ। ଆମର ନିୟମ ଅନେକ ରହିଛି। କିନ୍ତୁ ସେ ସବୁ ସଶକ୍ତ ଭାବରେ କାର୍ଯ୍ୟକାରୀ ହୋଇପାରିନି।
ଓଡ଼ିଶାରେ କାର୍ବନ ଫୁଟପ୍ରିଣ୍ଟ ଅତ୍ୟଧିକ ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ବ୍ୟାପକ ଶିଳ୍ପାୟନ। ପ୍ରଚୁର କୋଇଲା ସମ୍ପଦକୁ ବ୍ୟବହାର କରି ରାଜ୍ୟରେ ସ୍ଥାପନ ହୋଇଥିବା ବିଦ୍ୟୁତ ପ୍ରକଳ୍ପଗୁଡ଼ିକ (Power Plants) ଏଥିପାଇଁ ପ୍ରମୁଖ ଦାୟୀ। ଆମେ ଯୋଜନା କରିବାରେ ଆଗୁଆ, କିନ୍ତୁ କାର୍ଯ୍ୟକାରୀ କରିବାରେ ପଛୁଆ।
ଜୈବ ବିବିଧତାର ଏକ ଅମୂଲ୍ୟ ଅଂଶ
ଆମକୁ ଜୈବ ବିବିଧତା ପାଇଁ ଚିନ୍ତା କରିବାକୁ ପଡ଼ିବ। ଜଳବାୟୁ ସନ୍ତୁଳନ ଉପରେ କାମ କରିବାକୁ ହେବ। ବିଶେଷକରି ପ୍ରବାଳ ପ୍ରାଚୀର ବା କୋରାଲ୍ ରିଫ୍ ସମୁଦ୍ରୀୟ ଜୈବ ବିବିଧତାର ଏକ ଅମୂଲ୍ୟ ଅଂଶ। ଏହା ଅନେକ ସାମୁଦ୍ରିକ ପ୍ରଜାତିଙ୍କୁ ଆଶ୍ରୟ ଦେବା ସହ ମାନବ ସମାଜ ପାଇଁ ମଧ୍ୟ ଗୁରୁତ୍ୱ ବହନ କରେ। ସମୁଦ୍ର ଓ ଉପକୂଳ ମତ୍ସ୍ୟ ସମ୍ପଦ ମଧ୍ୟ ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ପ୍ରୋଟିନ୍ର ଏକ ମୁଖ୍ୟ ଉତ୍ସ। ତେଣୁ ପରିବେଶ, ଜୈବ ବିବିଧତା ଓ ଅର୍ଥନୀତିକୁ ପୃଥକ୍ ଭାବେ ନୁହେଁ, ପରସ୍ପର ସହ ଜଡ଼ିତ ବିଷୟ ଭାବେ ଦେଖିବା ଆବଶ୍ୟକ। ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣର ଉଦ୍ଯାପନୀ ଦିବସ ଅବସରରେ ଜିଏଏସ୍ପିର ମହାସଚିବ ସତ୍ୟ ତ୍ରିପାଠୀ ଏହା କହିଛନ୍ତି।
Earth Again Conference 2026: ପରିବେଶ, ଜୈବ-ବିବିଧତା ସହ ଅର୍ଥନୀତି ଜଡ଼ିତ ଅଛି’

3 weeks ago
5


