ARTICLE AD BOX
ଭୁବନେଶ୍ବର: 'ପୁନଶ୍ଚ ପୃଥିବୀ' କାର୍ଯ୍ୟକ୍ରମରେ ପୂର୍ବତନମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ବିଭାଗୀୟ ସମନ୍ୱୟ ଏବଂ କାର୍ଯ୍ୟଯୋଜନାର ପ୍ରକୃତ ଫଳାଫଳ ଉପରେ ନିଜର ମତ ରଖିଛନ୍ତି। କେବଳ ସରକାରୀ ବଜେଟ୍ ଖର୍ଚ୍ଚ ନୁହେଁ, ବରଂ ଯୋଜନାରୁ ମିଳୁଥିବା ପ୍ରକୃତ ଫଳାଫଳ (Outcome) ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ମୁକାବିଲାର ଦୁଇଟି ମୁଖ୍ୟ ଦିଗ ରହିଛି—ଗୋଟିଏ ହେଉଛି ଅଡାପ୍ଟେସନ୍ ଏବଂ ଅନ୍ୟଟି ମିଟିଗେସନ୍। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ, ଆମ ରାଜ୍ୟ ପାଇଁ କ୍ଷୟକ୍ଷତି କମାଇବା ଓ ପରିସ୍ଥିତି ସହ ଖାପଖୁଆଇ ଚଳିବା ବା 'ଅଡାପ୍ଟେସନ୍' ସର୍ବାଧିକ ପ୍ରାଥମିକତା ପାଇବା ଉଚିତ।
ପ୍ରାୟ ୧୧ଟି ବିଭାଗକୁ ନେଇ ଗଠିତ ଉଚ୍ଚସ୍ତରୀୟ ଷ୍ଟିଅରିଂ କମିଟି ଏହି କାର୍ଯ୍ୟରେ ଜଡ଼ିତ ରହିଛି।
ରାଜ୍ୟରେ ୨୦୨୧ ରୁ ୨୦୩୦ ପର୍ଯ୍ୟନ୍ତ ୧୦ ବର୍ଷିଆ ଜଳବାୟୁ କାର୍ଯ୍ୟଯୋଜନା (Climate Change Action Plan) କାର୍ଯ୍ୟକାରୀ ହେଉଛି।
ଏହାର ତୃଣମୂଳ ସ୍ତରରେ କାର୍ଯ୍ୟକାରିତା ପାଇଁ ଅତି ନିବିଡ଼ ଭାବେ ତଦାରଖ (close monitoring) କରାଯିବା ଆବଶ୍ୟକ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ନିୟମିତ ଭାବେ ବୈଠକ କରି ପ୍ରତ୍ୟେକ ବିଭାଗର ଲକ୍ଷ୍ୟ, ବଜେଟ୍ ବ୍ୟବସ୍ଥା ଏବଂ ତା'ର ପ୍ରକୃତ ଆଉଟକମ୍ ଯାଞ୍ଚ କରିବା ଦରକାର। କେବଳ ଅର୍ଥ ଖର୍ଚ୍ଚ ହୋଇଯିବା ଯଥେଷ୍ଟ ନୁହେଁ, ଏହାର ସୁଫଳ ମିଳିବା ନିହାତି ଜରୁରୀ।
ଗମ୍ଭୀର ଚିନ୍ତାର ବିଷୟ
ସରକାରୀ ପଦକ୍ଷେପର ମୁଖ୍ୟ ଫଳାଫଳ ହେଉଛି ଯେପରି କୌଣସି ବିପର୍ଯ୍ୟୟରେ ଗୋଟିଏ ବି ଜୀବନ ନ ଯାଏ। ମାତ୍ର ବର୍ତ୍ତମାନ ମଧ୍ୟ ବଜ୍ରପାତ କିମ୍ବା ସାମାନ୍ୟ ବନ୍ୟାରେ ଲୋକେ ବୁଡ଼ି ପ୍ରାଣ ହରାଉଛନ୍ତି, ଯାହା ଗମ୍ଭୀର ଚିନ୍ତାର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି।

3 weeks ago
5


